ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି ଯାଉଥିଲା। ହେଲେ ବର୍ତ୍ତମାନ ଆଉ ସେହିଭଳି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାସ୍ତା ପାର୍ଶ୍ୱ କି ଗାଁ ଗଣ୍ଡାରେ ଖଜୁରି, ତାଳ ଆଦି ଗଛ ଦେଖିବାକୁ ମିଳୁନାହିଁ।
ତାଳ, ନଡ଼ିଆ ଆଦି ଉଚ୍ଚ ଗଛରେ ବାଇଚଢ଼େଇମାନେ ବସା ବାନ୍ଧି ରୁହନ୍ତି। ନଡ଼ିଆ ଗଛ ଥିଲେ ମଧ୍ୟ ଗଁାଗଣ୍ଡାରେ ଆଗ ଭଳି ଚାଳଘର ନ ଥିବାରୁ ସେମାନଙ୍କୁ କୁଟା ସଂଗ୍ରହକରି ବସା ବାନ୍ଧିବାରେ ସୁବିଧା ହେଉନାହିଁ। ଫଳରେ ବାଇଚଢ଼େଇମାନେ ବର୍ତ୍ତମାନ ଗହୀର ବିଲ ମଧ୍ୟ ଦେଇ ଯାଇଥିବା ତାରରେ ବସା ବାନ୍ଧୁଥିବା ଦେଖିବାକୁ ମିଳୁଛି। ପରିବେଶବିତ୍ ତଥା ଯନ୍ତ୍ରୀ ଆଦିତ୍ୟ କୁମାର ଦାଶ କୁହନ୍ତି, ଗହୀର ଓ ନିକାଞ୍ଚନ ସ୍ଥାନ ବିଲଗୁଡ଼ିକ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରରେ ବସା ବାନ୍ଧିବା ପାଇଁ ବାଇଚଢ଼େଇମାନେ ସୁରକ୍ଷିତ ଭାବୁଛନ୍ତି। ସେହିଭଳି ବିଲରେ ଆଖୁ ଓ ମକାଚାଷ ହେଉଥିବାରୁ ସେହି ପତ୍ରରେ ସେମାନଙ୍କୁ ବସା ତିଆରି କରିବା ପାଇଁ ସୁବିଧା ହୋଇଥାଏ।
ବାର୍ଡ କଞ୍ଜରଭେସନ ନେଟ୍ୱାର୍କ ପକ୍ଷରୁ ସାରା ଦେଶରେ ବାଇଚଢ଼େଇଙ୍କ ସଂଖ୍ୟା ଗଣନା କରାଯାଏ। ଭୁବନେଶ୍ୱରରେ ଥିବା ଏହାର ଶାଖା ୱାଇଲ୍ଡ ଓଡ଼ିଶା ବ୍ରାଞ୍ଚ ପକ୍ଷରୁ ୨୦୧୯ ମସିହା ଜୁଲାଇ ମାସରେ ଜିଲାର ୧୭୨୨୮ଟି ବାଇଚଢ଼େଇ ଥିବା ନେଇ ଗଣନା କରାଯାଇଥିଲା। ୨୦୧୮ ମସିହାରେ ୧୪୭୩୭ ବାଇଚଢ଼େଇ ବସା ଗଣନା କରାଯାଇଥିଲା। ବିଲୁପ୍ତ ପ୍ରାୟ ଏହି କ୍ଷୁଦ୍ର ଚଢ଼େଇଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାଯାଇଛି। ଏହାକୁ ପରିବେଶବିତ୍ମାନେ ସ୍ବାଗତ କରିଛନ୍ତି। ଏହି କ୍ଷୁଦ୍ର ଚଢ଼େଇକୁ କୃଷକଙ୍କ ବନ୍ଧୁ ବୋଲି କୁହାଯାଏ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢ଼େଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରି ଦେଇଥାଏ। ସେଥିପାଇଁ ବିଗତ ଦିନରେ ବାଇଚଢ଼େଇକୁ ଚାଷୀକ୍ୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଉଥିଲା। ସେହିଭଳି ଫସଲରେ ଲାଗିଥିବା ପୋକମାନଙ୍କୁ ଏହି ଚଢ଼େଇ ମାରି ଖାଇ ଦେଇଥାଏ। କ୍ଷୁଦ୍ର ବାଇଚଢ଼େଇର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ କେହି କେହି ବାଇଚଢେଇକୁ ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାଆନ୍ତି। ବାଇଚଢ଼େଇ ଦୁଇ ପ୍ରକାରର ବସା କରିଥାଏ। ମାଈ ବାଇଚଢ଼େଇଟି ଯେଉଁ ବସାରେ ଛୁଆ ଦେଇଥାଏ ତାହାକୁ ସେ ସୁରକ୍ଷିତ ଭାବେ ରଖିବା ପାଇଁ ଏକ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢ଼େଇ ଲମ୍ବା ବସା କରି ବସାରେ ବସି ରହି ଦୋହଲୁଥାଏ। ଧୂସର ରଙ୍ଗର ଏହି ଚଢ଼େଇ ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ଯଦି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ବିଭିନ୍ନ ସ୍ଥାନରେ ଲଗାଯାଆନ୍ତା ତା’ହେଲେ ଏହି ପକ୍ଷୀମାନଙ୍କ ବଂଶ ଆହୁରି ବୃଦ୍ଧି ପାଇପାରନ୍ତା ବୋଲି କେତେଜଣ ପରିବେଶବିତ୍ ପ୍ରକାଶ କରିଛନ୍ତି।
ବିଦ୍ୟୁତ୍ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ
Posted inଆମ ଜିଲା ଖବର, ନୟାଗଡ଼ View All
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି
ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...
ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..
ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…
ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍ଡ଼ ଡିଏସ୍ୱାଇଏସ୍ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍ଯାପିତ ହୋଇଛି।...
ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ
କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...
ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...
Archives


