ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୋନପୁର,୩୧।୫(ନି.ପ୍ର.): ସୁବର୍ଣ୍ଣପୁର ଅତିରିକ୍ତ ଜିଲାପାଳ ତଥା ଭାରପ୍ରାପ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ବଲାଙ୍ଗୀର ଜିଲାପାଳ ଚିଠି ନଂ. ୧୫୯୧/୨୩।୫।୨୦୨୩ ରେ କଟକ ରାଜସ୍ବ ପର୍ଷଦ ସଚିବଙ୍କୁ ଏହି ସୁପାରିସ କରିଥିବା ଜଣାପଡ଼ିଛି। ଏକ ଅଡିଟ୍‌ ରିପୋର୍ଟକୁ ଭିତ୍ତିକରି ବଲାଙ୍ଗୀର ଜିଲାପାଳ ରଣା ବଲାଙ୍ଗୀରର ପ୍ରାକ୍ତନ ତହସିଲଦାର ତଥା ବର୍ତ୍ତମାନ ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲାପାଳ ଦାୟିତ୍ୱରେ ଥିବା ଦାଶଙ୍କ ବିରୋଧରେ ଏହି ସୁପାରିସ କରିଛନ୍ତି। ଦାଶ ବଲାଙ୍ଗୀର ତହସିଲଦାର ଥିବା ସମୟରେ ଅନିୟମିତତା ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ସେତେବେଳେ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କାର ରାଜସ୍ବ ହାନି ହୋଇଥିବା ଅଡିଟ୍‌ ରିପୋର୍ଟ ନମ୍ବର ୧୧୦/୨୦୦୯-୧୦ରେ ଦର୍ଶାଯାଇଥିଲା। ତେବେ ଏହି ରିପୋର୍ଟକୁ ଦୀର୍ଘ ୧୩ ବର୍ଷ ଧରି ଚାପି ଦିଆଯାଇଥିଲା। ଖୋଳତାଡ଼ ହେବା ପରେ ଏବେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି।
୨୦୦୪ ମାର୍ଚ୍ଚ ୧୦ରୁ ୨୦୦୯ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ଧରି ସୂର୍ଯ୍ୟନାରାୟଣ ଦାଶ ବଲାଙ୍ଗୀର ତହସିଲଦାର ଦାୟିତ୍ୱରେ ଥିଲେ। ଏହି ସମୟରେ କେତେକ ଜମି ରେଜେଷ୍ଟ୍ରି ହୋଇ ନ ଥିବା ବେଳେ ସମ୍ପୃକ୍ତ ଜମି ମାଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଓଏଲ୍‌ଆର୍‌ ଧାରା ୮(କ)ରେ ତହସିଲଦାର ପ୍ରିମିୟମ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି ଜମିର ପ୍ରକୃତ ମୂଲ୍ୟାଙ୍କନ ନ କରି ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅଧା ଦାମ ନେଇ ଚାଷଜମିକୁ ଘରବାଡ଼ି ଭାବେ କିସମ ପରିବର୍ତ୍ତନ କରିଥିଲେ। ଏହାଦ୍ୱାରା ଜମି ମାଲିକଙ୍କୁ ଫାଇଦା ମିଳିଥିବା ବେଳେ ସରକାରଙ୍କ ରାଜସ୍ବ ହାନି ହୋଇଥିଲା। ଏପରି କି ସରକାରଙ୍କ ଦେୟ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶନାମାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ୧୦୦୦ରୁ ଊର୍ଦ୍ଧ୍ୱ ଓଏଲ୍‌ଆର୍‌ ଧାରା ୮(କ)ରେ ମାମଲାର ଫଇସଲା ଗୋଟିଏ ଦିନରେ କରିଥିଲେ; ଯାହାକି ଗୋଟିଏ ଦିନରେ ଆଦୌ ସମ୍ଭବ ନୁହେଁ ବୋଲି ଅଡିଟ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏଭଳି ଭାବେ ପ୍ରାକ୍ତନ ତହସିଲଦାର ଦାଶଙ୍କ ୧୦ଟି ତ୍ରୁଟିକୁ ଅଡିଟ୍‌ ଧରିବା ସହ ଏହାଦ୍ୱାରା ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ବଲାଙ୍ଗୀର ଜିଲାପାଳଙ୍କ ଏହି ସୁପାରିସ ପରେ ରାଜ୍ୟ ସରକାର ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉଭୟ ଜିଲାବାସୀ ଜାଣିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ରୁଷିଆ ପୋଲିସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଭାରତୀୟ ଯୁବକ: ମୋଦିଙ୍କୁ କଲେ ଏମିତି ନିବେଦନ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ଏବଂ ୟୁକ୍ରେନ ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରାମ ପାଇଁ ମଧ୍ୟସ୍ଥତା ପାଇଁ ପ୍ରୟାସ ଜାରି ରହିଛି।...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri