ପ୍ରତାପୁରରୁ ବାଲି ଚୋରା ଚାଲାଣ ବେଳେ ୫ ଟ୍ରାକ୍ଟର ଜବତ, ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଅଭିଯୋଗ ନେଇ ତଦନ୍ତଦାବି

ପୁରୁଷୋତ୍ତମପୁର ୧୯/୧୧ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ବେଳେ ୫ ଟ୍ରାକ୍ଟରକୁ ଶନିବାର ରାତ୍ରରେ ପୋଲିସ ଜବତ କରିଛି । ଏଥିନେଇ ଥାନା କେସ ନଂ ୭୨୬ /୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି । ଏଥିନେଇ ଥାନା ଆଇଆଇସି ସମିର କୁମାର ରାଉତ କହିଛନ୍ତି ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚୋରାଚାଲାଣ ହେଉଥିବାର ବିଶ୍ବସ୍ଥ ସୁତ୍ରରୁ ଖବର ପାଇ ରାତ୍ରରେ ଚଢାଉ କରାଯିବା ବେଳେ ଅନ୍ଧାର ରାତ୍ରର ସୁଯୋଗ ନେଇ ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଛାଡି ଚମ୍ପଟ ମାରିଥିଲୋ ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ଜଗିରହିଥିଲେ ସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଟ୍ରାକ୍ଟରଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏହି ଗାଡି କାହାର ସେଥିନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଦୀର୍ଘ ଦିନହେଲା ପ୍ରତାପୁର ଗ୍ରାମରେ ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ କୁଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି। ପୋଲିସ ଓ ପ୍ରଶାସନ ଆଖିରେ ଧୂଳିଦେଇ ଗାଡିର ନମ୍ବରକୁ ବଦଳାଇ ବାଲି ଚୋରାଇ ବୋହିବାରେ ସେମାନେ ଲାଗିଥିଲେ ।
ଏହି ବାଲି ଚୋରାଚାଲାଣ ପଛରେ ଜୈନିକ ପୋଲିସ କର୍ମଚାରୀ ରହି ସେ ଓ ତାଙ୍କ ଭାଇ ଏହି କାରବାରର ପୁରଧା ସାଜି ରାତାରାତି ବାଲି ଚୋରା କାରବାର ଚଲାଇ ଆସୁଥିବା ବେଳେ ଏହା ବିରୋଧରେ କିଏ ମୂହଁ ଖୋଲିଲେ ସେହି ପୋଲିସ କର୍ମଚାରୀ ଜଣକ ନାଲିଆଖିଦେଖାଇବାରେ ଲାଗିଥିବା ଅଭିଯୋଗ ହୋଇଛି। ଯାହା ଦ୍ବାରା ଭୟରେ ଲୋକେ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ।
ପୋଲିସ ପକ୍ଷରୁ ଜବତ କରାଯାଇଥିବା ଏହି ଗାଡି ମଧ୍ୟରେ ଜାଲ ନମ୍ବରର ଗାଡି ରହିଥିବା ବେଳେ ଏହି ପୋଲିସ କର୍ମଚାରୀଙ୍କ ଭାଇଙ୍କ ଗାଡି ମଧ୍ୟ ଥିବା ନେଇ ଲୋକେ ଅଭିଯୋଗ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ଦେଇ ଜବତ ଗାଡିଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ବାଲି ଚୋରାକାରବାରରେ ସମ୍ପୁକ୍ତ ରହିଥିବା ଜୈନିକ ପୋଲିସ କର୍ମଚାରୀଙ୍କ ଅସଲି ମୁଖାଖୋଲିପାରିବ ବୋଲି ଦାବି କରିଛନ୍ତିା

Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri