ପାଗରେ ବଡ଼ ପରିବର୍ତ୍ତନ: କୋରାପୁଟରେ ୨୧୬.୫ମିମି ବର୍ଷା ରେକର୍ଡ

କୋରାପୁଟ,୭।୫(ଅମିତାଭ ବେହେରା): କାଳବୈଶାଖୀ ପ୍ରଭାବରେ ପାଗରେ ବଡ଼ ପରିବର୍ତ୍ତନ ଘଟିଛି। ମଙ୍ଗଳବାର କୋରାପୁଟ ଜିଲାରେ ୨୧୬.୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲାର ସେମିଳିଗୁଡା ବ୍ଲକରେ ସର୍ବାଧିକ ୪୨ମି.ମି ବର୍ଷା ହୋଇଛି। ଏପରି କି ଦଶମନ୍ତପୁର ବ୍ଳକରେ ସର୍ବନିମ୍ନ ୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଜିଲାର ବୈପାରିଗୁଡ଼ା ବ୍ଲକରେ ୧୧ମିମି, କୋରାପୁଟ ବ୍ଲକରେ ୨୮.୬ମିମି , ଲମତାପୁଟ ବ୍ଲକରେ ୧୭ ମିମି ବର୍ଷା ହୋଇଥିବା ବେଳେ ଜୟପୁର ବ୍ଲକରେ ୨୮.୬ମିମି ବର୍ଷା, କୋଟପାଡ ବ୍ଳକରେ ୧୬ମିମି, ପଟ୍ଟାଙ୍ଗି ବ୍ଲକରେ ୧୯.୨ମିମି, ନନ୍ଦପୁର ବ୍ଳକରେ ୭ମିମି, କୁନ୍ଦ୍ରା ବ୍ଳକରେ ୨୭ମିମି, ଲକ୍ଷ୍ମୀପୁର ବ୍ଲକରେ ୫.୩ ମିମି, ବନ୍ଧୁଗାଁ ବ୍ଳକରେ ୬ ମିମି ଓ ବୋରିଗୁମ୍ମା ବ୍ଲକରେ ୪.୨ ମିମି ବର୍ଷା ହୋଇଛି।

କୋରାପୁଟରେ ମଙ୍ଗଳବାର ଭୋର ୪ଟାରୁ ପ୍ରବଳ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଫଳରେ ଜିଲାର ସେମିଳିଗୁଡା, ଜୟପୁର, କୋରାପୁଟ, କୁନ୍ଦ୍ରା ଆଦି ବିଭିନ୍ନ ବ୍ଲକ ଅଞ୍ଚଳରେ ଲାଗିଥିବା ବିଜ୍ଞାପନ ବୋର୍ଡଗୁଡିକ ଉଡି ଭାଙ୍ଗି ଯାଇଥିଲା। ଏପରିକି ପ୍ରବଳ ବର୍ଷା ଯୋଗୁ କୋରାପୁଟ ସହରର ସମେତ ବିଭିନ୍ନ ସ୍ଥାନରେ ଜଳାବର୍ଣ୍ଣ ହୋଇଯାଇଛି।

ଅନ୍ୟପକ୍ଷେ କିଛି ଦିନ ଧରି ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଜନସାଧାରଣଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି। ଏପରିକି ବର୍ଷା ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିବା ଜଣାପଡିଛି। ଫଳରେ ଭୋର ୪ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଥିଲା। ବିଭାଗୀୟ କର୍ମଚାରୀଙ୍କ ମରାମତି ପରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri