ବସ୍‌କୁ ଅପେକ୍ଷା କରିଥିବା ବେଳେ ଦ୍ରୁତ ଗତିରେ ଆସି ଚଢ଼ିଗଲା କାର

ଦିଗପହଣ୍ଡି,ପାଟପୁର,୨୨। ୧୧(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ପୋଡ଼ାମାରି ଗ୍ରାମ ଯାତ୍ରୀ ବିଶ୍ରାମାଗାର ସମ୍ମୁଖରେ ଏକ କାର ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଜଣେ ଗୁରୁତର ହୋଇଥିବା ବେଳେ ୨ ମହିଳା ସାମାନ୍ୟ ଆହାତ ହୋଇଛନ୍ତି।
ମୃତକ ଦ୍ୱୟ ହେଲେ ସାନଖେମୁଣ୍ଡି ବ୍ଲକ ପି.ରାମଚନ୍ଦ୍ରପୁର ଗ୍ରାମର ନିରଞ୍ଜନ ମହାନ୍ତି। ପୋଡ଼ାମାରି ଗ୍ରାମର ସିମାଞ୍ଚଳ ପ୍ରଧାନ। ଗୁରୁତର ଜଣକ ହେଲେ ପୋଡ଼ାମାରି ଗ୍ରାମ ନିକଟ ପଦ୍ମପୁର ଗ୍ରାମର ଅମିର ନାୟକ। ଆହାତ ଅନ୍ୟ ୨ ମହିଳାଙ୍କ ପରିଚୟ ଜଣାପଡ଼ିନାହିଁ। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ଯିବା ପାଇଁ ନିରଞ୍ଜନ, ସିମାଞ୍ଚଳ ଏବଂ ଅମିର ଯାତ୍ରୀ ବିଶ୍ରାମାଗାର ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ ଦିଗପହଣ୍ଡିରୁ ଗଜପତିର ମୋହନା ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ଧଳା ରଙ୍ଗର କାର ନଂ.(ଓଡି୦୭ଏକେ-୯୯୭୪) ସେମାନଙ୍କୁ ଧକ୍କା ଦେଇ ମାଡ଼ି ଯାଇଥିଲା। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅମିରଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପାଟପୁର ପୋଲିସ ବୁଧବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଥିବା ବେଳେ ଚାଳକ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri