ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ

ଭୁବନେଶ୍ୱର, ୮ା୮(ବ୍ୟୁରୋ): କେନ୍ଦ୍ର ସରକାର କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରି ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଫଳରେ କଶ୍ମୀରବାସୀଙ୍କୁ ଆତ୍ମନିର୍ଣ୍ଣୟର ଅଧିକାରରୁ ବଞ୍ଚତ୍ତ କରିଛନ୍ତି। ଏ ନେଇ ସିପିଆଇ (ଏମ୍‌-ଏଲ୍‌) ରେଡ୍‌ଷ୍ଟାର ସମେତ ବିଭିନ୍ନ ଗଣତାନ୍ତ୍ରିକ ମାନବିକ ଅଧିକାର ସଙ୍ଗଠନ ପକ୍ଷରୁ ବୁଧବାର ମାଷ୍ଟରକ୍ୟାଣ୍ଟିନଠାରେ ବିରୋଧ ପ୍ରଦର୍ଶନ କରାଯାଇଛି। ୮୭ ବିଧାନସଭା ଓ ୬ ଲୋକସଭା ଅଞ୍ଚଳର ଦେଢ଼ କୋଟି ଜାମ୍ମୁ-କଶ୍ମୀରବାସୀ ଆଜି ବନ୍ଦୀ ଓ ନିଜ ନିଜ ଭିତରେ ଏବଂ ସମଗ୍ର ଦେଶଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି ବୋଲି ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି।
ପୂର୍ବରୁ କଶ୍ମୀରରେ ଲକ୍ଷ ଲକ୍ଷ ସଶସ୍ତ୍ର ସେନା ମୁତୟନ କରାଯାଇଥିବା ବେଳେ, ଗତ ସପ୍ତାହରେ ଅତିରିକ୍ତ ୪୮ ହଜାର ସେନା ପଠାଯାଇଛି। ମୋବାଇଲ, ଇଣ୍ଟରନେଟ, ଲ୍ୟାଣ୍ଡ ଫୋନ, କେବୁଲ କନେକ୍ସନ ବନ୍ଦ କରି ଦିଆଯାଇଥିବା ବେଳେ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି। ଏପରିକି ଡାକ୍ତରଖାନାଠାରୁ ଆରମ୍ଭ କରି ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ କରି ଦିଆଯାଇଛି। ସମଗ୍ର କଶ୍ମୀରବାସୀଙ୍କୁ ଅନ୍ଧକାରରେ ରଖି ସେମାନଙ୍କର ଇଚ୍ଛାକୁ ସମ୍ମାନ ନ ଦେଇ ଗୋଟିଏ ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଓ ସମଗ୍ର ଦେଶରେ କଶ୍ମୀରବାସୀଙ୍କ ବିରୋଧରେ ଏକ ଯୁଦ୍ଧ ବିରୋଧୀ ଉନ୍ମାଦନା ସୃଷ୍ଟି କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କଦାପି ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦୀକାରୀମାନେ ପ୍ରକାଶ କରିଛନ୍ତି। ବିକ୍ଷୋଭରେ ସିପିଆଇ(ଏମ୍‌-ଏଲ୍‌) ରେଡ୍‌ ଷ୍ଟାର ରାଜ୍ୟ ସମ୍ପାଦକ ଶିବରାମ, ଗଣ ଆନ୍ଦୋଳନର ନେତା ନରେନ୍ଦ୍ର ମହାନ୍ତି, ମାନସ ପଟ୍ଟନାୟକ, ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ, ଦେବ ରଞ୍ଜନ, ଶ୍ରୀମନ୍ତ ମହାନ୍ତି, ବିପ୍ଳବୀ କବି ଲେନିନ୍‌, ଲୋହିଆ ଏକାଡ଼େମୀ ପକ୍ଷରୁ ଦେବ ପ୍ରସାଦ ରାୟ, ପ୍ରଦୀପ ସାହୁ ଆଦି ଯୋଗ ଦେଇଥିଲେ। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଇନ୍‌ସାଫ, ସିଏସ୍‌ଡ଼ି, ବସ୍ତି ସୁରକ୍ଷା ମଞ୍ଚ, ଟିୟୁସିଆଇ ଆଦି ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri