ଥାଲାସେମିଆ ରୋଗୀ ଏଚ୍‌ଆଇଭିରେ ଆକ୍ରାନ୍ତ

ବାଲେଶ୍ୱର, ୮।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରୁ ରକ୍ତ ନେଉଥିବା ଥାଲାସେମିଆରେ ପୀଡ଼ିତ ଜଣେ ୧୩ ବର୍ଷର ବାଳକ ଏବେ ଏଚ୍‌ସିଭି ପଜିଟିଭ ଏବଂ ଏଚ୍‌ଆଇଭି ପଜିଟିଭରେ ଆକ୍ରାନ୍ତ। ପିଲାକୁ ଜନ୍ମର ୬ ମାସ ଠାରୁ ରକ୍ତ ଦେଇ ବଞ୍ଚାଇ ଆଣିଥିବା ମା’ବାପା ଏବେ ଚିନ୍ତାରେ। ତାଙ୍କ ଅଭିଭାବକ ଜିଲା ରକ୍ତଭଣ୍ଡାରର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ଉକ୍ତ ବାଳକଙ୍କ ଅଭିଭାବକଙ୍କ କହିବା ଅନୁଯାୟୀ, ଗତ ମାର୍ଚ୍ଚରୁ ସେ ଲଗାତାର ଜିଲା ରକ୍ତଭଣ୍ଡାରରୁ ରକ୍ତ ନେଇଆସୁଥିଲେ। ଜୁନ୍‌ ୩୦ ତାରିଖରେ ମଧ୍ୟ ସେ ରକ୍ତ ନେଇଥିଲେ। ଉକ୍ତ ରାତିରେ ଜ୍ୱର ଆସିଲା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଲେ ମଧ୍ୟ ଜ୍ୱର ଛାଡ଼ି ନ ଥିଲା। ଯାହା ଫଳରେ ତାଙ୍କ ବାପା  ଗତ ୩ ତାରିଖ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ତାଙ୍କ ପୁଅକୁ ଏଚ୍‌ସିଭି ଆଉ ଏଚ୍‌ଆଇଭି ପଜିଟିଭ ରୋଗ ସଂକ୍ରମଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏଥିପାଇଁ ତାଙ୍କ ପରିବାର ଲୋକେ ଜିଲା ରକ୍ତଭଣ୍ଡାରକୁ ଦାୟୀ କରିଛନ୍ତି। ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ହୋଇ ମଧ୍ୟ ଅନେକ ଥାଲାସେମିଆ ଆକ୍ରାନ୍ତ ପିଲା ଓ ରୋଗୀ ପ୍ରତ୍ୟେକ ଥର ଏଭଳି ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉଚିତ୍‌ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।
  ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡା. ବସନ୍ତ ଉପାଧ୍ୟାୟ କହନ୍ତି, ଜିଲାରେ ୫ଶହରୁ ଅଧିକ ଥାଲାସେମିଆ ରୋଗୀ ୮ଶହ ୟୁନିଟ୍‌ରୁ ଅଧିକ ରକ୍ତ ନେଉଛନ୍ତି। ରକ୍ତ ସଂଗ୍ରହ ପରେ ପ୍ରଥମେ ଏଲିଡ଼ା ଟେଷ୍ଟ, ପରେ ନାଗ୍‌ଟିସିଆରରେ ଟେଷ୍ଟ କରାଯାଇ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦିଆଯାଉଛି। ଗତ ୨ ବର୍ଷ ହେବ ଏହି ପ୍ରକ୍ରିୟା ଜାରି ରହିଛି। ଫଳରେ କୌଣସି ରୋଗୀ ଅସୁବିଧାରେ ସମ୍ମୁଖୀନ ହେଉ ନାହାନ୍ତି। ଉପରୋକ୍ତ ଅଭିଯୋଗ ଆମ ପାଖରେ ପହଞ୍ଚତ୍ନାହଁି। ଉକ୍ତ ବାଳକ କେମିତି ଓ କେଉଁଠୁ ରକ୍ତ ନେଇଛି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri