ଏମାନଙ୍କୁ ମିଳିବ ମନ୍ତ୍ରୀ ପଦ ! ଆସିଲା ସମ୍ଭାବିତ ଲିଷ୍ଟ୍‌

ନୂଆଦିଲ୍ଲୀ, ୭ା୬: ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନୂଆ ସରକାର ଗଠନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଭାରତୀୟ ଜନତା ପାର୍ଟି (ଭାଜପା) ସରକାର ଗଠନ ପାଇଁ ଥିବା ମ୍ୟାଜିକ୍‌ ନମ଼୍ବର ୨୭୨ ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ତେଣୁ ସହଯୋଗୀ ଦଳଙ୍କ ଉପରେ ଏବେ ଭାଜପା ନିର୍ଭର କରୁଛି। ଦିଲ୍ଲୀରେ ଆଜି ଏନ୍‌ଡିଏର ବୈଠକ ବସିବାକୁ ଯାଉଛି। ଯେଉଁଥିରେ ନବନିର୍ବାଚିତ ଏମ୍‌ପିଙ୍କ ଦ଼୍ବାରା ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳର ନେତା ଭାବେ ଚୟନ କରାଯିବା ନେଇ ନିଷ୍ପତ୍ତି ହୋଇପାରେ। ଆସନ୍ତା ରବିବାର ସମ୍ପୂର୍ଣ୍ଣ କ୍ୟାବିନେଟ୍‌ ରାଷ୍ଟ୍ରପତି ଭବନରେ ଏକସଙ୍ଗେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସରକାର ଗଠନ ପୂର୍ବରୁ ଏନ୍‌ଡିଏରେ ସାମିଲ୍‌ ଥିବା ଟିଡିପି ଏବଂ ଜେଡିୟୁ ନେତାଙ୍କ ସହ ଭାଜପା ଲାଗାତାର ଆଲୋଚନା କରୁଛି । ଏଥିସହିତ କ୍ୟାବିନେଟ୍‌ରେ କେଉଁମାନଙ୍କୁ ମନ୍ତ୍ରୀ ପଦ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ, ଏନ୍‌ଡିଏରେ ସାମିଲ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ପୁଅ ଶ୍ରୀକାନ୍ତ ଶିନ୍ଦେଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ କରୁନାହାନ୍ତି। ଦଳର କିଛି ପ୍ରମୁଖ ସାଂସଦଙ୍କ ନାମ ଏହି ଲିଷ୍ଟରେ ରହିପାରେ । ଅଟକଳ ଅନୁସାରେ ଶିବସେନାକୁ ଗୋଟିଏ କ୍ୟାବିନେଟ୍‌ ଏବଂ ଗୋଟିଏ ରାଜ୍ୟ ମନ୍ତ୍ରୀ ପଦ ମିଳିପାରେ।
ଏହାଛଡ଼ା, ଚନ୍ଦ୍ରବାବୁ ନାଇଡ଼ୁଙ୍କ ତେଲୁଗୁ ଦେଶମ ପାର୍ଟି କ୍ୟାବିନେଟ୍‌ ମନ୍ତ୍ରୀ ପାଇଁ ଦଳର ନେତା ରାମମୋହନ ନାଇଡ଼ୁଙ୍କ ନାମକୁ ପ୍ରସ୍ତାବ ଦେଇପାରେ। ଟିଡିପିକୁ ଅତିକମ୍‌ରେ ୩ରୁ ୪ ମନ୍ତ୍ରୀ ପଦ ମିଳିବା ନେଇ ସମ୍ଭାବନା ରହିଛି। ସୂତ୍ର ଅନୁସାରେ, ଟିଡିପିକୁ ଏବେ ଅର୍ଥ ରାଜ୍ୟମନ୍ତ୍ରୀ ଏବଂ ଆଉ ଦୁିଇ-ତିନିଟି ମନ୍ତ୍ରାଳୟ ମିଳିବା ନେଇ ଦଳ ଆଶା କରିଛି।
ସେହିପରି ଅନ୍ୟ ପ୍ରମୁଖ ଦଳ ଜେଡିୟୁ ଚଳିତ ଥର ତିନୋଟି କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ଗୋଟିଏ ରାଜ୍ୟମନ୍ତ୍ରୀ ପଦ ମିଳିବା ନେଇ ଜଣାପଡ଼ୁଛି। ଦଳ ମୁଖ୍ୟ ନୀତୀଶ କୁମାର କୃଷି, ରେଳ, ଗ୍ରାମୀଣ ବିକାଶ ଏବଂ ଜଳ ଶକ୍ତି ଭଳି ବିହାରର ହିତ ସହିତ ଜଡ଼ିତ ମନ୍ତ୍ରାଳୟ ଉପରେ ନଜର କରିଛନ୍ତି। ଏହାଛଡ଼ା ନୀତୀଶ କୁମାର ତାଙ୍କର ଘନିଷ୍ଠ ସହଯୋଗୀ ସାମିଲ୍‌ ସଞ୍ଜୟ ଝା ଏବଂ ଲଲନ୍‌ ସିଂଙ୍କ ନାମକୁ କେନ୍ଦ୍ରମନ୍ତ୍ରୀ ପାଇଁ ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri