ଢେଙ୍କାନାଳରୁ ମେଲାଣି ନେଲେ ମା’

ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଏହି ଅନ୍ତିମ ଉତ୍ସବ ଭସାଣି ଶୋଭାଯାତ୍ରା ବେଶ୍‌ ଆନନ୍ଦ ଉଲ୍ଲାସ ଓ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକନୃତ୍ୟ, ବାଦ୍ୟ ସଙ୍ଗୀତରେ ସମଗ୍ର ଢେଙ୍କାନାଳ ପ୍ରକମ୍ପିତ ହୋଇଉଠିଥିଲା। ବିଶେଷକରି କେରଳ, ମହାରାଷ୍ଟ୍ର ଓ ହରିୟାଣା, ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର, ପୁରୀ ଆଦିର ଲୋକନୃତ୍ୟ ପ୍ରମୁଖ ଆକର୍ଷଣ ସାଜିଥିଲା। ଏହି ଭସାଣି ଶୋଭାଯାତ୍ରାରେ ପିଲାଠାରୁ ଆରମ୍ଭ କରି ଯୁବକ ଓ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ। ପୂରା ସହର ଯେପରି ନାଚ, ଗୀତରେ ଏକାକାର ହୋଇଯାଇଥିଲା।
ପୂର୍ବାହ୍ନ ସାଢେ ୮ଟାରେ ୧ନଂ. ମେଢ ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ମିନାବଜାର ପୂଜା ମଣ୍ଡପଠାରୁ ଏହି ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା। ଜିଲାପାଳ ମନୋରଞ୍ଜନ ମଲ୍ଲିକ ନଡ଼ିଆ ବାଡ଼େଇ ମିଳିତ ଭସାଣି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ ବେହେରା, ମିଳିତବଜାର ପୂଜା କମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା, ଉପଜିଲାପାଳ ସପନ କୁମାର ନନ୍ଦ, ମିନାବଜାର ପୂଜା ପ୍ରତିଷ୍ଠାନ ସଭାପତି ରବି ନାରାୟଣ ମହାନ୍ତି, ସମ୍ପାଦକ ପୀତବାସ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଚଳିତବର୍ଷ ୩୮ଟି ପୂଜା ମଣ୍ଡପରେ ପୂଜା ହୋଇଥିବା ବେଳେ ୨୨ ଅନୁଷ୍ଠାନ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅନ୍ୟ ପୂଜା ପ୍ରତିଷ୍ଠାନଗୁଡିକ ନିଜ ସୁବିଧା ମୁତାବକ ମେଢ ବିସର୍ଜନ କରିଥିଲେ। ମିଳିତ ଭସାଣି ଶୋଭାଯାତ୍ରାରେ ପ୍ରଥମେ ମିନାବଜାର, ଦ୍ୱିତୀୟରେ ଜବାହାରଚୌକ, ତାହା ପଛକୁ ଲକ୍ଷ୍ମୀବଜାର, ଗଣେଶ ବଜାର, ମହାବୀର ବଜାର, କାଞ୍ଚନ ବଜାର, ଆନନ୍ଦ ବଜାର, କାରିଗର ସାହି, ବାଜିଚୌକ, ଗୁଡିଆନାଳୀ ଓ ପରେ ପରେ ଅନ୍ୟ ପୂଜା ପ୍ରତିଷ୍ଠାନର ମେଢ ଶୋଭାଯାତ୍ରାରେ ଯାଇଥିଲେ। ମେଢଗୁଡିକ ନିଜ ନିଜ ମଣ୍ଡପରୁ ବାହାରି ସହରର ପ୍ରମୁଖ ରାସ୍ତାଦେଇ ବଳରାମ ମନ୍ଦିର, ରାଜବାଟୀ, ଦୁର୍ଗା ବଜାର ଛକ, ବସ୍‌ଷ୍ଟାଣ୍ଡ ଟ୍ରାଫିକ ଛକ, ପୂର୍ତ୍ତବିଭାଗ ଗଳି ଦେଇ ପୁଣିଥରେ ସହରର ପ୍ରମୁଖ ରାସ୍ତାରେ ବାହାରି ସେଠାରୁ ମହାବୀର ବଜାର, ଜବାହରଚୌକ ଓ ବାଜିଚୌକ ଦେଇ ବିସର୍ଜନ ପାଇଁ ବଡଜୋରା କାଠଶଙ୍ଖ ଆଡକୁ ମୁହଁାଇଥିଲେ। ରାତି ୧୦ଟା ୫ରେ ପ୍ରଥମେ ମିନାବଜାର ପୂଜା ପ୍ରତିଷ୍ଠାନ ମେଢ଼ ବିସର୍ଜନ କରାଯାଇଥିଲା। ପରେ ୧୦ଟା ୪୫ରେ ଦ୍ୱିତୀୟ ମେଢ଼ ଭାବେ ଜବାହରଚୌକ ମେଢ଼ ବିସର୍ଜନ ହୋଇଥିଲା। ଏହି ଶୋଭାଯାତ୍ରା ଓ ଭସାଣି ପର୍ବ ଅତ୍ୟନ୍ତ ଶୃଙ୍ଖଳାର ସହ ଶେଷ ହୋଇଥିଲା। ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ କେରଳର ଲୋକନୃତ୍ୟ, ମହାରାଷ୍ଟ୍ର ନାସିକର ବାଦ୍ୟ, ହରିୟାଣାର ଅଘୋରୀ ନୃତ୍ୟ, ରାଜସ୍ଥାନର ମାଙ୍କଡ଼ ନୃତ୍ୟ, ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀରର ଲୋକନୃତ୍ୟ, ପୁରୀର ଦେବଦାସୀ ଓ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ସମ୍ମୁଖରେ ଶାସ୍ତ୍ରୀୟ ନୃତ୍ୟ, କେନ୍ଦୁଝରର ଆଦିବାସୀ ଲୋକନୃତ୍ୟ ଆଦି ସାମିଲ ହୋଇଥିଲା। ଶ୍ରୀକାକୁଲମ, ବ୍ରହ୍ମପୁର, ଯାଜପୁର ଆଦି ଅଞ୍ଚଳରୁ ଆସିଥିବା ବ୍ୟାଣ୍ଡପାର୍ଟି ବାଦ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ସଦସ୍ୟ ଓ ଅଞ୍ଚଳବାସୀ ନୂତନ ବସ୍ତ୍ର ପରିଧାନ କରି ଶୋଭାଯାତ୍ରାରେ ନୃତ୍ୟ ସଙ୍ଗୀତରେ ନିଜକୁ ହଜାଇ ଦେଇଥିଲେ। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସମଗ୍ର ସହର ଯେପରି ଜନ ସମୁଦ୍ରରେ ପରିଣତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୨୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri