ମୁଖ୍ୟ ଶାସନ ସଚିବଙ୍କ ତଦନ୍ତ ନିର୍ଦ୍ଦେଶ

କୋଣାର୍କ,୨୨ା୫(ଡି.ଏନ୍‌.ଏ): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଜଣେ କିରାଣିଙ୍କ ଦ୍ବାରା ଜାଲ୍‌ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ ତଥା ଖବରଦାତା ଭାଗିରଥି ସ୍ବାଇଁ ରବିବାର ସକାଳେ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ର ମାତ୍ର ଦୁଇ ମିନିଟ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଘଟଣାର ତଦନ୍ତ ଲାଗି ଉଚ୍ଚଶିକ୍ଷା ବିଭାଗ ଓ ପୁରୀ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷାର ପ୍ରସାର ପାଇଁ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀଙ୍କ ଉଦ୍ୟମରେ ୧୯୭୮ ମସିହାରେ ଭଗବତୀ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୪୬ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ମହାବିଦ୍ୟାଳୟ ନାମରେ ସ୍ଥାୟୀ ଜମି ରେକର୍ଡଭୁକ୍ତ ହୋଇପାରିନାହିଁ। ଫଳରେ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ମଞ୍ଜୁରୀ ମିଳିପାରୁ ନ ଥିବା ବେଳେ ଏହାର ପାରିପାଶର୍‌ବିକ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ମହାବିଦ୍ୟାଳୟର ତତ୍କାଳୀନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ସମୟରେ କାର୍ଯ୍ୟରତ ଜଣେ ମହିଳା କିରାଣିଙ୍କ ଦ୍ବାରା ଜାଲ୍‌ ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ସମ୍ପ୍ରତି ପୁରାତନ ଛାତ୍ର ସଙ୍ଗଠନ ଅଭିଯୋଗ ଆଣିବା ପରେ ଘଟଣା ଲୋକଲୋଚନକୁ ଆସିଛି। ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କିଭଳି ଜାଣିପାରି ନ ଥିଲେ ଅଥବା ଜାଣିଶୁଣି ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ତାହା ତଦନ୍ତ କଲେ ଅସଲ ରହସ୍ୟ ପଦାକୁ ଆସିବା ସହ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। କଲେଜର ପୁରାତନ ଛାତ୍ର ସଙ୍ଗଠନର ଅଭିଯୋଗ ଭିତ୍ତିରେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସମ୍ପୃକ୍ତ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ, ପୁରୀ ଜିଲାପାଳଙ୍କୁ ସାମାଜିକ କର୍ମୀ ସ୍ବାଇଁ ରବିବାର ସକାଳେ ଟୁଇଟ୍‌ ଯୋଗେ ଅଭିଯୋଗ କରିଥିଲେ। ଟୁଇଟ୍‌ର ମାତ୍ର ଦୁଇ ମିନିଟ ମଧ୍ୟରେ ମୁଖ୍ୟ ଶାସନ ସଚିବ ଜେନା ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉଚ୍ଚଶିକ୍ଷା ବିଭାଗ ଓ ପୁରୀ ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଥାଉ କି, ତୁରନ୍ତ ଏହି ଘଟଣାର ତଦନ୍ତ କରି ସମ୍ପୃକ୍ତ କିରାଣିଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମାଜିକ କର୍ମୀ ସ୍ବାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri