ଏମ୍‌କେସିଜିରେ ନାହିଁ ବର୍ନ କେୟାର୍‌ ୟୁନିଟ୍‌

ବ୍ରହ୍ମପୁର ଅଫିସ,୧୨ା୬: ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ୍‌ ହସ୍ପିଟାଲ୍‌ ହେଉଛି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ। ଏଠାକୁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଏଠାକୁ ରୋଗୀ ରେଫର୍‌ ହୋଇଆସିଥାନ୍ତି। ରୋଗୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ନାନା ଯୋଜନା କରୁଛନ୍ତି। ଏମକେସିଜିରେ ପିଏମ୍‌ଏସ୍‌ଏସ୍‌ୱାଇରେ ସୁପରସ୍ପେସାଲିଟି ବ୍ଲକ୍‌ କାର୍ଯ୍ୟକ୍ଷମ ହୋଇଛି। ହେଲେ ୬୦ବର୍ଷ ଏହି ହସ୍ପିଟାଲରେ ଦୀର୍ଘଦିନର ଦାବି ସ୍ବତ୍ତ୍ୱେ ବର୍ନ କେୟାର୍‌ ୟୁନିଟ୍‌ ପ୍ରତିଷ୍ଠା ହୋଇପାରିନାହିଁ। ଫଳରେ ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କୁ ଏଠାରେ ଆବଶ୍ୟକ ଚିକିତ୍ସା ମିଳିପାରୁନାହିଁ। ଫଳରେ ଅକାଳରେ ଜୀବନ ଯାଉଛି। ବିଗତ ଦିନରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସିଛି। ଏମକେସିଜି ପାଇଁ ବର୍ନ କେୟାର୍‌ ୟୁନିଟ୍‌ ନିହାତି ଆବଶ୍ୟକ। ଏଥିରେ ହସ୍ତକ୍ଷେପ କରି ସମାଧାନ ପନ୍ଥା ବାହାର କରିବାକୁ ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ରୁଜୁ କରିଥିବା ପିଟିସନ୍‌ରେ ଅନୁରୋଧ କରିଛନ୍ତି।
ଅଗ୍ନିକାଣ୍ଡ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପୋଡ଼ି ହୋଇ ଗୁରୁତର ହେଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ଅଣାଯାଉଥିବା ବେଳେ ବର୍ନ କେୟାର୍‌ ୟୁନିଟ୍‌ ନଥିବାରୁ ସେମାନଙ୍କୁ ସାଧାରଣ ୱାର୍ଡ଼ରେ ରଖାଯାଉଛି। ରବିବାର ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାଇପୋଙ୍କା ଗ୍ରାମର ସୁପ୍ରିୟା ବସ୍ତରାଇ ଏକ ଇଟାଭାଟିରେ କାମ କରୁଥିଲେ। ସେ ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ତାଙ୍କୁ ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ବର୍ନ କେୟାର ୟୁନିଟ ନ ଥିବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ସେହିପରି ଗତ ୧୨ତାରିଖରେ ଲୋଚାପଡ଼ାରେ ଅଗ୍ନିକାଣ୍ଡରେ ଗୁରୁତର ଉତ୍ତରା ସାହୁଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ବର୍ନ କେୟାର ୟୁନିଟ ନ ଥିବାରୁ ଆବଶ୍ୟକ ଚିକିତ୍ସା ମିଳିପାରି ନଥିଲା। ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା। ୨୦୨୧ ଫେବୃଆରୀ ୯ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜ ବସ ଟ୍ରାଜେଡ଼଼ିରେ ୨୭ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ବର୍ନ କେୟାର ୟୁନିଟ ନଥିବାରୁ ପର୍ଯ୍ୟାୟକ୍ରମେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ପରେ ଏମକେସିଜିରେ ସ୍ବତନ୍ତ୍ର ବନର୍ର୍ କେୟାର ୟୁନିଟ କାର୍ଯ୍ୟକ୍ଷମ ପାଇଁ ଘୋଷଣା କରାଯାଇଥିଲା। ଯାହାକି ଏଯାବତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବର୍ନ କେୟାର୍‌ ୟୁନିଟ୍‌ ନଥିବାରୁ ଡାକ୍ତର ମଧ୍ୟ କିଛି କରିପାରୁ ନାହାନ୍ତି। ଦୀର୍ଘବର୍ଷ ହେଲା ଏହି ୟୁନିଟ୍‌ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି। ସାଧାରଣତଃ ଏମକେସିଜି ବଡ଼ ଡାକ୍ତରଖାନାକୁ ମାସକୁ ପ୍ରାୟ ୩୦ ପୋଡ଼ି ହେବା ମାମଲା ଆସୁଛି। ତନ୍ମଧ୍ୟରୁ ପ୍ରାୟ ୫୦ ପ୍ରତିଶତଙ୍କ ଅବସ୍ଥା ଗୁରୁତର ରହୁଛି। ଏହି ସଂଖ୍ୟା ଖରାଦିନରେ ଅଧିକ ରହୁଛି। ଚିକିତ୍ସା ସେବା ନପାଇ ଅଯଥାରେ ଲୋକଙ୍କ ଜୀବନ ଯାଉଛି। ଯାହାକି ମାନବ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏଣୁ ଏନ୍‌ଏଚ୍‌ଆରସି ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ଗ୍ରହଣ କରି ଜନସାଧାରଣଙ୍କ ମାନବ ଅଧିକାର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ମିଶ୍ର ତାଙ୍କର ପିଟିସନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ପୁଣିଥରେ ଭାରତକୁ ବଡ଼ ଝଟକା ଦେଲା ଚାଇନା! ଟ୍ରମ୍ପଙ୍କ ଟାରିଫ ମଧ୍ୟରେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପହଞ୍ଚିଲା…

ବେଜିଂ,୨୦।୧୨: ଚାଇନା ପୁଣିଥରେ ଭାରତ ବିରୁଦ୍ଧରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ପାଖକୁ ଯାଇଛି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ICT) ଉତ୍ପାଦ ଉପରେ ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri