ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ ପ୍ରହଲ୍ଲାଦ ବେହେରା। ତାଙ୍କ ଘର ବାଲିମୀ ଥାନା ଅନ୍ତର୍ଗତ କଡଲା ଗ୍ରାମରେ।
ମାମଲାର ବିବରଣୀ ଅନୁଯାୟୀ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତ ଜାନୁୟାରୀ ୧ରେ କଡଲା ଗ୍ରାମର ସନ୍ତୋଷ ସାହୁ ଉପରେ ପ୍ରହଲ୍ଲାଦ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସନ୍ତୋଷଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ଅଭିଯୋଗକ୍ରମେ ଥାନାରେ ହତ୍ୟା ଉଦ୍ୟମ ମାମଲା (ନଂ.୧/୧୯) ରୁଜୁ କରାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ହିନ୍ଦୋଳ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ହାଜତକୁ ପଠାଇ ଦିଆଯାଇଥିଲା। ସେହିଦିନଠାରୁ ପ୍ରହଲ୍ଲାଦ ବିଚାରାଧୀନ ବନ୍ଦୀ ଭାବେ ହିନ୍ଦୋଳ ଜେଲ୍‌ରେ ରହୁଥିଲେ। ହିନ୍ଦୋଳ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ଙ୍କ ଅଦାଲତରେ ତାଙ୍କର ବିଚାର ଆରମ୍ଭ ହୋଇଥିଲା। ବୁଧବାର ପ୍ରଥମ କରି ଉକ୍ତ କେସ୍‌ (ସିଟି ଏସ୍‌ଏସ୍‌ ୮୩/୧୯)ର ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ହାବିଲଦାର ହଟକିଶୋର ନାଏକ, ରୋହିତ କୁମାର ଭୋଇ ଏକ ଜିପ୍‌ରେ ଅଭିଯୁକ୍ତ ପ୍ରହଲ୍ଲାଦଙ୍କୁ ଧରି କୋର୍ଟକୁ ଆସିଥିଲେ। ସାକ୍ଷ୍ୟ ପ୍ରଦାନ କାର୍ଯ୍ୟ ସରିବା ପରେ ପ୍ରହଲ୍ଲାଦକୁ ବାହାରକୁ ନିଆଯାଇଥିଲା। ହେଲେ ପୋଲିସ କର୍ମଚାରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ପ୍ରହଲ୍ଲାଦ ଦୌଡ଼ି ପଳାଇଯିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି। ଖବର ଲେଖାଯିବା ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ହାବିଲଦାର ହଟକିଶୋରଙ୍କ ଅଭିଯୋଗକ୍ରମେ ନଂ. ୬୭/୧୯ରେ ମାମଲା ରୁଜୁ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୋଲିସ ହେପାଜତ୍‌ରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯିବା ଘଟଣା ବିଭାଗର ଅପାରଗତାକୁ ପଦାରେ ପକାଇଛି। ପୋଲିସର ଚରମ ଦାୟିତ୍ୱହୀନତାରୁ ଏପରି ଘଟଣା ଘଟିଥିବା ବୁଦ୍ଧିଜୀବୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri