ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଲୁ

ବ୍ରହ୍ମପୁର ଅଫିସ,୬ା୬: ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା କଥା ଭାବିବା ବେଳକୁ ଲୁହ ଆସିଯାଉଛି। ମୁ ଓ ମୋ ପରିବାର ଭଗବାନଙ୍କ କୃପାରୁ ସେଠାରୁ ସୁରକ୍ଷିତ ଫେରିଛୁ ବୋଲି ଦୁର୍ଘଟଣାରୁ ବର୍ତ୍ତିଥିତ୍ବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳର ଇଜିକେୟଲ ଦାସ କହିଛନ୍ତି। ସେ ୨ ତାରିଖ ସନ୍ଧ୍ୟା ୫ଟାରେ ଖଡଗପୁରରୁ କରମଣ୍ଡଳ ଏକ୍ସପ୍ରେସରେ ଆସୁଥିଲେ। ତାଙ୍କର ଓ ତାଙ୍କ ସ୍ତ୍ରୀ ସୁମିତା ଦାସଙ୍କ କୋଚ ନଂ. ବି-୨ରେ ୪୨ ଓ ୪୩ ନଂ ସିଟ ରହିଥିବା ବେଳେ ପୁଅ ଜର୍ଜ ଜେକପ ଦାସଙ୍କ କୋଚ୍‌ ନଂ ବି-୮ରେ ସିଟ୍‌ ନଂ ୫୯ ଥିଲା। ହେଲେ ବି-୨ କୋଚ୍‌ରେ ହିଁ ପୁଅ ତାଙ୍କ ସହ ବସିଲା। କିଛି ସମୟ ପରେ ଟିଟି ଆସିବାରୁ କୋଚ୍‌ ବି-୮ର ସିଟ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଇଜିକେୟଲ କହିଥିଲେ। ଟିଟି ବି-୮ରେ ଥିବା ଟିଟିଙ୍କୁ କହିବାକୁ କହିଥିଲେ। ସନ୍ଧ୍ୟା ୭ଟାରେ ବଗିକୁ ଏକ ଶକ୍ତ ଧକ୍କା ହେବା ସହ ଭୀଷଣ ଶବ୍ଦ ଶୁଭିଥିଲା। ରେଳ ଲାଇନ ଉପରେ ବଗିଟି ଘୋଷାଡି ହେଲା ଭଳି ଲାଗିଲା। ସେ ସମୟରେ ମୁଁ ଓ ମୋ ପରିବାର ସଦସ୍ୟ ଆଗ ସିଟକୁ ଧରି ବସିଗଲୁ ବୋଲି ଇଜିକେୟଲ କହିଛନ୍ତି। ସେତବେଳକୁ ବାହାରୁ ଚିତ୍କାର ଶୁଭିଲାଣି। ଆମ ବଗି ସାମାନ୍ୟ ଭାରସାମ୍ୟ ହରାଇଥିଲେ ମଧ୍ୟ ସୁରକ୍ଷିତ ଥିଲା। ସାହସ ଜୁଟାଇ ମୁଁ ଓ ମୋ ପରିବାର ବଗି ବାହାରକୁ ଆସିଲୁ। ଚାରିଆଡ଼େ ଅନ୍ଧାର। ଅନେକ ବଗିର ଚକ ଓଲଟି ପଡିଥିବା ଓ ଉପରେ ତାର ଝୁଲୁଥିଲା। ବଗି ତଳେ ଲୋକେ ଚାପି ହୋଇ ଚିତ୍କାର କରୁଥିଲେ। କିଛି ସମୟ ମଧ୍ୟରେ ନିକଟରେ ଥିବା ଗ୍ରାମବାସୀ ଆସି ବହୁତ ସାହାର୍ଯ୍ୟ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ପାଣି ମଧ୍ୟ ଦେଇଥିଲେ। କିଛି ଦୂର ଚାଲିକି ଆସିବା ପରେ ଆମେ ଜାତୀୟ ରାଜପଥରେ ପହଞ୍ଚିଥିଲୁ। ଏହାପରେ ବାଲେଶ୍ୱରରେ ରହୁଥିବା ଜଣେ ସଂପର୍କୀୟଙ୍କୁ ଫୋନ କଲି। ସପରିବାର ତାଙ୍କ ଘରେ ରହି ବ୍ରହ୍ମପୁରକୁ କାର ଯୋଗେ ଫେରିଲୁ ବୋଲି ଇଜିକେୟଲ କହିଛନ୍ତି। ଭଗବାନଙ୍କ କୃପାରୁ ଅନେକ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri