ପୁରସ୍କାର ବ୍ୟକ୍ତିର ଅନାବଶ୍ୟକତାର ଉପଲବ୍ଧି କରାଏ

ଓଡ଼ିଶାର ନାଟକ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ର। ଟେଲିଭିଜନ୍‌, ଫିଲ୍ମ, ରେଡିଓ ସହ ୟୁଟ୍ୟୁବରେ ମଧ୍ୟ ସେ ଶୁଣାଉଛନ୍ତି ନାଟକୀୟ କାହାଣୀ। ରଚନା, ନିର୍ଦ୍ଦେଶନା ଓ ଅଭିନୟ ମାଧ୍ୟମରେ ୨୦୧୫ ନଭେମ୍ବର ସୁଦ୍ଧା ୧୦୦ରୁ ଅଧିକ ନାଟକରେ ସେ ନିଜର ଛାପ ଛାଡ଼ିଛନ୍ତି। ଆଗକୁ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଭାବାନ୍ତର’ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଥିବାବେଳେ ‘ମନ୍ମଥ ମନୋଜ ଦାସ’ ନାମରେ ଏକ ଡକୁମେଣ୍ଟାରୀ ଓ ‘ସ୍ମୃତି’ ନାମକ ଫିଲ୍ମ ଉପରେ ସେ ଏବେ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କର ୨ ଅନୁଷ୍ଠାନ ‘ସୃଜନୀ’, ‘ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟ’ ଦ୍ୱାରା ସେ ନାଟକ କ୍ଷେତ୍ରକୁ ବେଶ୍‌ ଅବଦାନ ଦେଇଛନ୍ତି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଚର୍‌ ଫିଲ୍ମ ମାମୁ ୧୯୮୨ରେ ଦୂରଦର୍ଶନରେ ହିନ୍ଦୀ ଏବଂ ଓଡ଼ିଆରେ ପ୍ରସାରିତ ହୋଇଥିଲା। ସେ ୨୦୧୬ରେ ସେକ୍ସପିୟର୍‌ ଫେଷ୍ଟିଭାଲ୍‌ ଆୟୋଜନ କରିଥିଲେ। ନିକଟରେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ୨୦୨୩ରେ ତାଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଗୁରୁ କେଳୁଚରଣ ପୁରସ୍କାର ୨୦୨୩ ପାଇଁ ଆପଣଙ୍କୁ ଶୁଭେଚ୍ଛା। ଭାବୁଛନ୍ତି କି ଏହି ପୁରସ୍କାର ଆପଣଙ୍କୁ ବିଳମ୍ବରେ ମିଳିଛି?
ନା ମୁଁ କେବେ ଭାବିନି। ଭାଗ୍ୟରେ ଯାହା ଯେତେବେଳେ ଥାଏ ତାହା ସେତେବେଳେ ହୁଏ। ଗୁରୁ କେଳୁଚରଣ ପୁରସ୍କାର ପାଇଁ ବହୁତ ଆଗରୁ ମୋତେ କହିଥିଲେ। ସାଧାରଣତଃ ମୁଁ ପୁରସ୍କାର ଗ୍ରହଣ କରେନାହିଁ। ଜଣେ ସୃଜନଶୀଳ ବ୍ୟକ୍ତି ପାଇଁ ପୁରସ୍କାର କିମ୍ବା ସମ୍ମାନ ବେଳେବେଳେ ଉପଲବ୍ଧି କରାଏ ଯେ, ସେ ବ୍ୟକ୍ତିର ଆଉ କୌଣସି ଆବଶ୍ୟକତା ନାହିଁ। ଅର୍ଥାତ୍‌ ଭାବନ୍ତି ଯେ, ସେ ସୃଜନଶୀଳ ଶକ୍ତିର ଶୀର୍ଷରେ ପହଞ୍ଚିଯାଇଛି, ଯାହା ଗୋଟିଏ ନକାରାତ୍ମକ ପ୍ରଭାବ ପକାଇପାରେ। ସେଥିପାଇଁ ମୁଁ ଯାହା କରେ ଭାବେ, ତାହା ଯଥାର୍ଥ ଭାବେ କରିପାରିଲି କି ନାହିଁ।
ତା’ହେଲେ ଏହି ପୁରସ୍କାର କାହିଁକି ଗ୍ରହଣ କଲେ?
କେଳୁଚରଣଙ୍କ ସହ ମୋର ସମ୍ପର୍କ ବହୁତ ପୁରୁଣା। ଜୁରୀର ଚେୟାରମ୍ୟାନ୍‌ ଥିଲି। ୧୦ବର୍ଷ ପରେ ଯେବେ ଛାଡ଼ିଲି ସେମାନେ କହୁଥିଲେ, ମୁଁ ମନା କରୁଥିଲି। ଏବେ ପୁଣି ବହୁତ କରି କହିବାରୁ ଗ୍ରହଣ କଲି। ମାତ୍ର ପୁରସ୍କାର କିମ୍ବା ସମ୍ମାନ ମୋ ପାଇଁ ବିଶେଷ ଗୁରୁତ୍ୱ ରଖେ ନାହିଁ।
ଏବେ ନାଟକର ସ୍ଥିତି କିଭଳି ଦେଖୁଛନ୍ତି?
ନାଟକ ବହୁତ ହେଉଛି। ପ୍ରଥମ କଥା ଟିକେଟ ଶୋ ହେଉନାହିଁ। ଯେଉଁଥିପାଇଁ ପେସାଦାରି ମନୋବୃତ୍ତି ଆସୁନାହିଁ। ଦ୍ୱିତୀୟରେ ଯେଉଁ ପ୍ରକାରର ସଂଗଠନ, ପ୍ରସ୍ତୁତି, ଉପସ୍ଥାପନା ଦରକାର, ତାହା ଠିକ୍‌ ଭାବେ ହେଉନାହିଁ। ସେଥିପାଇଁ ଦର୍ଶକ ଦେଖିବାକୁ ଯାଉନାହାନ୍ତି। ଟେଲିଭିଜନ, ଫିଲ୍ମ ଏମିତିକି ଯାତ୍ରା ଦେଖିବାକୁ ଲୋକ ପଇସା ଦେଉଛନ୍ତି। କିନ୍ତୁ ନାଟକ ପାଇଁ ଦେଉନାହାନ୍ତି। ଟିକେଟ ନ ହେଲେ କଳାକାରର ପେସା ହେବନି। ଆଉ ପେସାଦାରି ହୋଇପାରିବ ନାହିଁ। ପେସାଦାରି ମନୋବୃତ୍ତି କେବଳ କଳାକାର ନୁହେଁ, ଦର୍ଶକଙ୍କ ପାଇଁ ମଧ୍ୟ ଆବଶ୍ୟକତା ରହିଛି।
ନାଟକ କ୍ଷେତ୍ରରେ ଯୁବପିଢ଼ିଙ୍କୁ କିଭଳି ଆଗ୍ରହୀ କରିହେବ?
ଯୁବକମାନଙ୍କ ପାଖେ ବେଶି ନିଷ୍ଠା ରହିଛି। ଆମ ସମୟରେ ବହୁତ କମ୍‌ ଥିଲେ, ଯେଉଁମାନେ ନିର୍ଦ୍ଦେଶନା ଦେଉଥିଲେ। ଏବେ ବେଶି। ସେମାନଙ୍କ ପାଇଁ ନାଟ୍ୟଶାଳାର ଆବଶ୍ୟକତା ସବୁବେଳେ ରହିଛି। ଯେଉଁମାନେ ୧୦ବର୍ଷ ଅଭିନୟ କରି ସାରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଆବଶ୍ୟକ ଅଛି। କାରଣ ଅଭିନୟର କେବେ ସୀମା କଛି ନାହିଁ।
ଆବଶ୍ୟକ ପରିମାଣରେ କର୍ମଶାଳା ହେଉଛି କି?
ହେଉନି। ସେଥିପାଇଁ ତ ନାଟକର ସ୍ଥିତି ଭଲ ନାହିଁ। ପ୍ରଦର୍ଶନ ଉଚ୍ଚକୋଟୀର ହେଉନାହିଁ। ଯେଉଁଥିପାଇଁ ଦର୍ଶକ ନିରାଶ ହେଉଛନ୍ତି। ବର୍ତ୍ତମାନ ନାଟକ ହେଉଛି, କିନ୍ତୁ ଦର୍ଶକ କମ୍‌।
ଆପଣଙ୍କ ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ନାଟକ ପରିବେଷଣ ହେଉଥିଲା। ୨୦୦୫ରୁ ଏହା ବନ୍ଦ କାହିଁକି ହୋଇଗଲା?
ସରକାର ଭଞ୍ଜକଳା ମଣ୍ଡପ ଲିଜ୍‌ରେ ଦେଉଥିଲେ। ପୁଣି ବନ୍ଦ କରିଦେଲେ। ସେଥିପାଇଁ ବନ୍ଦ ହୋଇଗଲା। ମୁଁ କାହାକୁ ଦୋଷ ଦେଉନାହିଁ।
ଆପଣଙ୍କ ନାଟକରେ କାହାକୁ ପ୍ରାଧାନ୍ୟ ଦିଅନ୍ତି?
ଚରିତ୍ର। କେଉଁ ଚରିତ୍ର, କିପରି ଭାବରେ ହେବା ଉଚିତ୍‌। ସେହି ଅନୁପାତରେ କି କି ଘଟଣା ଘଟିଲେ ଦର୍ଶକଙ୍କ ମନକୁ ଛୁଇଁପାରିବ।
ସ୍ମରଣୀୟ ଦର୍ଶକ ପ୍ରତିକ୍ରିୟା?
ତାପସ ସେନ୍‌ ବୋଲି ଜଣେ ଲାଇଟ୍‌ ଇଞ୍ଜିନିୟର୍‌ ଥିଲେ। ସେ କଲିକତାରୁ ଆସିଥିଲେ। ସେ ମୋର ନାଟକ ଦେଖି କହିଥିଲେ, କଟକର ନାରୀ ମହଲ ସଦନରେ ଆପଣ ଯେ ଏଭଳି ନାଟକ କରିପାରିବେ ମୁଁ କେବେ ଭାବି ନ ଥିଲି। ଆମେ କଲିକତାରେ ବି ଭାବି ପାରୁନୁ ଏମିତି କରିପାରିବୁ ବୋଲି। କିନ୍ତୁ ଦୁଃଖ ଯେ, ସମସ୍ତେ ଭଲ ହୋଇଛି ବୋଲି ହିଁ କୁହନ୍ତି।
ଅବସର ସମୟରେ କ’ଣ କରନ୍ତି?
ଫାଙ୍କା ସମୟ ବେଶି ପାଏନି। କିନ୍ତୁ ସକାଳେ ଧ୍ୟାନ, ରାତିରେ ନାଟକ, ଟେଲିଭିଜନ ଆଉ ସାରେ ସାଙ୍ଗମାନଙ୍କ ସହ ଆସର ହୁଏ।
କ’ଣ ପଢ଼ିବାକୁ ଭଲ ପାଆନ୍ତି?
ସମୟ ଅନୁସାରେ ପଢ଼େ। ଫକୀର ମୋହନ, ହାଏସ୍‌ ରବିନ୍ସ, ସେକ୍ସପିୟର୍‌ଙ୍କ କାହାଣୀ ଭଲ ଲାଗେ। ପ୍ରତ୍ୟେକ ମାସରେ ୫ଟା ପୁସ୍ତକ କିଣେ।
ନିକଟରେ କେଉଁ ପୁସ୍ତକ ପଢ଼ିଛନ୍ତି?
ଜୋଆରଦାରଙ୍କର ମନୁଆ ପୁସ୍ତକର ଇଂଲିଶ ଅନୁବାଦ ‘ଫଲୋଇଙ୍ଗ ମାଇଁ ହାର୍ଟସ୍‌’ ପୁସ୍ତକ।
କ’ଣ ଖାଇବାକୁ ଭଲ ପାଆନ୍ତି?
ଚିକେନ୍‌ ରୋଷ୍ଟ ଆଉ ଚାଇନିଜ୍‌ ଚାଓଚାଓ
ଜୀବନରେ କିଛି ଅବସୋସ ରହିଛି କି ?
ନା ନାହିଁ। ଦୁଃଖରେ ଦୁଃଖୀ ନୁହେଁ। ସୁଖରେ ସୁଖୀ ନୁହେଁ। ଭାଗ୍ୟରେ ଯାହା ଅଛି ତାହାକୁ ଗ୍ରହଣ କରେ।

-ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଜେଜେଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri