Posted inଜାତୀୟ

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଘରୋଇ ସହରାଞ୍ଚଳର ଫିକ୍ସ ହାର ୭୫ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଝାଡ଼ଖଣ୍ଡ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଅମିତାଭ କୁମାର ଗୁପ୍ତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଆମେ ବିଦ୍ୟୁତ ହାର ବୃଦ୍ଧି ବିଷୟରେ ଆଲୋଚନା କରିବା ତେବେ ଘରୋଇ ଗ୍ରାମାଞ୍ଚଳ ଏବଂ ସହରୀ ବିଦ୍ୟୁତ ହାର ୟୁନିଟ୍‌ ପିଛା ୫ ପଇସା ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ହାର ୟୁନିଟ୍‌ ପିଛା ୫ଟଙ୍କା ୭୫ରୁ ୫ଟଙ୍କା ୮୦ ପଇସାକୁ ବୃଦ୍ଧି କରାଯାଇଛି। ଘରୋଇ ସହରାଞ୍ଚଳର ହାର ୟୁନିଟ୍‌ ପିଛା ୬ଟଙ୍କା୨୫ ପଇସାରୁ ୬ଟଙ୍କା ୩୦ ପଇସାକୁ ବୃଦ୍ଧି କରାଯାଇଛି। ଏହି ଦର ଜୁନ୍‌ ୧ ଅର୍ଥାତ୍‌ ଆଜିଠାରୁ ଲାଗୁ ହୋଇଛି।

ବାଣିଜି୍ୟକ ବିଦ୍ୟୁତ୍‌ ଗ୍ରାମାଞ୍ଚଳରେ ୫ କିଲୋଓ୍ବାଟ୍‌ରୁ ଅଧିକ ୟୁନିଟ୍‌ ପିଛା ୫ଟଙ୍କା ୭୫ ପଇସାରୁ ୟୁନିଟ୍‌ ପିଛା ୫ଟଙ୍କା ୮୦ ପଇସାକୁ ବୃଦ୍ଧି କରାଯାଇଛି। ସହରାଞ୍ଚଳର ଏହି ହାର ୬ ଟଙ୍କାରୁ ୬ଟଙ୍କା ୧୫ ପଇସାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri