Odisha Elections 2024

ମୁଁ ନିଜ ସହ ପ୍ରତିଯୋଗିତା କରେ

ଏକ ଛୋଟ ଫାଷ୍ଟଫୁଡ୍‌ ଦୋକାନରୁ ବ୍ୟବସାୟିକ ଯାତ୍ରା ଆରମ୍ଭ କରିଥିବା ଅନୁପ କୁମାର ବଗାଇ ବର୍ତ୍ତମାନ ଜଣେ ସଫଳ ଉଦ୍ୟୋଗୀ ଭାବେ ଘରେ ଘରେ ପରିଚିତ। ୩୦ ବର୍ଷର ବ୍ୟବସାୟିକ ଅଭିଜ୍ଞତା ସହ ବର୍ତ୍ତମାନ ସେ ଭୁବନେଶ୍ୱରର କ୍ୟାଟରିଂ ସଂସ୍ଥା ‘ଖଟାମିଠା’ର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଯୁବ ଉଦ୍ୟୋଗୀଙ୍କ ପାଇଁ ଜଣେ ପ୍ରେରଣା ପାଲଟିଥିବା ବଗାଇଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ…

 

ପ୍ର-ବଜାରରେ ‘ଖଟାମିଠାର’ର
କ’ଣ ସ୍ବତନ୍ତ୍ରତା ରହିଛି?
ଉ-‘ଖଟାମିଠା’ ସଚ୍ଚୋଟତା, ପ୍ରତିଶ୍ରୁତିବଦ୍ଧତା ଏବଂ ଗୁଣାତ୍ମକ ଉପତ୍ାଦ ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆମ ପାଇଁ ଗ୍ରାହକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେମାନେ ଆମକୁ ଭରସା କରନ୍ତି, ତେଣୁ ସେମାନଙ୍କୁ ଉତ୍ତମ ସେବା ଯୋଗାଇବା ଆମର ଦାୟିତ୍ୱ।
ପ୍ର- ହସ୍ପିଟାଲିଟି (ଆତିଥ୍ୟ) ଉଦ୍ୟୋଗରେ ପ୍ରତିଯୋଗିତା ବଢ଼ିଚାଲିଥିବାବେଳେ କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ୁଛି?
ଉ- ପ୍ରତିଯୋଗିତା ଜଣଙ୍କୁ ଭୟଭୀତ କରି ନ ଥାଏ। ବରଂ ଅଗ୍ରଗତିରେ ସହାୟକ ହୋଇଥାଏ। ସକାରାତ୍ମକ ପ୍ରତିଯୋଗିତା ସର୍ବଦା ଗୁଣାତ୍ମକ ସେବା ପ୍ରଦାନ କରିବାକୁ ପ୍ରୋତ୍ସାହିତ କରିଥାଏ। ମୁଁ ଅନ୍ୟମାନଙ୍କ ସହ ନୁହେଁ, ନିଜ ସହ ପ୍ରତିଯୋଗିତା କରିବାରେ ବିଶ୍ୱାସ କରେ। ଲଗାତର ଭାବେ ଗ୍ରାହକଙ୍କ ମତାମତ ଗ୍ରହଣ କରିଥାଏ ଏବଂ କିପରି ଆଉ କିଛି ଭଲ ହୋଇପାରିବ ସେ ଦିଗରେ ଚେଷ୍ଟା କରେ।
ପ୍ର- ବ୍ୟବସାୟରେ ଲାଭାନ୍ବିତ ହେବା ସହ ଖାଦ୍ୟର ମାନ ବଜାୟ ରଖିବା ଦିଗରେ କ’ଣ ପଦକ୍ଷେପ ନେଇଥା’ନ୍ତି? ବଳକା ଖାଦ୍ୟକୁ କ’ଣ କରନ୍ତି?
ଉ- ଖାଦ୍ୟର ଉତ୍ତମ ଗୁଣବତ୍ତା ବଜାୟ ରଖିବା ପାଇଁ ଉତ୍ତମମାନର ରୋଷେଇ ସାମଗ୍ରୀ ଉପରେ ଗୁରୁତ୍ୱ ଦେଇଥାଉ। କିଚେନର ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବା ସହ ରୋଷେଇରେ ସ୍ବଚ୍ଛ ଜଳ ବ୍ୟବହାର କରିଥାଉ। ଆମେ ସର୍ବଦା ଯେତିକି ଆବଶ୍ୟକ, ସେତିକି ଖାଦ୍ୟ ପ୍ରସ୍ତୁତ କରିବାକୁ ଚେଷ୍ଟା କରିଥାଉ। ତଥାପି ଯଦି କେଉଁଦିନ ଖାଦ୍ୟ ବଳକା ହୋଇଯାଏ, ଆମେ ଗରିବ ତଥା ଖାଦ୍ୟ ଲୋଡୁଥିବା ଲୋକଙ୍କ ମଧ୍ୟରେ ବାଣ୍ଟିଦେଉ।
ପ୍ର- ଆପଣଙ୍କ ପ୍ରତିଷ୍ଠାନରେ ଗ୍ରାହକଙ୍କ ଭିନ୍ନ ଭିନ୍ନ ଚାହିଦା ରହୁଥାଇପାରେ। ଗ୍ରାହକଙ୍କ ଚାହିଦା ଓ ଅଭିଯୋଗକୁ କିପରି ଗ୍ରହଣ କରନ୍ତି?
ଉ- ଗ୍ରାହକ ସ୍ବଳ୍ପଖର୍ଚ୍ଚରେ ଉତ୍ତମମାନର ସେବା ଆଶା ରଖନ୍ତି। ଆମେ ଆମ ଗ୍ରାହକଙ୍କ ଆଶାନୁରୂପ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଉ। ସେମାନଙ୍କୁ ଅନେକ ବିକଳ୍ପ ପ୍ରଦାନ କରିଥାଉ। ସେମାନଙ୍କ ପ୍ରଶଂସା ଆମ ମନୋବଳକୁ ଦୃଢ଼ କରୁଥିବାବେଳେ ଯଦି କେବେ କିଛି ଅଭିଯୋଗ ଆସେ, ଆମେ ତାହା ଉପରେ ଧ୍ୟାନ ଦେଉ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବ୍ୟବସ୍ଥାରେ ସୁଧାର ଆଣିବାକୁ ସଦାଚେଷ୍ଟିତ।
ପ୍ର- କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାବେ ଆପଣ ଦାୟିତ୍ୱ ତୁଲାଉଛନ୍ତି। ଏ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହଁୁଥିବା ଉଦ୍ୟୋଗୀଙ୍କୁ କି ପରାମର୍ଶ ଦେବେ?
ଉ- ପ୍ରତିଶ୍ରୁତି ରକ୍ଷା କରିବା ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ଦ୍ୱାରା ସଫଳତା ମିଳେ। ଗତ ୩୦ ବର୍ଷର ଅଭିଜ୍ଞତା ମଧ୍ୟରେ ମୁଁ ଏହି ଶିକ୍ଷା ଲାଭ କରିଛି। ମୁଁ ସଚ୍ଚୋଟତାକୁ ସବୁବେଳେ ପ୍ରାଧାନ୍ୟ ଦେବା ସହ ଏବେ ମଧ୍ୟ ପ୍ରତିଦିନ କିଛି ନୂଆ କଥା ଶିଖୁଛି। ନୂତନ ଭାବେ ଯାତ୍ରା ଆରମ୍ଭ କରୁଥିବା ଉଦ୍ୟୋଗୀଙ୍କୁ ୨ଟି କଥା କହିବାକୁ ଚାହିଁବି। ସଫଳତା ପାଇବା ପାଇଁ କୌଣସି ଗଳାବାଟ ନାହିଁ, ତେଣୁ ହୃଦୟରୁ କଠିନ ପରିଶ୍ରମ କରିବା ଉଚିତ୍‌। ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବା ଏବଂ ଫଳ ପାଇଁ ଆଶା ନ ରଖି ଈଶ୍ୱରଙ୍କ ଉପରେ ସବୁକିଛି ଛାଡ଼ିଦେବା। ତେବେ ଏ କ୍ଷେତ୍ରରେ ଧୈର୍ଯ୍ୟ ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

”ଓଡ଼ିଶାରେ ବହୁଛି ଭାଜପା ହାୱା, ଫୋକସରେ ବିଧାନସଭା ନିର୍ବାଚନ”: ଅମିତ ଶାହା

ଭୁବନେଶ୍ୱର,୧୫ା୫: ବୁଧବାର ଭାଜପା ବରିଷ୍ଠ ନେତା ତଥା ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟରେ ଏକକାଳୀନ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କଟକରେ ରୋଡ୍...

ବରଗଡ଼ ଆସିବେ ଜେପି ନଡ୍ଡା, ଆସାମ-ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବରଗଡ଼,୧୫ା୫(ପ୍ରେମାନନ୍ଦ ଖମାରୀ): ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ପାଇଁ ଗୁରୁବାର ଭାଜପାର ୩ଜଣ ହେଭିଓ୍ବେଟ୍‌ ନେତା ବରଗଡ଼ ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ...

ଭୁବନେଶ୍ୱରରେ ଜେପି ନଡ୍ଡା

ଭୁବନେଶ୍ୱର,୧୫ା୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି। ପରେ ଏକ ହୋଟେଲରେ ଭାଜପା ମହିଳା କାର୍ଯ୍ୟକର୍ତ୍ତାଙ୍କ...

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, ୬ ମୃତ

କେନ୍ଦୁଝର,୧୫ା୫: ବୁଧବାର ଚମ୍ପୁଆ ଥାନା ରିମୁଳି ବାଇପାସ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି। କେନ୍ଦୁଝରରୁ ବଡ଼ବିଲ କାର୍...

Featured Video Play Icon

ଶୀଘ୍ର କରନ୍ତୁ e-kyc ନଚେତ୍ ଖାତାରୁ କଟିିଯିବ ସବସିଡି

ଏଲପିଜି ସବସିଡି ପାଇବା ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କୁ ମେ ୩୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କେନ୍ଦ୍ର ସରକାର ଜାରି କରିଥିବା ନୂତନ ନିୟମାବଳୀ...

ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ...

ନବୀନଙ୍କ ଉପରେ ଖୁବ୍‌ ବର୍ଷିଲେ ଶାହା

ଭଞ୍ଜନଗର,୧୫ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାରେ ବୁଧବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ହୋଇଥଲା। ଏଥିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମୁଖ୍ୟ...

ଏହି ଜମା ଉପରେ ସୁଧ ହାର ବଢ଼ାଇଲା ଏସବିଆଇ

ମୁମ୍ବାଇ,୧୫ା୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାର, ନିର୍ଦ୍ଦିଷ୍ଟ ସ୍ଥିର ଜମା (ଏଫଡି) ଉପରେ ସୁଧ ହାରକୁ ୨୫-୭୫ ଆଧାର ପଏଣ୍ଟ କିମ୍ବା ୦.୨୫%...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri