Odisha Elections 2024

ଶ୍ରୀକ୍ଷେତ୍ରରେ ପୂର୍ବରୁ ହେଉଥିଲା ଅଷ୍ଟ ମହାବୀରଙ୍କ ଉପାସନା

ପୁରୀ,୧୪ା୪(ଅଜିତ୍‌ ମହାନ୍ତି):ଶ୍ରୀକ୍ଷେତ୍ରରେ ହନୁମାନ ଉପାସନା ବହୁ ପ୍ରାଚୀନ ପରମ୍ପରା। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ରର ମହାବୀର ଉପାସନା ସହିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ପୃକ୍ତ। ମହାବିଷୁବ ସଂକ୍ରାନ୍ତି ଦିନ ଏହି ମଠ ପକ୍ଷରୁ ଶ୍ରୀମନ୍ଦିର ପୂର୍ବଦ୍ୱାରରେ ବିଜେ କରିଥିବା ଫତେ ମହାବୀର, ପଶ୍ଚିମଦ୍ୱାର ମହାବୀର ଓ ଦକ୍ଷିଣଦ୍ୱାର ମହାବୀରଙ୍କୁ ପ୍ରଥମେ ପନ୍ତିଭୋଗ ଲାଗେ। ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଜଗନ୍ନାଥ ବଲ୍ଲଭ ମଠକୁ ଯାଇ ମଠ ପରିସରରେ ବଡ଼ ମହାବୀର ନାମରେ ପ୍ରସିଦ୍ଧ ସୁଗ୍ରୀମ ମହାରାଜଙ୍କ ନିକଟରେ ପହଞ୍ଚିଥାଏ। ଶ୍ରୀମନ୍ଦିର ପୂଜାପଣ୍ଡା ସୁଗ୍ରୀବ ମହାରାଜାଙ୍କୁ କାନ୍ତି ଓ ଶିରପା ସମର୍ପଣ କରିବା ପରେ ଆଜ୍ଞାମାଳ ଲାଗି ହୁଏ ଓ ପୁନଃ ମଠ ପରିସରରେ ଥିବା ଗୁମ୍ଫା ମହାବୀରଙ୍କ ପାଖକୁ ଆଜ୍ଞାମାଳ ଯାଏ। ଗୁମ୍ଫା ମହାବୀର, ମନ୍ତ୍ରୀ ଜାମ୍ବବାନ ରୂପେ ପ୍ରସିଦ୍ଧ। ସେଠାରେ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳର କିଛି ଅଂଶ ଜାମ୍ବବାନଙ୍କୁ ଲାଗିହୁଏ। ପୂର୍ବରୁ ସୁଗ୍ରୀବ ମହାରାଜାଙ୍କୁ ମଧ୍ୟ ଆଜ୍ଞାମାଳର କିଛି ଅଂଶ ଲାଗି ହୋଇସାରିଥାଏ। ସୁଗ୍ରୀବ ମହାରାଜ, ମନ୍ତ୍ରୀ ଜାମ୍ବବାନଙ୍କ ପରେ ଆଜ୍ଞାମାଳ ମଠ ପରିସରରେ ଗୁଆବାରୀ ମହାବୀର ରୂପେ ପ୍ରସିଦ୍ଧି ଲାଭ କରିଥିବା ଶ୍ରୀହନୁମାନଙ୍କ ପାଖକୁ ଯାଏ। ଏଠାରେ ପୂଜାନୀତି ସରିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳର କିଛି ଅଂଶ ଶ୍ରୀହନୁମାନଙ୍କୁ ଲାଗି କରନ୍ତି। ଏହାପରେ ଆଜ୍ଞାମାଳ ପୋଖରିଆ ମହାବୀରଙ୍କ ପାଖକୁ ଯାଏ। ବର୍ତ୍ତମାନ ବଡ଼ଦାଣ୍ଡରେ ଥିବା ମ୍ୟୁନିସିପାଲିଟି ମାର୍କେଟ, ଯାହାକି ବଳଭଦ୍ରବଲ୍ଲଭ ରୂପେ ପରିଚିତ ଥିଲା, ତାହାର ପୂର୍ବ ଦିଗକୁ ଏହି ପୋଖରିଆ ଅବସ୍ଥିତ। ପୂର୍ବେ ଏହା ଶ୍ରୀସୁଦର୍ଶନ ବଲ୍ଲଭ ରୂପେ ପରିଚିତ ଥିଲା। ପୋଖରିଆ ମହାବୀର ଶ୍ରୀଜଗନ୍ନାଥବଲ୍ଲଭ ମଠର ଉପାସନା ଭିଭିରେ ରାମାୟଣର ‘ନୀଳ’ ରୂପେ ଉପାସିତ। ଏଠାରେ ନୀତି ହେବା ପରେ ଆଜ୍ଞାମାଳର କିଛି ଅଂଶ ଲାଗି କରାଯାଏ। ଏହାପରେ ମହାପ୍ରଭୁଙ୍କଠାରୁ ଆସିଥିବା ଅବଶିଷ୍ଟ ଆଜ୍ଞାମାଳ ସହ ପୂଜାପଣ୍ଡା ସାମନ୍ତ ଚକ୍ରତୀର୍ଥ ଅଞ୍ଚଳରେ ବିଜେ କରିଥିବା ବେଡ଼ି ହନୁମାନଙ୍କ ନିକଟକୁ ପଟୁଆରରେ ଯାଆନ୍ତି। ବେଡ଼ି ହନୁମାନ ଅଥବା ଦରିଆ ମହାବୀର ରୂପେ ପ୍ରସିଦ୍ଧି ଲାଭ କରିଥିବା ଏହି ମହାବୀର, ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଉପାସନା ଧାରାରେ ‘ନଳ’ ରୂପେ ପରିଚିତ। ସେଠାରେ କାନ୍ତି ଶିରିପା ଲାଗି ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି ହୁଏ। ସେଠାରୁ ଉକ୍ତ ପଟୁଆର ପୁନଃ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ଆସେ। ଶ୍ରୀଜଗନ୍ନାଥ ବଲ୍ଲଭରେ ସେତେବେଳକୁ ଶ୍ରୀମନ୍ଦିରର ଭଣ୍ଡାର ମହାବୀର ପାଲିଙ୍କିରେ ଆସି ବିଜେ କରିଥାନ୍ତି। ମହାପ୍ରଭୁଙ୍କ ଆଜ୍ଞାମାଳ ପଟୁଆର ମଠକୁ ଫେରିବା ବେଳକୁ ଭଣ୍ଡାର ମହାବୀର ଅପେକ୍ଷା କରିଥାନ୍ତି। ପୂଜାପଣ୍ଡା ସେବକ ଭଣ୍ଡାର ମହାବୀରଙ୍କୁ ଏଠାରେ ମାଜଣା କରି କାନ୍ତିଶିରପା ଲାଗି କରିବା ପରେ ଭଣ୍ଡାର ମହାବୀର ଶ୍ରୀମନ୍ଦିରକୁ ଫେରିଥାନ୍ତି। ତେବେ ତେବେ ଅତୀତରେ ଶ୍ରୀକ୍ଷେତ୍ରରେ ଅଷ୍ଟ ମହାବୀରଙ୍କ ଉପାସନା ହେଉଥିବା ସୂଚନା ମିଳେ। ମାତ୍ର ଏବେ ୫ ମହାବୀରଙ୍କ ନିକଟକୁ ଆଜ୍ଞାମାଳ ଯାଉଥିବାବେଳେ ଅନ୍ୟ ୩ ମହାବୀର କିଏ ତାହା ଏବେ ଲୁକ୍କାୟିତ ହୋଇ ରହିଥିବା ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ...

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri