Posted inଜାତୀୟ

ନ୍ୟାୟିକ ଅଧିକାରୀଙ୍କ ଭାବମୂର୍ତ୍ତି ବଦନାମ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକତା ରହିଛି: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୫ : ଆଜିକାଲି ସୋସିଆଲ ମିଡିଆ ଲୋକଙ୍କୁ ଅପମାନିତ କରିବା ପାଇଁ ଏକ ପ୍ଲାଟଫର୍ମରେ ପରିଣତ ହୋଇଛି। ଲୋକମାନେ ଏହାର ଅପବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟଙ୍କର ଏକ ରାୟକୁ ସୁପ୍ରିମକୋର୍ଟ ସମର୍ଥନ କରି ସ୍ପଷ୍ଟ କରିଛନ୍ତି ସୋସିଆଲ ମିଡିଆ ବ୍ୟବହାର କରି ନ୍ୟାୟିକ ଅଧିକାରୀଙ୍କୁ ବଦନାମ କରାଯାଇପାରିବ ନାହିଁ।

ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ଜିଲା ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବାରୁ ଆବେଦନ କାରୀଙ୍କୁ ୧୦ ଦିନ ଜେଲ ଦଣ୍ଡାଦେଶ ହୋଇଛି। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ମଙ୍ଗଳବାର ସୁପ୍ରିମକୋର୍ଟ ସମାନ ଆବେଦନ ଉପରେ ଶୁଣାଣି କରିଥିଲେ।

ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ଏକ ଅବକାଶ ବେଞ୍ଚ କହିଛନ୍ତି ଏଥିରେ ାଶୀର୍ଷକୋର୍ଟ ହସ୍ତକ୍ଷେପ କରିବାକୁ ଚାହୁଁନାହାଁନ୍ତି। ଏହା ଅନ୍ୟମାନଙ୍କ ପାଇଁ ଏକ ଶିକ୍ଷା ହେବା ଉଚିତ। ବେଞ୍ଚ କହିଛନ୍ତି ଯଦି ଆପଣଙ୍କୁ ନିଜ ପସନ୍ଦର ନ୍ୟାୟ ମିଳେ ନାହିଁ ଆପଣ ଉଚ୍ଚକୋର୍ଟକୁ ଆସିବେ। ଏହାର ଅର୍ଥ ନୁହେଁ ଆପଣ ନ୍ୟାୟିକ ଅଧିକାରୀଙ୍କୁ ବଦନାମ କରିବେ।

ଜଷ୍ଟିସ ତ୍ରିବେଦୀ କହିଛନ୍ତି ଜଣେ ନ୍ୟାୟିକ ଅଧିକାରୀଙ୍କ ବିରୋଧରେ କୌଣସି ଅଭିଯୋଗ କରିବା ପୂର୍ବରୁ ଦୁଇଥର ଚିନ୍ତା କରିବା ଉଚିତ। ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶରେ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଛନ୍ତି ଏହା ବ୍ୟକ୍ତିଗତ ସ୍ବାଧୀନତା ସହ ଜଡିତ ଏବଂ ଆବେଦନକାରୀ ମେ ୨୭ ପୂର୍ବରୁ ଜେଲରେ ଥିଲେ। ଏହା ଉପରେ ବେଞ୍ଚ କହିଛନ୍ତି ଆମେ ଦୟା ପାଇଁ ନାହୁଁ, କିନ୍ତୁ ସଠିକ ନିଷ୍ପତ୍ତି ନେବାକୁ ଏଠାରେ ଅଛୁ।

ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶ ହାଇକୋର୍ଟ ଜିଲା ଜଜଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ଅବମାନନା ମାମଲାରେ କୃଷ୍ଣ କୁମାର ରଘୁବଂଶୀଙ୍କୁ ୧୦ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା।

ଅଦାଲତର ଅବମାନନା ଧାରା ୧୫ (୨) ଅନୁଯାୟୀ ଅତିରିକ୍ତ ଜିଲ୍ଲା ଜଜ ଏସପିଏସ ବାନ୍ଦେଲାଙ୍କ ଦ୍ୱାରା ଦିଆଯାଇଥିବା ଏକ ସୂଚନାର ଉତ୍ତରରେ ରଘୁବଂଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ମନ୍ଦିର ବିବାଦରେ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ହ୍ବାଟସ ଆପ ମାଧ୍ୟମରେ କୋର୍ଟର ଭାବମୂର୍ତ୍ତି ତଥା ପ୍ରତିଷ୍ଠାକୁ ବଦନାମ କରୁଥିବା ଚିଠିର ପ୍ରସାରଣ ଉପରେ ମାମଲା ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri