କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଜନବସତି ଅଞ୍ଚଳରେ କୁକୁଡ଼ା ଫାର୍ମ ଚାଲିବା ବିଧେୟ ନୁହେଁ। ଏନେଇ ତକତ୍ାଳୀନ ଆର୍‌ଏମ୍‌ସି ଡେପୁଟି କମିଶନର ସୁଧାଂଶୁ ଭୋଇଙ୍କୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ କମିଟି ଲିଖିତ ପତ୍ର ପ୍ରଦାନ କରିଥିଲେ। ଆର୍‌ଏମ୍‌ସିର ପାନପୋଷ ପରିବେଶ ସୁରକ୍ଷା ବିଭାଗ ପକ୍ଷରୁ କୁକୁଡ଼ାଫାର୍ମଗୁଡିକର ତଦନ୍ତ ମଧ୍ୟ ହୋଇଥିଲା। ଫାର୍ମର ମାଲିକଙ୍କୁ ଟ୍ରେଡ୍‌ ୟୁନିୟନ ଲାଇସେନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଆବେଦନ କରିବାକୁ ପରିବେଶ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହାସହ ଫାର୍ମର ଦୁର୍ଗନ୍ଧ ଯେଉଁଭଳି ବସ୍ତି ଆଡ଼କୁ ନ ବ୍ୟାପେ ସେଥିପ୍ରତି ଯତ୍ନଶୀଳ ହେବାକୁ କୁହାଗଲା। ମାତ୍ର ପରିତାପର ବିଷୟ ବିଭାଗ ନିର୍ଦ୍ଦେଶ ସତ୍ତ୍ୱେ ଏହା କାର୍ଯ୍ୟକାରୀ କରାଗଲା ନାହିଁ। ଲୋକମାନେ ଫାର୍ମ ଦୁର୍ଗନ୍ଧରେ ଅତିଷ୍ଠ ହେବା ସହ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଏନେଇ ବାରମ୍ବାର ବିଭାଗକୁ ଅବଗତ କରାଯାଉଥିଲେ ମଧ୍ୟ ତାହା ସମାଧାନ ହୋଇପାରୁନାହିଁ। ଫଳରେ ବସ୍ତିବାସୀ ନିରୁପାୟ ହୋଇ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଏଥିସହ ପ୍ରଧାନପାଲି ଅଞ୍ଚଳରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ତାହା ପୂରଣ ହେଉନାହିଁ। ତୁରନ୍ତ ଉପରୋକ୍ତ ସମସ୍ୟା ସମାଧାନ ନ ହେଲେ ଆଗକୁ ବସ୍ତିବାସୀ ରାଜରାସ୍ତାକୁ ଓହ୍ଲାଇବା ସୁନିଶ୍ଚିତ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ସ୍ଥାନୀୟ ବସ୍ତିିର ବରିଷ୍ଠ ନାଗରିକ କମିଟିର ପ୍ରମୁଖ ସଦସ୍ୟ ପ୍ରମୋଦ ଭୋଇ ଓ ଅଭିରାମ ସାହୁ କହିଛନ୍ତି, ମତଦାନକୁ ଆଉ କିଛିଦିନ ବାକି ରହିଛି। ବସ୍ତି ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ନ ମିଳିଲେ ଏହାର ଜବାବ ବାଲଟ ପେପରରେ ଦିଆଯିବ ବୋଲି କହିଥିଲେ। ଏନେଇ ଆର୍‌ଏମ୍‌ସି ଆୟୁକ୍ତ ଆଶୁତୋଷ କୁଳକର୍ନୀଙ୍କୁ ଯୋଗାଯୋଗ କରିଥିଲେ ହେଁ କୌଣସି ପ୍ରକାର ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିସାରିଲେଣି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬।୬: ଗତ ଜୁନ ୧୨ ତାରିଖରେ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି।...

ଗୋଡ଼ ନ ଥିବା ଶିକ୍ଷକଙ୍କୁ ପାଣି ପିଆଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ପରେ ପ୍ରତିକ୍ରିୟା ମିଳିଲା ମିଳିଲା ଏମିତି

ଭୁବନେଶ୍ୱର, ୧୬।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରତ୍ୟେକ ଦିନ ଅନେକ ବ୍ୟକ୍ତି, ସଙ୍ଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ...

ଛୁଟିଦିନରେ ବି କାମ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୧୬।୬(ସୁନିତ୍‌ ମିଶ୍ର): ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯିବ। ବାତ୍ୟା, ବର୍ଷା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା...

ଶ୍ରୀମନ୍ଦିର ଭିଡ଼କୁ ନେଇ ମୁହଁ ଖୋଲିଲେ ଆଇନ୍‌ ମନ୍ତ୍ରୀ: ସଫେଇ ଦେଇ କହିଲେ…

ଭୁବନେଶ୍ୱର, ୧୬।୬:ରାଜ୍ୟରେ ଭାଜପା ସରକାରକୁ ଆସିବା ପୂର୍ବରୁ ଅନେକ ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଥିଲା। ଯେପରିକି ଦଳ ରାଜ୍ୟରେ ସରକାର ଗଠନ କରିବାର କିଛି ସମୟ...

ଧୋକା ଦେଲା ମୌସୁମୀ: ଏହି ଦିନ ପର୍ଯ୍ୟନ୍ତ ଜାରି ରହିବ ଖରା

ଭୁବନେଶ୍ୱର, ୧୬।୬(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଓଡ଼ିଶାକୁ ସାଧାରଣତଃ ୧୨ ରୁ ୧୪ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥାଏ।...

‘ଯେତେ ମୁଣ୍ଡ ଯାଉଛି ଯାଉ କମ୍ପାନୀ ହାତରେ କୁଟ୍ରୁ ମାଳି ଟେକି ଦେବୁ ନାହିଁ’

ଥୁଆମୂଳ ରାମପୁର,୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ କେରପାଇ ପଞ୍ଚାୟତ କୁଟ୍ରୁ ମାଳି ପାହାଡ଼ରେ ରବିବାର ଏକ ସଂଗ୍ରାମୀ ସଭା ଅନୁଷ୍ଠିତ...

ଭଡାଘରୁ ମିଳିଲା ବରିଷ୍ଠ କିରାଣୀଙ୍କ ମୃତଦେହ

ରେଢାଖୋଲ,୧୬ା୬(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ନାକଟୀଦେଉଳ ତହସିଲ ଅଫିସର ବରିଷ୍ଠ କିରାଣୀ କ୍ଷିରୋଦ କୁମାର ବଳ(୫୦)ଙ୍କ ମୃତଦେହ ରେଢାଖୋଲ ଏନଏସି ୱାର୍ଡ ନଂ ୮ ଗଣେଷନଗରସ୍ଥିତ...

କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ଖଲ୍ଲିକୋଟ,୧୬।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ନିର୍ମଳଝରଠାରେ ଏକ କାର୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri