ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥର ଓଡ଼ିଶାରେ ପୁଣିଥରେ ନବୀନ ସରକାର କ୍ଷମତାକୁ ଆସିବ ବୋଲି ପାଣ୍ଡିଆନ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାସହ ୧୯୯୯ ମହାବାତ୍ୟା କହି ଟିକେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ମହାବାତ୍ୟା ପରେ ଓଡ଼ିଶାକୁ ପୁରୁଣା ଲୁଗା ରିଲିଫରେ ଆସିଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକଦା ଭାବପ୍ରବଣ ହୋଇଯାଇଥିଲେ। ଏକଥା ମନେପକାଇ ପାଣ୍ଡିଆନ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି।
ସେ କହିଛନ୍ତି,ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି। କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାରେ ବିଶ୍ୱର ପ୍ରଥମ ଭାଷା ସମ୍ମୀଳନୀ କରିଛନ୍ତି। ଭାଷା ସମ୍ମିଳନୀର ଥିମ୍‌ ଥିଲା-ଭାଷା ହିଁ ଭବିଷ୍ୟତ। ଓଡ଼ିଶାରେ ପାଠପଢା ପାଇ: ଓଡ଼ିଶା ଅଧିକ ସ୍କଲାରଶିପ୍‌ ଦେଉଛି। କୌଣସି ରାଜ୍ୟ ମାତୃଭାଷା ପାଇ: ଓଡ଼ିଶା ଭଳି ସ୍କଲାରଶିପ୍‌ ଦେଉନାହାନ୍ତି। କେନ୍ଦ୍ର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି। ଓଡ଼ିଆ ଭାଷା ପାଇଁ ଗୋଟିଏ ଟଙ୍କା ଦେଇନାହାନ୍ତି। ଓଡ଼ିଶା ୮ ଭାଜପା ଏମ୍‌ପି ମଧ୍ୟ ଏନେଇ ପାଟି ଫିଟାଇନାହାନ୍ତି। ଏବେ ନିର୍ବାଚନ ଥିବାରୁ ଭାଜପାର ଅସ୍ମିତା ପ୍ରେମ ଜାଗ୍ରତ ହୋଇଛି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି ଓଡ଼ିଶାବାସୀ କ’ଣ ଚାହୁଁଛନ୍ତି। ସେହି ହିସାବରେ ସେ କାର୍ଯ୍ୟ କରନ୍ତି। ୨୦୧୯ରେ କେନ୍ଦ୍ରପଡାରେ ବ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଜେଡି ଏଥର ସରକାର ଗଢିବନି। କିନ୍ତୁ ବିଜେଡି ବିପୁଳ ଭାବରେ ଜିତିଥିଲା। ଏଥର ମଧ୍ୟ ତାହା ହିଁ ଘଟିବ। ୨୦୧୯ରେ ୮ଜଣ ଭାଜପା ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଭାଜପା ଏମ୍‌ପି ଥରେ ବି ରାଜ୍ୟ ସ୍ବାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହବ ଓ ସ୍ବାର୍ଥ ପାଇଁ ଲଢିବା ଏବଂ ବିଜେଡିର ଏମ୍‌ପି ରାଜ୍ୟ ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି । ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି।
ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରକୁ ଆସିବା ପାଇଁ ମାନିଫେଷ୍ଟୋ ଆଣିଛି । ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ। ବିଜେଡି ଭୋଟ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ବୋଲି ପାଣ୍ଡିଆନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri