ମାଲକାନଗିରି ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗ୍ରାମ

ମାଲକାନଗିରି,୨୯ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗ୍ରାମ ଥାଇ ମଧ୍ୟ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ୨ ବର୍ଷ ପୂର୍ବେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି। ଏହା ଓଡ଼ିଶା ମାନଚିତ୍ରରେ ଥିବା ବେଳେ ପ୍ରଶାସନ ରେକର୍ଡରେ ନ ଥିବାରୁ ଆନ୍ଧ୍ରପ୍ରଦେଶ ଏହି ଗ୍ରାମକୁ କବ୍‌ଜା କରିଥିଲା। ଏହି ଘଟଣା ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ବିଭିନ୍ନ ବିଭାଗ ଅଧିକାରୀମାନେ ତପତ୍ର ହୋଇ ଉକ୍ତ ଗ୍ରାମକୁ ଯାଇ ସମସ୍ତ ସୁବିଧା ସୁଯୋଗ ଦେବା ସହ ସେଠାରେ ତୁରନ୍ତ ଏକ ବିଦ୍ୟାଳୟ ପ୍ରତିଷ୍ଠା ସହ ଓଡ଼ିଆ ଶିକ୍ଷା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଗ୍ରାମକୁ ପ୍ରଶାସନ ନିଜ ରେକର୍ଡରେ ଅନ୍ତର୍ଭୁକ୍ତ କରିଥଲା।
ସେହିପରି ଏକ ଗ୍ରାମ ମାଲକାନଗିରି ଜିଲା ଗୁଗୁଲ ଆପ୍‌ ମାନଚିତ୍ରରେ ଥିବା ବେଳେ ପ୍ରଶାସନିକ ରେକର୍ଡରେ ନ ଥିବା ଆଶ୍ଚର୍ଯ୍ୟ କରୁଛି। ଚିତ୍ରକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଗନ୍ଧୀ ନାମକ ଏହି ଗ୍ରାମରେ ୬୦ରୁ ଊର୍ଦ୍ଧ୍ୱ ଜନଜାତିର ଡିଡାଇ ପରିବାର ବସବାସ କରନ୍ତି। ଏହି ଗ୍ରାମକୁ ଯିବାକୁ ହେଲେ ନାକାମାମୁଡି ସଦର ପଞ୍ଚାୟତଠାରୁ ନିଲାପାରି, ପିପିଲିପଦର ଓ କେନ୍ଦୁଗୁଡା ଗ୍ରାମକୁ ଗଲା ପରେ କେନ୍ଦୁଗୁଡା ଛକରୁ ତାରକାଗୁଡା ଯିବା ରାସ୍ତାରେ ଏହି ଗ୍ରାମ ପଡୁଥିବା ବେଳେ ମଝିରେ ୧ କି.ମି.ଘାଟି ପାର ହେଲା ପରେ ଏହି ଗ୍ରାମ ପଡୁଛି। ତେବେ ଏହି ଗ୍ରାମକୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିଲା ବେଳେ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ହୋଇଛି। ଏହି ଗ୍ରାମକୁ ଯେଉଁ ରାସ୍ତା ନିର୍ମାଣ ଚାଲିଛି ତାହା ଦାମୋଦରବେଡା ଗ୍ରାମ ନାମରେ ଚାଲିଥିବା ବେଳେ ଏହି ଗ୍ରାମର ଜନସାଧାରଣ ଦାମୋଦରବେଡା ଗ୍ରାମ ନାମରେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କିମ୍ବା ବିଦ୍ୟାଳୟ ନାହିଁ। ଗ୍ରାମର କୌଣସି ଲୋକଙ୍କ ଘରବାରି ପଟ୍ଟା, ଜମି ପଟ୍ଟା କିମ୍ବା ଜଙ୍ଗଲ ଜମି ପଟ୍ଟା ନାହିଁ, କିନ୍ତୁ ଏହି ଗ୍ରାମବାସୀ ଆଜକୁ ପ୍ରାୟ ୭୫ ବର୍ଷ ହେଲା ସେଠାରେ ବସବାସ କରୁଥିବା ମୁଖିଆ ପଲାସୀ ପ୍ରକାଶ କରିଛନ୍ତି। ଏଥିପାଇିଁ ଗ୍ରାମବାସୀ ପୂର୍ବରୁ ଅନେକ ଥର ଜିଲାପାଳ ଓ ଚିତ୍ରକୋଣ୍ଡା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଦୀର୍ଘ ୭୫ ବର୍ଷ ହେଲା ମାଲକାନଗିରି ଜିଲାରେ ବସବାସ କରୁଥିଲେ ମଧ୍ୟ ପ୍ରଶାସନକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ରେକର୍ଡରେ ତାଙ୍କ ଗ୍ରାମ ନାମ ନ ଚଢିବାରୁ ଗ୍ରାମବାସୀ ବାଧ୍ୟ ହୋଇ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ତୁରନ୍ତ ରାଜସ୍ବ ଗ୍ରାମ ଘୋଷଣା କରାଯିବା ସହ ସମସ୍ତ ପରିବାରଙ୍କୁ ୧ ମାସ ମଧ୍ୟରେ ଘରବାରି, ଚାଷ ଜମି, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସହ ଅଙ୍ଗନଓ୍ବାଡି, ବିଦ୍ୟାଳୟ, ପାନୀୟ ଜଳ ଇତ୍ୟାଦିର ସୁବିଧା କରିବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri