ବିରୋଧୀ ଛାନିଆ, ଦୁଇଟି ଆସନରୁ ଲଢିବେ ନବୀନ!

ଭୁବନେଶ୍ୱର,୬।୪: ରାଜ୍ୟବାସୀ ଦେଖିବାକୁ ଯାଉଛନ୍ତି ପଶ୍ଚିମ ଓଡ଼ିଶାରେ ବଡ଼ ଲଢେଇ। ଏବେ ୨୪ ନିର୍ବାଚନର ବଡ଼ ମଇଦାନ ସାଜିଛି ପଶ୍ଚିମ ଓଡ଼ିଶା। ଓଡିଶାର ହଟ୍‌ ସିଟ ପାଲଟିବାକୁ ଯାଉଛି ପଶ୍ଚିମ ଓଡ଼ିଶା। ଏକଥା ଆମେ କହୁନୁ, ରାଜ୍ୟ ରାଜନୀତିରେ ଜୋର ଧରିଲାଣି ଚର୍ଚ୍ଚା। ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ବି ୨ଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ୨୦୧୯ ଭଳି ୨୦୨୪ରେ ବି ବିଜୁ ଜନତା ଦଳ(BJD) ଏମିତି କିଛି ମାଷ୍ଟରପ୍ଲାନ କରୁଥିବା ଚର୍ଚ୍ଚା ହେଉଛି ।

ରାଜନୈତିକ ବିଶାରଦମାନଙ୍କ ଅନୁଯାୟୀ, ଏଥର ବି ମୁଖ୍ୟମନ୍ତ୍ରୀ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ବିଜେଡି ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା। ତେଣୁ ଚର୍ଚ୍ଚା ହେଉଛି କଳାହାଣ୍ଡିରୁ ପ୍ରାର୍ଥୀ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହି ଚର୍ଚ୍ଚା ଏବେ ସମଗ୍ର କଳାହାଣ୍ଡି ଜିଲାରେ ଲାଗି ରହିଛି । କାରଣ ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜିଲାର ସମସ୍ତ ଆସନରେ ବିଜେଡି ତାର ପାର୍ଥୀ ଘୋଷଣା କରି ସାରିଛି । କିନ୍ତୁ ନର୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ଅନୁମାନ କରାଯାଉଛି କି, ନର୍ଲାରୁ ନିର୍ବାଚନ ଲଢିପାରନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଳାହାଣ୍ଡି ଜିଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ନର୍ଲା । ଏଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ତେବେ ଭୂପିନ୍ଦର ସିଂ କଂଗ୍ରେସରେ ଥିବାବେଳେ ମଧ୍ୟ ବିଧାୟକ ହୋଇଥିଲେ । ଆଉ ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶି ପୁଣି ବିଧାୟକ ଭାବରେ ଏଠାରୁ ନିର୍ବାଚିତ ହୋଇଥିଲେ । ତେବେ ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭେଟେରାନ ତଥା ପୂର୍ବତ୍ତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଭାଜପା ଚଳିତ ନିର୍ବାଚନ ପାଇଁ ଅନିରୁଦ୍ଦ ପ୍ରଧାନଙ୍କୁ ଏହି ଆସନରୁ ମଇଦାନକୁ ଓହ୍ଲାଇଛି। ତେଣୁ ଏଠାରେ ଆଗାମୀ ନିର୍ବାଚନରେ ବିଗ୍‌ ଫାଇଟ ହେବା ସମ୍ଭାବନା ରହିଛି । ତେଣୁ ଏଠାରୁ ଖୋଦ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି । ଏହା ହେଲେ ପଶ୍ଚିମ ଓଡ଼ିଶାରେ ବିଜେଡି ଆହୁରି ସଶକ୍ତ ହେବ ବୋଲି ବିଜେଡି ସୁପ୍ରିମୋ ଏପରି ନିଷ୍ପତ୍ତି ନେଇ ପାରନ୍ତି।

ଏହି ଆସନରୁ ଭାଜପା ଓ କଂଗ୍ରେସ, ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡିରୁ ପ୍ରମୁଖ ଆଶାୟୀ ମଧ୍ୟରେ ପୁଣି ଭୁପିନ୍ଦର ସିଂଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଜେଡି ରାଜ୍ୟ ସମ୍ପାଦକ ବାବୁଲି ମଣ୍ଡଳୀ ପ୍ରମୁଖ ଆଶାୟୀ ରହିଛନ୍ତି । ତେବେ ଏମାନଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ନିଜେ ଏହି ଆସନରେ ଲଢିବେ ବୋଲି ଚର୍ଚ୍ଚା ଧରିଛି। ଏନେଇ କୌଣସି ସ୍ପଷ୍ଟ ସୂଚନା ଜଣା ପଡିନାହିଁ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ନିଜ ଦୁଇ ଦଶନ୍ଧି ରାଜନୈତିକ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ୨୦୧୯ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିଥିଲେ। ଗୋଟିଏ ଗଞ୍ଜାମର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ ଅନ୍ୟଟି ପଶ୍ଚିମ ଓଡିଶା ଅର୍ଥାତ୍‌ ବରଗଡ଼ର ବିଜେପୁର ନିର୍ବାଚନୀ ମଣ୍ଡଳୀ ଥିଲା। ମୁଖ୍ୟମନ୍ତ୍ରୀ, ଅଟଳ ବିହାରୀ ବାଜପେୟୀ ସରକାରରେ ଇସ୍ପାତ ଓ ଖଣିଜ ମନ୍ତ୍ରୀ ଥିଲେ। ଆସ୍କା ଲୋକ ସଭା ଆସନରୁ ଉପ ନିର୍ବାଚନ ଲଢି ସେ ଓଡିଶାରୁ ଏମପି ହୋଇଥିଲେ। କିନ୍ତୁ ଗତ ୪ଟି ବିଧାନ ସଭା ନିର୍ବାଚନ ସେ ହିଞ୍ଜିଳି ଆସନରୁ ଲଢିବଥିବାବେଳେ ୨୦୧୯ ନିର୍ବାଚନ ହିଞ୍ଜିଳି ଓ ବିଜେପୁରରୁ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

‘ଧୁରନ୍ଧର’ ବାପା ଚାଇନାର ଏହି ଫିଲ୍ମ, କଲାଣି ୧୮,୦୦୦ କୋଟିର ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୨: ୨୦୨୫ ବର୍ଷର ଶେଷ ଭାଗରେ ବଲିଉଡ୍ ବକ୍ସ ଅଫିସ୍‌ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ସ୍ପାଏ-ଥ୍ରୀଲର ‘ଧୁରନ୍ଧର’ ନିଜର ଜୟଯାତ୍ରା ଜାରି ରଖିଛି। ରଣବୀର ସିଂ...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri