ଗାଁ ଦାଣ୍ଡରେ ନୂଆଁଖାଇଲେ ୧୬୩ ପରିବାର

ସୁନ୍ଦରଗଡ,୨୧ା୯(ଜୟ ନାରାୟଣ ମେଣ୍ଡୁଳି): ଖରା, ବର୍ଷା, ଶୀତ, କାକରରେ ହାଡ଼ଭଙ୍ଗା ପରିଶ୍ରମ କରି ମାଟି ମା’ରୁ ଉତ୍ପାଦିତ ପ୍ରଥମ ଶସ୍ୟକୁ ସମ୍ମାନ ଦେବାର ପର୍ବ ହେଉଛି ନୂଆଁଖାଇ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହସ ଉଲ୍ଲାସରେ ଏହି ଗଣପର୍ବକୁ ପାଳନ କରଛନ୍ତି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଝୁରିମାଲ ଗ୍ରାମବାସୀ। ନୂଆଁଖାଇକୁ ନିଆରା ଢଙ୍ଗରେ ପାଳନ କରିବା ପାଇ ୨ ସପ୍ତାହ ପୂର୍ବରୁ ପ୍ରସ୍ତୁତିରେ ଲାଗିପଡିଥିଲେ ସଂପୂର୍ଣ୍ଣ ଗ୍ରାମବାସୀ। ବୁଧବାର ସକାଳେ ସର୍ବପ୍ରଥମେ ଗ୍ରାମର ଆରାଧ୍ୟ ଦେବତା ସଙ୍କଟମୋଚନ ବଜରଙ୍ଗବଲୀଙ୍କ ପାଖରେ ନୂଆଁ ଚାଉଳ ଲାଗି ପୂଜାର୍ଚ୍ଚନା କରିବା ପରେ ଗ୍ରାମର ପ୍ରତ୍ୟେକ ପରିବାର ନିଜ ନିଜ ଇଷ୍ଟଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ଅପରାହ୍ନ ୧ଟାରେ ଗାଁ ମଣ୍ଡପରେ ଏକାଠି ହୋଇଥିଲେ। ଏହାପରେ ପାରମ୍ପାରିକ ସଙ୍କୀର୍ତ୍ତନ, ସଂପ୍ରଦା ଓ ଢୋଲ ନିଶାନର ତାଳେ ତାଳେ ଝୁମୀ ଉଠିଥିଲା ଗାଁ ଦାଣ୍ଡ। ସାମୂହିକ ଏକତାର ଏହି ବିରଳ ପରମ୍ପରାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଜିଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ। ଜିଲା ପରିଷଦ ଅଧ୍ୟକ୍ଷା ପ୍ରଧାନ ଝୁରିମାଲର ଏହି ମହାନ ପରମ୍ପରା କେବଳ ରାଜ୍ୟ ନୁହେଁ ଦେଶରେ ଏକ ଯୁଗାନ୍ତକାରୀ ଅଭିନବ ଉଦାହରଣ ବୋଲି କହିଥିଲେ। ବନଖଣ୍ଡ ଅଧିକାରୀ ମିରାସେ ଝୁରିମାଲର ନୂଆଁଖାଇ ନିଜର ବ୍ୟକ୍ତିଗତ ଜୀବନରେ ଏକ ଅଭୂଲା ସ୍ମୃତି ରହିବା ତଥା ଯେଉଁଠି ଥିଲେ ବି ସେ ଝୁରିମାଲର ନୂଆଁଖାଇରେ ଯୋଗଦେବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଉଦୀୟମାନ କଣ୍ଠଶିଳ୍ପୀ ମଧୁସ୍ମିତା ନାଏକ ଯୋଗଦେଇ ନୂଆଁଖାଇ ସଙ୍ଗୀତ, ଓଲିଉଡ ତାରକା ଶୁଭମ ନାଏକଙ୍କ ସଂଳାପ, ପ୍ରସିଦ୍ଧ ହାସ୍ୟ କଳାକାର କେଦାରନାଥ ପଟେଲ ଓ ମନୋରଞ୍ଜନ ପଟେଲଙ୍କ ଅଭିନୟ ବେଶ ମନଛୁଆଁ ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ସାମୂହିକ ନୂଆଁଖାଇର ଅଭିନବ ପରମ୍ପରା। ଗାଁ ଦାଣ୍ଡରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷର ଧାଡିକୁ ଧାଡି ବସିଥିଲେ ସମସ୍ତ ଗ୍ରାମବାସୀ। ଆରମ୍ଭ ହୋଇଥିଲା ନବାହ୍ନ ସାଙ୍ଗକୁ ବିବିଧ ମିଷ୍ଟାନ୍ନ ବଣ୍ଟନ। ଗ୍ରାମର ସମୁଦାୟ ୧୬୩ଟି ପରିବାର ସାଙ୍ଗକୁ ପଡୋଶୀ ଗାଁର ହଜାର ହଜାର ଲୋକ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥିଲେ ସାମୂହିକ ନୂଆଁଖାଇ। ଗାଁରେ ଏକତା, ସହଭାଗିତା ଓ ଭାଇଚାରାର ଏକ ବିରଳ ଦୃଷ୍ଟାନ୍ତ ଏହି ଗ୍ରାମରେ ଦେଖିବାକୁ ମିଳିଛି। ଦୀର୍ଘ ୧୧ ବର୍ଷ ଧରି ସାମୂହିକ ନୂଆଁଖାଇ ପାଳନ କରୁଛନ୍ତି ଏହି ଗ୍ରାମବାସୀ। ଏହା ପରେ ନୂଆଁଖାଇ ଭେଟ ଘାଟ ସାଙ୍ଗକୁ ବିଭିନ୍ନ ବିଲୁପ୍ତ ପ୍ରାୟ ଖେଳ ଯଥା:- ପୁଚି ଖେଳ, ଶଙ୍ଖ ଫୁକା, ହୁଳହୁଳି, ଚାମୁଚ ରେଶ, ରଶି ଡିଆଁ ଇତ୍ୟାଦିରେ ମଜ୍ଜି ଯାଇଥିଲେ ଗ୍ରାମବାସୀ। ଏହି ସାମୂହିକ ନୂଆଁଖାଇକୁ ଦେଶ ବିଦେଶରୁ ଅନେକ ଶୁଭେଚ୍ଛୁ ଅଭିନନ୍ଦନ ଜଣାଇ ଏହି ପରମ୍ପରା ବଜାୟ ରଖିବାକୁ ଆହ୍ବାନ ହେଇଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଝୁରିମାଲ ବନ ସୁରକ୍ଷା ସମିତି, ଜୟ ବଜରଙ୍ଗ କ୍ଲବ ଓ ସ୍ବ୍‌ଚ୍ଛୋସେବୀ ଅନୁଷ୍ଠାନ ସେବକର କର୍ମକର୍ତ୍ତା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri