ମୁଖ୍ୟମନ୍ତ୍ରୀ ପଦ ମର୍ଯ୍ୟାଦା ରଖନ୍ତୁ: ପ୍ରତାପ ଦେବ

ଭୁବନେଶ୍ୱର,୨୫ା୬(ଅନିଲ ଦାସ): କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଟିପ୍ପଣୀକୁ ନେଇ ବିଜେଡି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ଏକ ସଭାରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। ସେ କହିଛନ୍ତି, ଖଣି ଦୁର୍ନୀତି ହୋଇଥିଲା। ଏଥିରେ କାହାରିକୁ ଛଡ଼ାଯିବ ନାହିଁ। ସେ ବିରୋଧୀ ଦଳରେ ଥିବାବେଳେ ସରକାରୀ ଦଳ ପକ୍ଷରୁ ତାଙ୍କୁ ମନ୍ତ୍ରୀପଦ ଓ ଅନ୍ୟାନ୍ୟ ପ୍ରଲୋଭନ ଦିଆଯାଇଥିଲା ବୋଲି ଯାହା କହିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ଜାଣିବା ଦରକାର ଯେ, ସେ ଏବେ ବିରୋଧୀ ଦଳରେ ନାହାନ୍ତି। ସେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ। ସେ ଏପରି ଟିପ୍ପଣୀ ଦେବା ପୂର୍ବରୁ ଚିନ୍ତା କରିବାର ଥିଲା। ତାଙ୍କ ପଦ ମର୍ଯ୍ୟାଦା ବଞ୍ଚାଇ ରଖିବା ତାଙ୍କର କର୍ତ୍ତବ୍ୟ। ଯେଉଁଭଳି ସେ ଉକ୍ତି ରଖିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହଁ। ଯେକୌଣସି ପରିସ୍ଥିତି ଓ ଯେକୌଣସି କଥାର ଜବାବ ଦେବାକୁ ବିଜୁ ଜନତା ଦଳ ସଦାବେଳେ ପ୍ରସ୍ତୁତ ଅଛି। ଯଦି ସେ କହୁଛନ୍ତି ବିରୋଧୀ ଦଳରେ ଥିବା ବେଳେ ତାଙ୍କୁ ପ୍ରଲୋଭନ ଦେଖାଯାଇଥିଲା, ସେତେବେଳେ ଏହାକୁ ସେ ଗଣମାଧ୍ୟମରେ କାହିଁକି କହିଲେନି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା କେତେଦୂର ତାଙ୍କୁ ସାଜୁଛି ସେ ନିଜକୁ ନିଜେ ପଚାରିବା ଉଚିତ। ସେ ଚାହିଁଥିଲେ ସେତେବେଳେ କେସ୍‌ କରିପାରିଥାନ୍ତେ। ଏକଥା ନ କରି ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଏପରି ମନ୍ତବ୍ୟ ଦେବା କେତେଦୂର ସମୀଚୀନ ତାହା ସେ ତର୍ଜମା କରନ୍ତୁ। ତାଙ୍କ ଦଳର ସର୍ବୋଚ୍ଚ ନେତା କହିଛନ୍ତି, ଓଡ଼ିଶା ଖଣି ସଂସ୍କାର ଯଦି ଶିଖିବାର ଅଛି ତେବେ ଓଡ଼ିଶାରୁ ଶିଖ। ସଂସଦରେ ତାଙ୍କ ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ଏହାକୁ ସ୍ବୀକାର କରିଛନ୍ତି। ଏହାକୁ କେମିତି ମୁଖ୍ୟମନ୍ତ୍ରୀ ଭୁଲିଯାଉଛନ୍ତି। ସଂଘୀୟ ବ୍ୟବସ୍ଥାରେ କିପରି ଶାସନ କରିବାକୁ ହୁଏ, ତାହା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କଠାରୁ ଶିକ୍ଷା କରିବା ଉଚିତ। କ୍ଷମତାକୁ ଆସି ବିରୋଧୀ ଦଳ ପରି ପ୍ରଳାପ କରିବା ଛାଡ଼ନ୍ତୁ। ଓଡ଼ିଶାବାସୀ ଓ ଲୋକମାନେ ଭାଜପାକୁ ଜନମତ ଦେଇଛନ୍ତି। ତାଙ୍କ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି। ତେଣୁ ସେ ତାଙ୍କ ପଦ ମର୍ଯ୍ୟାଦା ରକ୍ଷା କରିବା ଉଚିତ। ଏଭଳି ଉକ୍ତି ଯଦି ଜଣେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ରଖିବେ, ତେବେ ତାହା ଶୋଭନୀୟ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri