Odisha Elections 2024

କାଉଣ୍ଟର ଖୋଲୁ ଖୋଲୁ ଟିକେଟ ଶେଷ

କେନ୍ଦୁଝର,୧୦।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ଟିକେଟ ସରିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏବଂ ଲାଇନରେ ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି ଏବଂ ପୁଣି ଆର ସପ୍ତାହକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଏଣୁ ଟିକେଟ କଳାବଜାର ହେଉଥିବା ସନ୍ଦେହ କରି ଏହାର ତଦନ୍ତ ସହ ପଦକ୍ଷେପ ଗ୍ରହଣ କରିବାକୁ ସାମାଜିକ କର୍ମୀ ଦିଲ୍ଲୀପ ସାହୁ ଦାବି କରିଛନ୍ତି।
ଯେ, ୨ୟ ଓ ୪ର୍ଥ ମଙ୍ଗଳବାରରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ନିଯୁକ୍ତ ନ୍ୟୁରୋଲୋଜି ସୁପର ସ୍ପେଶାଲିଷ୍ଟ ରୋଗୀ ଦେଖିବାକୁ ଆସିଥାନ୍ତି। ପ୍ରତ୍ୟେକ ଥର ୬୦ ରୋଗୀ ଦେଖନ୍ତି। ମାତ୍ର ଶତାଧିକ ରୋଗୀ ଫେରନ୍ତି। ୬୦ ଟିକେଟ ଆବଣ୍ଟନ ହୋଇଗଲେ ଆଉ ଟିକେଟ ଦିଆଯାଏ ନାହିଁ। ଜରୁରୀ ହେଲେ ବା ସମୟ ଥିଲେ ଟିକେଟ ନେଇ ଶେଷରେ ଦେଖାଇଥାନ୍ତି। ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ଓ ବାହାର ଜିଲାରୁ ମଧ୍ୟ ରୋଗୀ ଆସି ରାତି ଅଧରୁ ଲାଇନରେ ଅପେକ୍ଷା କରିଥାନ୍ତି। ମଙ୍ଗଳବାର ସକାଳ ୮ଟା ପରେ ରୋଗୀ ପଞ୍ଜୀକରଣ କାଉଣ୍ଟର ଖୋଲିବା ବେଳେ ଅଳ୍ପ ଲୋକଥିଲେ। ତେବେ ସଙ୍ଗେ ସଙ୍ଗେ ଲମ୍ବା ଲାଇନ ଲାଗିଲା ବେଳେ ୨/୩ ଜଣଙ୍କ ପଞ୍ଜୀକରଣ କରିବା ପରେ ୬୦ ରୋଗୀ ପଞ୍ଜୀକରଣ ହୋଇଗଲା ବୋଲି କୁହାଗଲା। ଫଳରେ ଲାଇନରେ ଠିଆ ହୋଇଥିବା ଅନେକ ରୋଗୀ ନିରାଶରେ ଫେରିଥିବା ସାହୁ କହିଛନ୍ତି। ଆଗୁଆ ରୋଗୀଙ୍କଠାରୁ ଦଲାଲମାନେ ପାଉଣା ନେଇ ଟିକେଟ କାଟି ରଖିଥିବା ଏବଂ ସରିଗଲା ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି। ଏ ନେଇ ନିର୍ଦ୍ଦିିଷ୍ଟ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି। ଏଭଳି ଅବ୍ୟବସ୍ଥାର ପ୍ରତିକାର କରି ଉପଯୁକ୍ତ ପଦକ୍ଷେପ ନେଇ ସାଧାରଣ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନ ମିଳିଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri