Odisha Elections 2024

ମଣିପୁରର ପ୍ରମାଣ

ଅଷ୍ଟାଦଶ ଲୋକ ସଭା ନିର୍ବାଚନରେ ମଣିପୁରର ଦୁଇଟି ଆସନ ପାଇଁ ଏପ୍ରିଲ ୧୯ ଓ ୨୬ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି କ୍ରମରେ ମଣିପୁର ହିଂସାରେ ପ୍ରଭାବିତ ହୋଇ ରିଲିଫ୍‌ କ୍ୟାମ୍ପ୍‌ରେ ଥିବା ଲୋକମାନଙ୍କ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମଣିପୁର ହିଂସାର ୧୧ ମାସ ପରେ ୩୦୦ଟି କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ରୁ ଊର୍ଦ୍ଧ୍ୱ ବିସ୍ଥାପିତଙ୍କ ମଧ୍ୟରୁ ୨୪,୦୦୦ରୁ ଅଧିକ ଭୋଟରଙ୍କ ମତଦାନ ଲାଗି ୯୪ଟି ସ୍ବତନ୍ତ୍ର ବୁଥ୍‌ କରାଯାଇଛି। ମଣିପୁରର ଇନର ଓ ଆଉଟର ଏହି ଦୁଇଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ୨୦,୨୬,୬୨୩ ଭୋଟର ଅଛନ୍ତି। ଏମାନଙ୍କ ମଧ୍ୟରୁ ଆଉଟର ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ୧୦,୧୬,୦୦୫ ଥିବାବେଳେ ଇନରରେ ଏହି ସଂଖ୍ୟା ୧୦,୧୦,୬୧୮। ଏମାନଙ୍କ ମଧ୍ୟରେ ବିସ୍ଥାପିତମାନେ ମଧ୍ୟ ରହିଛନ୍ତି। ତେବେ ନିର୍ବାଚନକୁ ନେଇ ବିସ୍ଥାପିତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି କ୍ୟାମ୍ପ୍‌ରେ ରହୁଥିବା ଲୋକମାନଙ୍କର ଦାବି ଏବେ ଶୁଣିବାକୁ ମିଳୁଛି। ସେମାନଙ୍କ କହିବା ଅନୁଯାୟୀ, ଗଣତନ୍ତ୍ର ସୁଦୃଢ଼ ଅଛି ବୋଲି ଦେଖାଇବାକୁ ଯାଇ ସରକାର ଭୋଟ ମାଗିବା ପୂର୍ବରୁ ଭୋଟରଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂରେଇବା ଉଚିତ। ଏହି ପ୍ରତିକ୍ରିୟାରୁ ବିସ୍ଥାପିତଙ୍କ ମାନସିକ ଓ ସାମାଜିକ ସ୍ଥିତି ବୁଝାପଡ଼ୁଛି। କେବଳ ବିସ୍ଥାପିତ ନୁହନ୍ତି, ମଣିପୁରରେ ନାଗରିକ ସମାଜ ମଧ୍ୟ ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇଛି। ଦେଖିବାକୁ ଗଲେ ଭିଟାମାଟି ଛାଡ଼ି, ପରିବାରର ସଦସ୍ୟଙ୍କୁ ହରାଇ ଶଙ୍କାକୁଳ ପରିବେଶରେ ରହୁଥିବା ଲୋକମାନଙ୍କର ଶାନ୍ତିରେ ବଞ୍ଚତ୍ବାର ଅଧିକାର ଦାବି କରିବା ଯୁକ୍ତିଯୁକ୍ତ ମନେହୁଏ। ଏଭଳି ପରିସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ରଚି ଭୋଟ ଗ୍ରହଣ କରିବା ଏକପ୍ରକାର ଉପହାସ ଭଳି ମନେହେଉଛି।
ଉଲ୍ଲେଖନୀୟ, ମାର୍ଚ୍ଚ ୨୦୨୩ରେ ମଣିପୁର ଉଚ୍ଚ ନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ହିଂସା ଦେଖାଯାଇଥିଲା। ଏହାକୁ କେନ୍ଦ୍ରକରି ଗତବର୍ଷ ମେ’ ପ୍ରଥମ ସପ୍ତାହରୁ ମଣିପୁରର ପୁରାତନ ଆଦିବାସୀ କୁକି ଓ ମେଇତିଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ସରକାରୀ ତଥ୍ୟ ଅନୁଯାୟୀ, ଏଥିରେ ୨୦୦ରୁ ଅଧିକ ମୃତ୍ୟୁ ହେବାସହ ଅନେକ ମହିଳାଙ୍କ ବଳାତ୍କାର ହୋଇଛି। ତତ୍‌ସହିତ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇ ବର୍ତ୍ତମାନ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଛନ୍ତି। ବିସ୍ଥାପିତଙ୍କ ପାଖରେ ରହୁଥିବା ୧୪ ହଜାରରୁ ଅଧିକ ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସଙ୍କଟରେ ପଡ଼ିଥିବା ସମୟରେ ନିର୍ବାଚନ ସେମାନଙ୍କ ପାଇଁ ଗୌଣ ହୋଇଯିବା ସ୍ବାଭାବିକ। ପେଟରେ ଭୋକ ଥିଲେ ମଣିଷ ଯେଭଳି ଧର୍ମ କି ରାଷ୍ଟ୍ର ଚିନ୍ତା କରିପାରେନାହିଁ ଠିକ୍‌ ସେମିତି ବିସ୍ଥାପିତଙ୍କ ପାଇଁ ଗଣତନ୍ତ୍ର ଓ ନିର୍ବାଚନ କଥା ଭାବିବାର ଇଚ୍ଛାଶକ୍ତି ନ ଥିବ।
ହିଂସାର ୯ ମାସ ପରେ ଚଳିତବର୍ଷ ଫେବୃଆରୀରେ ମଣିପୁର ଉଚ୍ଚ ନ୍ୟାୟାଳୟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶରେ ବିବାଦୀୟ ପାରାକୁ ହଟାଇ ନେବାପରେ ଶାନ୍ତିର ଆଶା ଦେଖାଯାଇଛି। ମନେ ରଖିବାକୁ ହେବ ଯେ, ହିଂସା ସୃଷ୍ଟି କରିବା ସହଜ କିନ୍ତୁ ଶାନ୍ତି ଫେରାଇବା କଷ୍ଟକର। ଏହା ସ୍ପଷ୍ଟ ଯେ ମଣିପୁର ଜନସଂଖ୍ୟାର ୫୩% ମେଇତି ସମ୍ପ୍ରଦାୟଙ୍କ ଭୋଟ ଆଶାରେ ଭାଜପା ସେଠାରେ ସାମାଜିକ ଅଶାନ୍ତି ସୃଷ୍ଟି କରିଛି। ଏଠାରେ ମନେ ପକାଇ ଦିଆଯାଇପାରେ ଯେ, ମଣିପୁର ଏବେ ଭାଜପା ଦ୍ୱାରା ଶାସିତ। ସେଥିପାଇଁ ଡବଲ ଇଞ୍ଜିନ ସରକାର ଅର୍ଥାତ୍‌ ଦିଲ୍ଲୀ ଏବଂ ରାଜ୍ୟରେ ଗୋଟିଏ ଦଳ କ୍ଷମତାରେ ରହିଲେ ଉନ୍ନତି ହେବ ଯାହା କୁହାଯାଉଛି ତାହା ଅସତ୍ୟ ବୋଲି ମଣିପୁର ପ୍ରମାଣ କରିଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

ଏଇ ଭାରତରେ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ଧ୍ୱନିର ମହତ୍ତ୍ୱକୁ ଉପଲବ୍ଧି କରିଛନ୍ତି ପଞ୍ଜାବର ପୂର୍ବତନ ସେନା ଅଧିକାରୀ ହରିଶ ଚନ୍ଦ୍ର...

ନିର୍ବାଚନରେ ଏଆଇ

ସୌରଜିତ ପ୍ରଧାନୀ ଭାରତ ବିକଶିତ ହେଉଥିବାରୁ ନିର୍ବାଚନ ପଦ୍ଧତି ମଧ୍ୟ ଅନୁରୂପ ଭାବେ ପରିଚାଳିତ ହେଉଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏକ ଶକ୍ତିଶାଳୀ...

ଦେବତାର ଆସନରେ ମଣିଷର ଅଭିଷେକ

ଡ. ହୃଷୀକେଶ ମଲ୍ଲିକ କବି କାଳିନ୍ଦୀଚରଣ ପାଣିଗ୍ରାହୀ ନିଜ କବିତାରେ ବ୍ୟକ୍ତିମନ ଓ ବିଶ୍ୱମନର ପରିପ୍ରକାଶ କରିଛନ୍ତି। ତାଙ୍କ କବିତାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ।...

ଶିକ୍ଷାରେ ଇଚ୍ଛାଶକ୍ତି

ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅଷ୍ଟାଦଶ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ସହ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri