ବ୍ରହ୍ମପୁର ଅଫିସ୍,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ ଲାଗିଛି। ଗତ କିଛିବର୍ଷ ଭିତରେ ଲିଙ୍ଗାନୁପାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାଳୟ ପକ୍ଷରୁ ଜିଲାକୁ ପ୍ରଶଂସା କରାଯାଇଛି। ଏଥି ସହ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଏକ ତାଲିକା ପ୍ରଦାନ କରାଯାଇଛି। ଏହି ସଫଳତାକୁ ନେଇ ଏବେ ଜିଲା ସ୍ବାସ୍ଥ୍ୟ ପ୍ରଶାସନରେ ଖୁସି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଜିଲାରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଥିଲା ମାତ୍ର ୮୯୯। ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୫ରେ ଏହି ସଂଖ୍ୟା ଆହୁରି କମିଯାଇ ୮୮୦ରେ ପହଞ୍ଚିଥିଲା। କିନ୍ତୁ ୨୦୧୬ ସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିଯାଇ ମାତ୍ର ୮୫୪ରେ ପହଞ୍ଚ ଥିଲା। ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ଝିଅମାନଙ୍କ ସଂଖ୍ୟା କମିବାକୁ ନେଇ ରାଜ୍ୟ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ମୁ୍ଖ୍ୟମନ୍ତ୍ରୀ ଏହି ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଯୋଗୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଝିଅଙ୍କ ସଂଖ୍ୟା କମିବା ପଛରେ ବେଆଇନ ଭାବେ ଭ୍ରୂଣ ଚିହ୍ନଟ ଏବଂ ଭ୍ରୂଣ ହତ୍ୟାକୁ ଦାୟୀ କରାଯାଉଥିଲା। ପ୍ରାକ୍ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗନିରୁପଣ(ପିସି ଆଣ୍ଡ ପିଏନ୍ଡିଟି) ନିୟମ ଯେମିତି ଏହି ଜିଲାରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଲିଙ୍ଗ ନିରୁପଣ ରୋକିବା, କନ୍ୟା ଶିଶୁକୁ ବଞ୍ଚାଇବା, ବିଦ୍ୟାଳୟରେ ଝିଅମାନଙ୍କ ଉପସ୍ଥାପନା ବଢ଼ାଇବା ସହ ଝିଅମାନଙ୍କୁ ବିଭିନ୍ନ ସମୟରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ୨୦୧୬ ସେପ୍ଟେମ୍ବରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବିଜୁ କନ୍ୟା ରନତ୍ ଯୋଜନା’। ଲିଙ୍ଗାନୁପାତ କମ୍ ଥିବା ତିନିଟି ଜିଲା ଯଥା ଗଞ୍ଜାମ ସମେତ ଅନୁଗୋଳ ଏବଂ ଢ଼େଙ୍କାନାଳ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳିଲା। ୨୦୧୭ରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଥିଲା। ୨୦୧୮ ରେ ଏହି ସଂଖ୍ୟା ଢ଼େର୍ ବୃଦ୍ଧି ପାଇ ୯୩୭ରେ ପହଞ୍ଚିଛି। ଅନ୍ୟପଟେ ଗତ ପ୍ରାୟ ୧ ବର୍ଷ ହେଲା ବିଜୁ କନ୍ୟା ରନତ୍ ଯୋଜନାର ଏକ ଉପଯୋଜନା ଭାବେ ଜିଲାରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ନବଜାତ କନ୍ୟା ଶିଶୁ ଏବଂ ସେମାନଙ୍କ ମା’ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଝିଅଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
୫ ବର୍ଷରେ ଏହି ଅଭିବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଯେମିତି ଲିଙ୍ଗାନୁପାତ ଆହୁରି ବଢ଼ିବ, ସେଦିଗରେ କାର୍ଯ୍ୟ କରିବା ପାଇଁ ୭ଟି ପରାମର୍ଶ ଦିଆଯାଇଛି। ଯେଉଁ ବ୍ଲକରେ ଲିଙ୍ଗାନୁପାତ ୯ଶହରୁ କମ୍ ରହିଛି, ସେହି ବ୍ଲକ ଏବଂ ପଞ୍ଚାୟତକୁ ଚିହ୍ନଟ କରାଯାଇ ବିଶେଷ ଧ୍ୟାନ ଦେବା, ଅକ୍ଟୋବର ୧୧ତାରିଖରେ ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ, ଲିଙ୍ଗାନୁପାତ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ, ଯେଉଁ ବ୍ଲକରେ ଲିଙ୍ଗାନୁପାତ କମ୍ ରହିଥିବ କିନ୍ତୁ ଆଶାମାନେ ଭଲ କାମ କରିଥିବେ ସେଭଳି ୩ଜଣ ଆଶାଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ନିୟମିତ ବ୍ୟବଧାନରେ ଲିଙ୍ଗାନୁପାତର ତଥ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି।
ଏନେଇ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ସଫଳତାର ଅନେକ ଶ୍ରେୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମକୁ ଯାଉଛି। ଜିଲାପାଳଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଏବଂ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଉଦ୍ୟମର ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...
ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...
Archives


