ବସ୍‌ଷ୍ଟାଣ୍ଡ ଭିତରକୁ ଯାଉନି ଘରୋଇ ବସ୍‌, ଯାତ୍ରୀ ହନ୍ତସନ୍ତ

ନୂଆପଡ଼ା,୨୫।୨(ମକାରୁ ବେମାଲ)ନୂଆପଡା ସଦର ମହକୁମାଠାରେ ନୂତନ ଭାବେ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ଗତ ୧୫ ତାରିଖରେ ଉଦଘାଟିତ ହୋଇଯାଇଛି। ସରକାର ୯ କୋଟି ୭୨ ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିଥିଲେ ମଧ୍ୟ ଲୋକଙ୍କ କାର୍ଯ୍ୟରେ ଆସୁନାହିଁ। ଦୀର୍ଘ ୨ବର୍ଷ ଧରି ନୂଆପଡା ଜିଲାର ଲୋକେ ଯେଉଁ ପରି ଖରା, ବର୍ଷା ରାସ୍ତାକଡ ବା ଗଛ ଛାଇରେ ଛିଡା ହୋଇ ବସକୁ ଅପେକ୍ଷା କରୁଥିଲେ। ବସଷ୍ଠାଣ୍ଡ ଉଦଘାଟନ ପରେ ମଧ୍ୟ ଲୋକେ ସେହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆପଡା ଘରୋଇ ବସ ମାଳିକ ସଂଘ ଓ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ମଧ୍ୟରେ ବୁଝାମଣାର ଅଭାବ ରହିଥିବାରୁ କୌଣସି ଘରୋଇ ବସ ବସଷ୍ଟାଣ୍ଡ ଭିତରକୁ ପ୍ରବେଶ କରୁନାହାନ୍ତି। ଫଳରେ ବିଭିନ୍ନସ୍ଥାନକୁ ଯିବା ପାଇଁ ଅଟକି ରହିଥିବା ଯାତ୍ରୀ ବସଷ୍ଟାଣ୍ଡ ବଦଳରେ ଘରୋଇ ବସ ରହୁଥିବା ସ୍ଥାନରେ ରାସ୍ତା କଡ କିମ୍ବା ଗଛ ମୂଳରେ ଠିଆ ହୋଇରହିଥିବା ଦେଖିବାକୁ ମିଳିଛି। ବିଶେଷ କରି କୋମଳମତି ଶିଶୁମାନଙ୍କୁ ଧରି ମା’ମାନେ ଖରାରେ ବସ ଅପେକ୍ଷାରେ ଜଗି ରହୁଛନ୍ତି। ଦୀର୍ଘ ୨ବର୍ଷ ଅପେକ୍ଷାରେ ଜିଲାବାସୀ ଏକ ଅତ୍ୟାଧୁନିକ ମଡେଲ ସର୍ବସୁବିଧା ବସଷ୍ଟାଣ୍ଡ ପାଇଁ ଯେଉଁ ସପ୍ନ ଦେଖିଥିଲେ, ତାହା ସରୋଇ ବସ ମାଲିକ ସଂଘ ଓ ସରକାରଙ୍କ ବିବାଦରେ ବଳି ପଡିଯାଇଛ। ଏ ନେଇ ଘରୋଇ ବସ ମାଲିକ ସଂଘ ଉପସଭାପତି ପ୍ରକାଶ କୁମାର ସ୍ବାଇଁଙ୍କ କହିବା ଅନୁସାରେ ନୂଆପଡାରେ ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ସରକାର ନର୍ମାଣ କଲା ତାହାକୁ ଆମେ ସ୍ବାଗତ ଜଣାଉଛୁ। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ବସଷ୍ଟାଣ୍ଡ ଉଦଘାଟନରେ ଓଏସଆରଟିସି ପକ୍ଷରୁ ସାମାନ୍ୟତମ ଔପଚାରିକତା ମଧ୍ୟ ରକ୍ଷା କରାଗଲାନାହିଁ। ଏହା ବ୍ୟତିତ୍ୱ ବର୍ତ୍ତମାନ ସମୟରେ ବସଷ୍ଟାଣ୍ଡ ମଧ୍ୟରେ ଘରୋଇ ବସ ମାଲିକ ସଂଘକୁ ନିଜସ୍ବ ଏକ କାର୍ଯ୍ୟାଳୟ ଚଳାଇବା ପାଇଁ ସ୍ଥାନ ଦିଆଯାଇନାହିଁ। ନୂଆପଡାରୁ ରାତ୍ରିକାଳିନ ଅନେକ ଦ୍ରୁତଗାମୀ ବସ ଚଳାଚଳ କରୁଛି। ଟିକେଟ କାଉଣ୍ଟର କରିବା ପାଇଁ ଘରୋଇ ବସ ମାଲିକ ସଂଘକୁ କୌଣସି ସୁବିଧା ଦିଆ ଯାଇନାହିଁ। କଳାହାଣ୍ଡି, ବଲାଙ୍ଗୀର ଜିଲାରେ ଘରୋଇ ବସ ମାଲିକମାନଙ୍କୁ ଟିକେଟ କାଉଣ୍ଟର ପାଇଁ ଦିଆଯାଇଛି। ନୂଆପଡା ଜିଲାରେ ବୈମାତଡକ ମନୋଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଓଡିଶା ରାଜ୍ୟ ସଡକ ପରିବହନ ନିଗମ ନୂଆପଡା ଜିଲା ପରିଚାଳକ ନଚିକେତା ତାଣ୍ଡିଙ୍କ କହିବାନୁଯାୟୀ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ପାଇଁ କଠୋରି କିଛି ପ୍ରାବଧାନ ନାହିଁ। ବସଷ୍ଟାଣ୍ଡ ପରିଚାଳନା ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଘରୋଇ ବସ ମାଲିକ ସଂଘ ଆବେଦନ କରି କରିପାରିବେ। କମିଟି ଯାହା ମୂଲ୍ୟ ନିର୍ଦ୍ଧାରଣ କରିବ ସେହି ମୂଲ୍ୟରେ ଭଡା ସୂତ୍ରରେ ଦେଇ ପାରିବୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri