ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ ଆସି ନିଜ ଘରୁ ମତଦାନ କରିପାରିବେ। ଏହି ପରିପ୍ରେକ୍ଷୀରେ ଜିଲାର ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ‘ଘରୁ ମତଦାନ’ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଦେଶରେ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ବରିଷ୍ଠ ମତଦାତା ଓ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହୋମ ଭୋଟିଂ ବ୍ୟବସ୍ଥା କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରାଜ୍ୟରେ ଶନିବାରଠାରୁ ଏହା ଆରମ୍ଭ ହୋଇଛି । ଏହି କ୍ରମରେ କୋରାପୁଟ ଜିଲାର ୫ଟି ବିଧାନସଭା ଓ ଗୋଟିଏ ଲୋକ ସଭା ଆସନରେ ରହିଥିବା ବରିଷ୍ଠ ନାଗରିକ ଓ ୪୭ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ନାଗରିକଙ୍କ ପାଇଁ ହୋମ ଭୋଟିଂ ଆରମ୍ଭ ହୋଇଛି । ସେମାନଙ୍କୁ ଭୋଟ ଦେବାକୁ ଆଉ ମତଦାନ କେନ୍ଦ୍ରକୁ ଯିବାକୁ ପଡିବ ନାହିଁ । ପୋଲିସ ଅଫିସରଙ୍କ ସହ ପୋଲିଂ ପାର୍ଟି, ମାଇକ୍ରୋ ଅବଜର୍ବଭର, ଏଜେଣ୍ଟ ଓ ଇଭିଏମ କମିଶନିଂ ଅଧିକାରୀ ଘର ଘର ବୁଲି ଭୋଟ ସଂଗ୍ରହ କରିବେ। ଶନିବାର ଏହି ପ୍ରକ୍ରିୟାରେ କୋରାପୁଟ ସହରର ବି. ଅନ୍ନପୂର୍ଣ୍ଣା ୧୦୩ ବର୍ଷୀୟା ବୃଦ୍ଧା ସାମିଲ ହୋଇଛନ୍ତି ।

ଜଣେ ଭୋଟର ଯଦି ପ୍ରଥମ ଥରରେ ମତଦାନ ସାବ୍ୟସ୍ତ କରି ନ ପାରନ୍ତି ତେବେ ତାଙ୍କୁ ଦ୍ବିତୀୟ ଥର ମତଦାନ କରିବାକୁ ସୁଯୋଗ ପ୍ରଦାନ କରାଯିବ ବୋଲି କୋରାପୁଟ ଜିଲାପାଳ ଭି.କିର୍ତ୍ତି. ଭାସନ କହିଛନ୍ତି। ଜିଲାରେ ରବିବାର ସୁଦ୍ଧା ୮୫ ଜଣ ବରିଷ୍ଠ ନାଗରିକ ଓ ୪୭ ଜଣ ଭିନ୍ନକ୍ଷମ ଏହି ସେବା ପାଇବାକୁ ଫର୍ମ ଦାଖଲ କରିଛନ୍ତି। ଯେଉଁମାନେ ଚାହିଁବେ ସେମାନେ ଉଦ୍ଧିଷ୍ଟ ଫର୍ମ ପୂରଣ କରି ଏହି ସେବା ପାଇପାରିବେ। ଏଥିସହ ଜିଲାରେ ପୋଷ୍ଟାଲ ଭୋଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ, ସୁରକ୍ଷା କର୍ମଚାରୀ, ସର୍ଭିସ ଭୋଟର, ଗଣମାଧ୍ୟମ ପ୍ରତିନିଧି ଏହି ପ୍ରକ୍ରିୟା ଅନୁସାରେ ମତଦାନ ସାବ୍ୟସ୍ତ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri