Odisha Elections 2024

ସମିତି ସଭ୍ୟାସଭ୍ୟଙ୍କ ଦାବିପତ୍ର ପ୍ରଦାନ

କ.ନୂଆଗାଁ,୧୧ା୮(କାଳି ପ୍ରସାଦ ତ୍ରିପାଠୀ) କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ସମିତିସଭ୍ୟାସଭ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଜୟଦେବ ଦାଶଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡିକ ମଧ୍ୟରେ ସରପଞ୍ଚଙ୍କ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ସମିତି ସଭ୍ୟଙ୍କୁ ପ୍ରଦାନ କରିବା, ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମିତି ସଭ୍ୟାସଭ୍ୟମାନଙ୍କୁ ସାମିଲ କରିବା, ପ୍ରତି ପଞ୍ଚାୟତରେ ସମିତି ସଭ୍ୟ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ରଖିବା, ଉନ୍ନୟନ ମୂଳକ କାର୍ଯ୍ୟ ନିର୍ମାଣରେ ଲେ-ଆଉଟ ଦେଲାବେଳେ ସ୍ଥାନୀୟ ସମିତି ସଭ୍ୟଙ୍କୁ ଅବଗତ କରିବା, ମାସିକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ଆଦି ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ ବ୍ଳକ ଉପାଧ୍ୟକ୍ଷ ଧବଳେଶ୍ବର ପାତ୍ର, ଜିଲା ସମିତି ସଭ୍ୟାସଭ୍ୟ ସଂଘ କାର୍ଯ୍ୟକାରୀ ସଭାପତି ଭାଗ୍ୟବାନ ବେହେରା, ପଞ୍ଚାୟତ ସମିତି ସଭ୍ୟର ସଭାପତି କୁମାର ଲିଗାଲ,ସଂପାଦକ ପଦ୍ମ ଚରଣ ପାତ୍ର, ଅନନ୍ତ ମଲ୍ଲିକ, ଲିନା ପ୍ରଧାନ, ଲବଣାଂଶ ବେହେରା, ଝୁଲିି ସାଣ୍ଡ, ମମତା ପଣ୍ଡାଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ପ୍ରଚାର ଜୋରଦାର , ଭୋଟରଙ୍କ ମନମୋହୁଛନ୍ତି ଚିତ୍ରସେନ

ପୁରୁଷୋତ୍ତମପୁର,୧୭।୫ (ସିମାଞ୍ଚଳ ମିଶ୍ର): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ,ବିଜେଡି ଓ ଭାଜପା ମଧ୍ୟରେ ତ୍ରୀମୁଖି ଲଢେଇ ହେଉଥିବାବେଳେ ପ୍ରଚାରରେ କଂଗ୍ରେସ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜଳ)...

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ...

ଅଭୟାରଣ୍ୟ ପରିଧୀରେ ମଦ ଆଡ୍ଡା, ଜବତ ହେଲା ୧୬୧୮ ଲିଟର ଦେଶୀ ମହୁଲି ମଦ

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ), କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନରେ ୫ଟି ଥାନା ରହିଛି l ଚଳିତ ମାସ ଗତ ୧୪ ତାରିଖ ହାଟଡିହୀ ବ୍ଲକ ସୋସୋ...

ଗର୍ଜିଲେ ଶାହା, କହିଲେ…

ରାଉରକେଲା,୧୭।୫: ରାଉରକେଲାରେ ପହଞ୍ଚି ବିଜେଡିକୁ ଆକ୍ରମଣାତ୍ମକ ଢଙ୍ଗରେ ଟାର୍ଗେଟ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି...

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ…

ଭୁବନେଶ୍ୱର,୧୭।୫: ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ୧୯ତାରିଖ ରବିବାର...

ନେତାଙ୍କ କଥାରେ ଭଳୁ ନାହାନ୍ତି ଭୋଟର

ବରଗଡ଼ରୁ ଅନିଲ ଦାସ,୧୭ା୫: ଖରାତାତି ସାଙ୍ଗକୁ ବଢ଼ିଚାଲିଛି ନିର୍ବାଚନୀ ଉଷ୍ମତା। ଆଉ ଦୁଇଦିନ ପରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri