Posted inଖେଳ

ଏହି ଅମ୍ପାୟର ରହିଲେ କେବେ ଜିତିନି ଭାରତ

ନୂଆଦିଲ୍ଲୀ,୧୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ରନ ସଂଗ୍ରହ କରି ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ରବିବାର ଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ଟିମ୍‌ ଇଣ୍ଡିଆର ପାଓ୍ବାର ପ୍ୟାକ୍‌ ଖେଳାଳୀ ବିରାଟ କୋହଲ, ଶ୍ରେୟସ ଆୟର ଓ ମହମ୍ମଦ ଶାମି ଫାଇନାଲରେ ଧୂଆଁଧାର ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇଗଲେଣି।
ଏହାରି ଭିତରେ ଶୁକ୍ରବାର ଫାଇନାଲ ମ୍ୟାଚ ପାଇଁ ଅମ୍ପାୟର୍ସଙ୍କ ନାଁ ଘୋଷଣା ହୋଇଛି। ତାଲିକାରେ ରିଚର୍ଡ କେଟଲବୋରୋଙ୍କ ନାଁ ଦେଖି ସବୁ ଭାରତୀୟଙ୍କୁ ଝଟକା ଲାଗିଛି। କାରଣ ଯେବେ ବି ରିଚର୍ଡ ଭାରତର ଆଇସିସି ମ୍ୟାଚରେ ଅମ୍ପାୟରିଂ କରିଛନ୍ତି ସେହି ମ୍ୟାଚରେ ଭାରତ ପରାଜୟ ହୋଇଛି।

୨୦୧୪ରେ ହୋଇଥିବା ଭାରତ-ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଫାଇନାଲରେ ରିଚର୍ଡ ଅମ୍ପାୟରିଂ କରିଥିଲେ। ଏହି ମ୍ୟାଚରେ ଭାରତ ପରାଜୟ ହୋଇଥିଲା। ସେହିପରି ୨୦୧୫ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ ସେଥିରେ ମଧ୍ୟ ଭାରତ ମ୍ୟାଚ ହାରିଥିଲା। ଏହି କ୍ରମରେ ୨୦୧୬ରେ ଟି-୨୦ ସେମି ଫାଇନାଲରେ ରିଚାର୍ଡ ଥିବା ଯୋଗୁ େଓଷ୍ଟଇଣ୍ଡିଜ ଠାରୁ ଭାରତ ହାରିଥିଲା। ୨୦୧୭ ଚାମ୍ପିୟନ ଟ୍ରଫି ଫାଇନାଲରେ ପଡୋଶୀ ପାକିସ୍ତାନ ଠାରୁ ଭାରତ ଟିମ୍‌ ହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ଚନ୍ଦାହାଣ୍ଡି ଧରିତ୍ରୀ ଖବରଦାତା ଦିଲୀପ ଦାସଙ୍କ ପରଲୋକ

ନବରଙ୍ଗପୁର,୧୧।୧୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍‌ ଧରିତ୍ରୀ ଖବରଦାତା ଦିଲୀପ ଦାସ (୫୪)ଙ୍କ ବୁଧବାର ସକାଳ ୯ଟାରେ ପରଲୋକ ଘଟିଛି। ସେ ୨୦୦୯ରୁ ଧରିତ୍ରୀ ଖବରଦାତାଭାବେ...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ…

ଭୁବନେଶ୍ୱର,୧୧ା୧୨ (ରବିନାରାୟଣ ଜେନା): ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

କେନ୍ଦ୍ର ଅସହାୟ କି? ଇଣ୍ଡିଗୋ ସଙ୍କଟକୁ ନେଇ ହାଇକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୧୧ା୧୨: ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ବିମାନସେବାରେ ବିଭ୍ରାଟର ସମ୍ମୁଖୀନ ହୋଇଥିବା ଦେଶର ସର୍ୱବୃହତ୍‌ ଏୟାରଲାଇନ୍‌ ଇଣ୍ଡିଗୋର ବହୁ ଫ୍ଲାଇଟ ଉଡ଼ାଣ ରଦ୍ଦ ହୋଇଯାଇଥିବାବେଳେ ଉକ୍ତ...

ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ, ୧ା୧୨: ୟୁନେସ୍କୋର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଦୀପାବଳି ସ୍ଥାନ ପାଇଛି। ୟୁନେସ୍କୋ ରିପ୍ରେଜେଣ୍ଟିଭ ଲିଷ୍ଟ୍‌ ଅଫ୍‌ ଦ ଇନ୍‌ଟାଞ୍ଜିବଲ କଲ୍‌ଚ୍ୟୁରାଲ ହେରିଟେଜ୍‌ ଅଫ୍‌...

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri