ଜଗନ୍ନାଥଙ୍କ ଅବଢ଼ା ନିଲାମରେ ଅନିୟମିତତା

ନୟାଗଡ଼,୧୩।୬(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ଟେଣ୍ଡରରେ ଅନିୟମିତତା ହୋଇଛି । ନିଲାମଧାରୀଙ୍କ ଠାରୁ ୧ ଲକ୍ଷ ବା ତାଠାରୁ ଅଧିକ ଲାଞ୍ଚ ନେଇ ସେମାନଙ୍କୁ ନିଲାମ ଟଙ୍କା ନ ଦେବା ପାଇଁ ଅନୁକମ୍ପା ଦେଖା ଯାଉଛି । ଅବଧି ଗଲା ପରେ ବି ନିଲାମଧାରୀଙ୍କୁ ଅବଢ଼ା ତିଆରି କାର୍ଯ୍ୟରୁ ହଟା ଯାଉନି । ଅବଢ଼ା ନିଲାମରେ ଚାଲିଥିବା ଦୁର୍ନୀତିର ପ୍ରତିବାଦରେ ସେବାୟତଙ୍କ ଆନ୍ଦୋଳନ ପରେ ଅବଢ଼ା ପ୍ରସ୍ତୁତ ଚଳିତ ବର୍ଷ ବନ୍ଦ କରାଯାଇଛି । ତେବେ ନୂଆ ଅବଢ଼ା ପ୍ରସ୍ତୁତ ପାଇଁ ଦେବୋତ୍ତର ବିଭାଗ ଜାଣିଶୁଣି ଟେଣ୍ଡର କରୁନି । ଅବଢ଼ା ଟେଣ୍ଡର ହେଲେ ମନ୍ଦିରର ପାଣ୍ଠି ବଢ଼ିବାର ଥିଲେ ହେଁ ଲାଞ୍ଚ ଟଙ୍କାର ମୋହ ଦେବୋତ୍ତର ବିଭାଗ ଛାଡି ପାରୁନି ବୋଲି ଖୋଲାଖୋଲି ଅଭିଯୋଗ ଉଠିଥିଲା । ଯେଉଁମାନେ ଅବଢ଼ା ନିଲାମ ପ୍ରାପ୍ୟ ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ସାର୍ଟିଫିକେଟ ମାମଲା କରା ନ ଯାଇ ସେମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ବୁଧବାର ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କୁ ନୟାଗଡ଼ ଜଗନ୍ନାଥ ମନ୍ଦିରର ସେବାୟତ ଓ ସାଧାରଣ ଲୋକ ଅଭିଯୋଗ କରି ଏହାର ନିରାକରଣ ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଅବଢ଼ା ନିଲାମରେ ଲକ୍ଷାଧିକ ଟଙ୍କା ଅନିୟମିତତାର ଦେବୋତ୍ତର ବିଭାଗ ସଂଶ୍ଲିଷ୍ଟ ରହିଥିବାର ଖୋଲାଖୋଲି ଅଭିଯୋଗ କରି ଦୁର୍ନୀତିର ପେଡି ଖୋଲି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ଜିଲାପାଳ ଓ ଉପଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଅବଢ଼ା ନିଲାମରେ ଜାଣି ଶୁଣି ଚଞ୍ଚକତା କରାଯାଉଛି । ଯେଉଁମାନେ ନିଲାମ ନେଉଛନ୍ତି ସେମାନେ କିଛି ଟଙ୍କା ଡିପୋଜିଟ କରି ଅବଶିଷ୍ଟ ଟଙ୍କା ଆଦୌ ପଇଠ କରୁ ନାହାନ୍ତି । ନିଲାମ ଟଙ୍କା ଦେଇ ନ ଥିବା ବ୍ୟକ୍ତିଙ୍କଠାରୁ ବକେୟା ଟଙ୍କା ଆଦାୟ ପାଇଁ ଦେବୋତ୍ତର ବିଭାଗର ପଦକ୍ଷେପ ନାହିଁ । ପୁଣି ସେମାନେ ନିଜର ଅନୁଗତଙ୍କ ଦ୍ୱାରା ଅବଢ଼ା ନିଲାମ ନେଉଛନ୍ତି॥ ଅବଢ଼ା ନିଲାମରେ ମନ୍ଦିର ପ୍ରଶାସନର ଲାଭ ହେଉନି। ବରଂ ଦେବୋତ୍ତର ବିଭାଗର କର୍ମଚାରୀ ଓ ଅଧିକାରୀ ଭଲ ଟଙ୍କା ରୋଜଗାର କରିବାରେ ଲାଗିଛନ୍ତି । ଅବଢ଼ା ନିଲାମ ଟଙ୍କାର ବାକି ତାଲିକା ଗଡି ଚାଲିଛି । ଅବଢ଼ା ନିଲାମରେ ଅନିୟମିତତା, ଲାଞ୍ଚ ନେଇ ନିଲାମଧାରୀଙ୍କୁ ସୁରକ୍ଷା, ବାକି ଟଙ୍କା ଦେଇ ନ ଥିବା ନିଲାମଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣାରେ ଦେବୋତ୍ତର ମ୍ୟାନେଜରଙ୍କ ସଫେଇ ସାଧାରଣ ଲୋକ ଓ ସେବାୟତଙ୍କୁ ସନ୍ତୁଷ୍ଟ କରି ପାରି ନ ଥିଲା। ଦେବୋତ୍ତର ବିଭାଗର ମ୍ୟାନେଜର ବରଂ ଅପଦସ୍ତ ହୋଇଥିଲେ ।
ଦିନମଣି ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, ୨୦୨୧େରେ ଅବଢ଼ା ନିଲାମ ହୋଇଥିଲା। ଯେଉଁ ବ୍ୟକ୍ତି ନିଲାମ ନେଇଥିଲେ ସ୍ବଳ୍ପ କିଛି ଟଙ୍କା ଦେଇ ୧ ବର୍ଷ ପର୍ଯ୍ୟନ୍ତ ଅବଢ଼ା ପ୍ରସ୍ତୁତ କଲେ । ଅବଧି ଶେଷ ପରେ ବି ତାଙ୍କୁ ଅବଢ଼ା ବନ୍ଦ କରାଯିବାକୁ କୁହା ଗଲାନି । ପୁଣି ତାଙ୍କଠାରୁ ବକେୟା ଟଙ୍କା ଆଦାୟ କରାଗଲାନି । ସେବାୟତଙ୍କ ବାରମ୍ବାର ଆନ୍ଦୋଳନ ପରେ ଅଣନିଲାମଧାରୀଙ୍କ ଅବଢ଼ା ପ୍ରସ୍ତୁତ ବନ୍ଦ ହୋଇଗଲା । ତେବେ ଦେବୋତ୍ତର ବିଭାଗ ନୂଆ ଟେଣ୍ଡର ଜାଣି ଶୁଣି କରୁନି । ଅବଢ଼ା ନିଲାମ ନେବାକୁ ଅନେକ ଇଛୁକ ଅଛନ୍ତି । ଖାଦ୍ୟର ମାନ ଭଲ ରହିବ ଓ ମନ୍ଦିର ପ୍ରଶାସନ ନିଲାମ ଅର୍ଥ ପାଇବାରେ ଅସୁବିଧା ହେବନି ।ତେବେ ସେମାନଙ୍କୁ ସୁଯୋଗ ନ ଦେଇ ମନ୍ଦିରରେ ଅବଢ଼ା ନ କରି ଭକ୍ତଙ୍କ ସହ ଖେଳ ଖେଳା ଯାଉଛି ବୋଲି ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ ଓ ଉପଜିଲାପାଳ କର୍ଣ୍ଣଦେବ ସମାଦାର ଅଭିଯୋଗକୁ ଶୁଣି ଏନେଇ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri