Odisha Elections 2024

ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ

କଟକ,୧୨ା୨(କାର୍ତ୍ତିକ ସାହୁ): କଟକ ସହର ସମସ୍ୟାରେ ବକ୍ସ ଡ୍ରେନ୍‌ ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ସତ୍ୟପାଠ ଦାଖଲ କରି ଆଗାମୀ ଫେବୃୟାରୀ ୨୦ ତାରିଖରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ ହେବ ବୋଲି ଅବଗତ କରାଇଛନ୍ତି। ସତ୍ୟପାଠ ଅନୁଯାୟୀ, ବକ୍ସଡ୍ରେନ୍‌ କାମ ପ୍ରଫେସରପଡ଼ା ଯାଏ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଶେଷ ହେବା ପରେ ପୁଣି ଫେବୃୟାରୀ ୩୧ ସୁଦ୍ଧା ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କାମ ସମ୍ପୂର୍ଣ୍ଣ କରାଯାଇ ଉଦ୍‌ଘାଟନ କରାଯିବ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଅରିନ୍ଦମ୍‌ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ଏପ୍ରିଲ ୨ତାରିଖ ଧାର୍ଯ୍ୟ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କରାଯିବ। ସେଇଠୁ ମାତୃଭବନ ଯାଏ ହେବାକୁ ଥିବା ୮୧୦ ମିଟର ବକ୍ସଡ୍ରେନ୍‌ କାର୍ଯ୍ୟ ଆଉ କରା ନ ଯାଇ ଖୋଲା ଛାଡ଼ିଦିଆଯିବ। ଏହା ଉପରେ ଆବେଦନକାରୀ ଆଇନଜୀବୀ ସତ୍ୟବ୍ରତ ମହାନ୍ତିଙ୍କ ଫାଇନାନ୍ସସିଆଲ ଓ ଟେକନିକାଲ ପରାମର୍ଶକୁ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇଛି ବୋଲି ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।
ତେବେ ସୋମବାର ଶୁଣାଣି ବେଳେ ଆବେଦନକାରୀ ମହାନ୍ତି ଯୁକ୍ତି ଦର୍ଶାଇ କହିଥିଲେ ଯେ, ଆଇଆଇଟି ଖଡ଼ଗପୁର ୧୦ ବର୍ଷ ପୂର୍ବରୁ ଦେଇଥିବା ବୈଷୟିକ କାର୍ଯ୍ୟ ଆଜିଯାଏ ବି ଚାଲିଛି। ଛତ୍ରବଜାରରୁ ମାତୃଭବନ ଯାଏ ବକ୍ସ ଡ୍ରେନ୍‌ ନିର୍ମାଣ ପାଇଁ ସବୁଯାକ ଫିଜିବିଲିଟି ରିପୋର୍ଟ ସେତେବେଳେ ଥିଲା ଏବେ କାହିଁକି ହେବ ନାହିଁ। ଛତ୍ରବଜାର ଯାଏ ବକ୍ସ ଡ୍ରେନ୍‌ ହୋଇ ମାତୃଭବନ ପର୍ଯ୍ୟନ୍ତ ଖୋଲା ରହିଲେ ଯେଉଁ ଅସ୍ବାସ୍ଥ୍ୟକର ପରିବେଶ ରହିଛି ତାହା ସେହିପରି ରହିବ।
ମଶା, ମାଛିଙ୍କ ବଂଶବୃଦ୍ଧି ହେବା ସହ ଉତ୍କଟ ଦୁର୍ଗନ୍ଧରେ ଲୋକେ ଘାଣ୍ଟି ହେବେ। ଏସବୁ ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ। ବକ୍ସଡ୍ରେନ୍‌ ନ ହୋଇ ପାରିଲେ ଖୋଲା ଡ୍ରେନ୍‌ ରଖା ନ ଯାଇ ତାହାକୁ ଘୋଡ଼ଣୀ ଦ୍ୱାରା ବନ୍ଦ ଡ୍ରେନ୍‌ କରାଯାଉ। ଏଭଳି ଯୁକ୍ତିକୁ ନେଇ ଲୋକଙ୍କର ଅସନ୍ତୋଷ ରହିଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ପରବର୍ତ୍ତି ଶୁଣାଣିରେ ଏହି ପ୍ରସଙ୍ଗକୁ ଉପସ୍ଥାପନ ନିମନ୍ତେ ରଖାଯାଇଥିବା ଆବେଦନକାରୀ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ସର୍ବପ୍ରଥମେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲ ବକ୍ସଡ୍ରେନ୍‌କୁ ନେଇ ଜନସ୍ବାର୍ଥ ମାମଲା ୨୦୨୦ରେ ହାଇକୋର୍ଟରେ ରୁଜୁ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଲଘୁଚାପ, ୨୪ରେ ଅବପାତ, ଏହି ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୫: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।...

ଆସନ୍ତାକାଲି କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୨।୫: କନ୍ଧମାଳ ସଂସଦୀୟ କ୍ଷେତ୍ରର ୨ଟି ବୁଥ୍‌ରେ ହେବ ସାନି ମତଦାନ। ଆସନ୍ତାକାଲି କଣ୍ଟାମାଳ ବିଧାନସଭାର ୨୬ ଓ ୨୮ ନମ୍ବର ବୁଥ୍‌ରେ ପୁନଃ ମତଦାନ...

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର...

ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

 ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର): ନବୀନବାବୁ ଓଡ଼ିଆ ଅସ୍ମିତାର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି। ଓଡ଼ିଶାରେ ତାମିଲ ଲୋକ ଶାସନ କରିପାରିବେ ନାହିଁ। ଓଡ଼ିଶାର ଶାସନ ଭାର...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri