ପତ୍ନୀଙ୍କ କଟା ଜିଭ ଛିଣ୍ଡାଇ ମଜା ନେଉଥିଲେ: ଜେଲ ଗଲେ ସ୍ବାମୀ

ନୟାଗଡ଼,୨୭ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ଧାନ କଟାଯାଇ ଅମଳ ଆରମ୍ଭ ହୋଇଛି। ତେବେ ମରୁଡ଼ି ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ। ଜିଲାର ଜଳଳସେଚିତ ଜମିକୁ ଛାଡ଼ିଦେଲେ ପ୍ରାୟ ୭୫ ପ୍ରତିଶତ ଜମିର ଧାନରେ ଅଧିକ ଅଗାଡ଼ି ବାହାରୁଛି। ଅନ୍ୟପକ୍ଷେ ଧାନରୁ ଅଗାଡ଼ି ଗଲା ପରେ ବି ଗୁଣବତ୍ତା ରହୁନି। ଧାନ କିଣିବା ପାଇଁ ଗାଁ ଗାଁରେ ଚକ୍କର କାଟିଲେଣି ଦଲାଲ ଓ ବେପାରୀ। ଚଳିତବର୍ଷର ଧାନରେ ଅଧିକ ଅଗାଡ଼ି, ଗୁଣବତ୍ତା ନ ଥିବାରୁ ଦଲାଲ ଓ ବେପାରୀ ଫାଇଦା ନେବା ଆରମ୍ଭ କରିଲେଣି। ଗାଁରେ ଏବେ କୁଇଣ୍ଟାଲ ପିଛା ୧୫୦୦ରୁ ୧୬୦୦ ଟଙ୍କାରେ ଦଲାଲ ଓ ବେପାରୀ ଧାନ କିଣୁଛନ୍ତି ବୋଲି ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ ଏଯାବତ ଧାନ ମଣ୍ଡି ଖୋଲିନାହିଁ। ଡିସେମ୍ବର ୨୭ରେ ଧାନ କିଣା ହେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯାହାର ଫାଇଦା ନେବାକୁ ଦଲାଲ ଓ ବେପାରୀ ଆରମ୍ଭ କରିଛନ୍ତି। ଭଲ ଧାନ ହୋଇଥିବା ଚାଷୀଙ୍କର ମଧ୍ୟ ଚିନ୍ତା ବଢ଼ିଲାଣି। ଲଘୁଚାପ ଜନିତ ଓ ଅଦିନିଆ ବର୍ଷାର ଭୟ ଲାଗି ରହିଥିବାରୁ ଭଲ ଧାନ ନଷ୍ଟ ହୋଇପାରେ। ବର୍ଷା ହୋଇଗଲେ ପରିସ୍ଥିତି ବଡ଼ ବିଷମ ହେବ। ଅଗାଡ଼ି ବାହାରୁଥିବା ଓ ଗୁଣବତ୍ତା ନ ଥିବା ଧାନକୁ କିପରି ଚାଷୀ ମଣ୍ଡିରେ ବିକ୍ରି କରିବ ସେନେଇ ଚିନ୍ତା ଘାରିଲାଣି। ପୁଣି କଟନୀଛଟନୀର ଭୟ ଦେଖା ଦେଇପାରେ।
ଏ ନେଇ ବାଲୁଗାଁର ଚାଷୀ ରଣଜିତ ଦଳବେହେରା କହିଛନ୍ତି, ଚଳିତବର୍ଷ ବର୍ଷା ଅଭାବ ଯୋଗୁ ମରୁଡି ପରିସ୍ଥିତି ଦେଖା ଦେଇଛି। ଫୁଲ ଉଡାଇବା ବେଳକୁ ବର୍ଷା ଗାଏବ ହୋଇଗଲା। ଜମି ଫାଟିଗଲା। କିଛି ଜମିରେ ଗାଈ ଚରିଗଲେ। ଆଉ କିଛି କିଛି ଜମିରେ ଅଳ୍ପ ଧାନ ହୋଇଛି। କିଛି ଧାନ ଅମଳ ହୋଇଛି। ଅମଳ ଧାନରୁ ଅଗାଡ଼ି ବହୁତ ବାହାରୁଛି। ପୁଣି ଧାନର ମାନ ଭଲ ରହୁ ନାହିଁ। ଚାଷୀ ତା’ର ଖର୍ଚ୍ଚ ଅର୍ଥ ପାଇବ ନାହିଁ। ଯେଉଁ ଧାନ ଅମଳ ହୋଇଛି, ତାହା ମଣ୍ଡି ନେବ କି ନାହିଁ ସନ୍ଦେହ ପ୍ରକାଶ ପାଇଲାଣି। କେତେଜଣ ଚାଷୀ ଧାନର ମାନକୁ ଦେଖି ଚିନ୍ତାରେ ରହିବା ପାଇଁ କୁଇଣ୍ଟାଲ ପିଛା ୧୫୦୦ ରୁ ୧୬୦୦ ଟଙ୍କାରେ ଧାନ ବିକୁଛନ୍ତି। ବାଲୁଗାଁ ଅଞ୍ଚଳରେ ବେପାରୀ ଓ ଦଲାଲ ଦିନରେ ଧାନ କିଣି ରାତିରେ ଟ୍ରକ ଲଗାଇ ନେଉଛନ୍ତି। ଜଳସେଚିତ ଜମି ଓ ଜମିରେ ପାଣି ମଡାଇ ଫସଲକୁ ବଞ୍ଚାଇଥିବା ଚାଷୀର ଧାନ ଭଲ ହୋଇଛି। କିଛି ଅମଳ ହୋଇଛି। ଯଦି ବର୍ଷା ହେବ ଭଲ ଧାନ ବି ନଷ୍ଟ ହୋଇଯିବ। ଏଣୁ ଚାଷୀ ଚଳିତବର୍ଷ କେବଳ ଚିନ୍ତାରେ ହିଁ ଦିନ କାଟୁଛି। ଖଣ୍ଡପଡାର ଚାଷୀ ନିରଞ୍ଜନ ସାହୁ କହିଛନ୍ତି, ଆମ ଅଞ୍ଚଳରେ ମରୁଡିର ଭୟ ଦେଖା ଦେଇଛି। କ୍ୱଚିତ ଚାଷୀଙ୍କର ଭଲ ଧାନ ହୋଇଛି। ଯେଉଁଠି ଏବେ ଅମଳ ହେଉଛି ଅଧିକ ଅଗାଡ଼ି ବାହାରୁଛି। ଚଳିତବର୍ଷ ମଣ୍ଡିରେ ଧାନ କିଣା ବେଗେ ଶେଷ ହୋଇଯିବାର ସମ୍ଭାବନା ଦେଖାଦେଇଛି। ଚାଷୀ ପାଖରେ ଧାନ ନାହିଁ। ୨ ଏକର ଜମିର କରିଥିବା ଧାନ ମରୁଡି ଆଁକୁ ଚାଲିଗଲା। କରଡ଼ାର ଚାଷୀ ଋଷିଆ ପ୍ରଧାନ କୁହନ୍ତି, ଓଡଗାଁ ବ୍ଲକର ଗୋଡିପଡ଼ା ଅଞ୍ଚଳରେ ମରୁଡି ହୋଇଛି। ତେବେ ଆମ୍ବରାପୁରଠାରୁ ପାଟୁଳିସାହି ପର୍ଯ୍ୟନ୍ତ ବୁଢ଼ାବୁଢ଼ୀଆଣି ଡ୍ୟାମର ଜଳ ଜମିରେ ମାଡ଼ିବାରୁ ମରୁଡ଼ି ପରିସ୍ଥିତି ହଟିଛି। ଜିଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବାବେଳେ ଓଡ଼ଗାଁର କିଛି ପଞ୍ଚାୟତକୁ ଛାଡ଼ି ଦେଲେ ଅଧିକାଂଶ ଅଞ୍ଚଳର ଭଲ ଧାନ ଫସଲ ହୋଇଛି। ହରିପୁର ଗାଁର ଚାଷୀ ଚିରଞ୍ଜୀବ ପ୍ରଧାନ କୁହନ୍ତି, ଜମିରେ ପାଣି ମଡ଼ାଇ ବାରବାଟି, ବୋଦାପଡ଼ା, ଡିହଗାଁ, ହରିପୁର, ଗଦାଧରପ୍ରସାଦ, ରାଧାନାଥପୁର, ଗୋବିନ୍ଦପୁର, ଶୁକଳଗାଡିଆ, ବାଲିକୁଦିଆ, ଶରଧାପୁର, ଆଙ୍କୁଲପାଟଣା ଅଞ୍ଚଳରେ ଭଲ ଧାନ ହୋଇଛି। ତେବେ ଲଘୁଚାପ ବର୍ଷା ନେଇ ଭୟ ରହିଛି। ଯଦି ବର୍ଷା ହେବ ତେବେ ମରୁଡିଠାରୁ ପରିସ୍ଥିତି ଭୟାବହ ହୋଇଯିବ। ରଣପୁରର ଚାଷୀ ଉଦ୍ଧବ ନାୟକ କୁହନ୍ତି, ରଣପୁର ବ୍ଲ୍ଳକର କିଛି ଅଞ୍ଚଳରେ ଜଳସେଚନର ସୁବିଧା ଥିଲେ ମଧ୍ୟ ଭଲ ଧାନ ହୋଇନାହିଁ। ତେବେ ଅଧିକାଂଶ ଅଞ୍ଚଳରେ ମରୁଡ଼ି ହୋଇଛି। ରଣପୁର ବ୍ଲ୍ଳକକୁ ମରୁଡ଼ି ଘୋଷଣା କରିବାକୁ ବାରମ୍ବାର ଦାବି, ଆପତ୍ତି, ଅଭିଯୋଗ, ଆନ୍ଦୋଳନ ହେଉଥିଲେ ମଧ୍ୟ ଅଭିଯୋଗକୁ କେହି ଶୁଣୁନାହାନ୍ତି। ମରୁଡ଼ିର କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରିବାକୁ ଅଞ୍ଚଳର ଚାଷୀ ଦାବି କରୁଛନ୍ତି। ନୂଆଗାଁର ବିମଳା ନାୟକ କୁହନ୍ତି, ଆମ ଅଞ୍ଚଳରେ ଧାନ କଟା ହୋଇନାହିଁ। ତେବେ ମଣ୍ଡି ବିଳମ୍ବରେ ଖୋଲିବା ଠିକ୍‌ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri