ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…

ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍‌ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି ଯୋଗାଇବାରେ ବିଫଳ ହେଉଛି। ଏସି ବିନା କିଛି ସମୟ ବିତାଇବା କଷ୍ଟକର ହୋଇପଡୁଛି। ବେଳେବେଳେ ଏସି ମଧ୍ୟ କାମ ଦେଉନି। ଏବେ ତାପମାତ୍ରା ୪୦ ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି। ଏପରି ପରିସ୍ଥିତିରେ, ଯଦି ତାପମାତ୍ରା ୪୮ ରୁ ୫୫ ମଧ୍ୟରେ ପହଞ୍ଚେ ତେବେ ପରିସ୍ଥିତି କ’ଣ ହେବ ତାହା କଳ୍ପନା କରିବା ଆବଶ୍ୟକ। ଦେଶରେ ଲୁ ପ୍ରଭାବ(ହିଟ ଷ୍ଟ୍ରୋକ) ୩୦ ଗୁଣା ଅଧିକ ହେବ ାର ଆଶଙ୍କା ଦେଖାଦେଇଛି। ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା କାର୍ବନ ଡାଇଅକ୍ସାଇଡ ମାତ୍ରା ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ, ଆଶଙ୍କା କରାଯାଉଛି ଯେ ଆଗାମୀ ବର୍ଷରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ହାରାହାରି ତାପମାତ୍ରା ବର୍ତ୍ତମାନ ତୁଳନାରେ ୭ ରୁ ୮ ଡିଗ୍ରୀ ବୃଦ୍ଧି ପାଇପାରେ।

ବିଶ୍ୱ ପାଣିପାଗ ଆଟ୍ରିବ୍ୟୁଶନ ଗ୍ରୁପ ଅଧୀନରେ ଅଗ୍ରଣୀ ଜଳବାୟୁ ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତିକ ଦଳ ଦ୍ୱାରା କରାଯାଇଥିବା ବାୟୁ ଗୁଣବତ୍ତା ବିଶ୍ଳେଷଣ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏପ୍ରିଲ ମାସରେ, ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆର କିଛି ଅଂଶ ପ୍ରବଳ ଉତ୍ତାପ ଅନୁଭୁତ ହୋଇଥିଲା। ଲାଓସରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସରୁ ଅଧିକ ଏବଂ ଥାଇଲାଣ୍ଡରେ ଏହା ୪୫ ଡିଗ୍ରୀରେ ପହଞ୍ଚିଥିଲା ।

ପରିବେଶ ତଥା ଶକ୍ତି ସମ୍ବନ୍ଧୀୟ ବିଶେଷଜ୍ଞ ତଥା ଲେଖକ ଅରବିନ୍ଦ ମିଶ୍ର କୁହନ୍ତି , ଉତ୍ତାପକୁ କିପରି ରୋକାଯାଇପାରିବ, ଆମେ ବର୍ତ୍ତମାନ ଦେଶରେ ସେହି କାର୍ଯ୍ୟଗୁଡ଼ିକୁ ଦେଖିବା ଉଚିତ। ଏଥିମଧ୍ୟରେ, ଚେତାବନୀ ପ୍ରଣାଳୀକୁ ଦୃଢ଼ କରିବା ଠାରୁ ଆରମ୍ଭ କରି ସହରୀ ଯୋଜନାରେ ସକ୍ରିୟ କୁଲିଂ ପଦ୍ଧତି ଗ୍ରହଣ କରିବା ପର୍ଯ୍ୟନ୍ତ, ଦ୍ରୁତ ଗୁରୁତ୍ୱ ଦିଆଯିବା ଉଚିତ।

ଅରବିନ୍ଦ ମିଶ୍ରଙ୍କ ଅନୁଯାୟୀ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ ଉପରେ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଛି। ମିଶ୍ର କହିଛନ୍ତି ଯେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାପାନରେ ଜି -୭ ବୈଠକ ଅନୁଷ୍ଠିତ ହେଉଛି। ଏହି ଦେଶଗୁଡିକର ପୃଥିବୀକୁ ଗରମ କରିବାରେ ଅଂଶ ୬୦ ପ୍ରତିଶତରୁ ଅଧିକ । କିନ୍ତୁ ଯେତେବେଳେ ସବୁଜ ଅର୍ଥନୀତି ପାଇଁ ଆବଶ୍ୟକ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥ କଥା ଆସେ, ଜି -୭ ଦେଶଗୁଡ଼ିକ ସେମାନଙ୍କ ମୁହଁ ଲୁଚାଉଥିବା ପରି ମନେହୁଏ। ଜି -୭ ଦେଶରେ ନିମନ୍ତ୍ରିତ ସଦସ୍ୟ ଭାବରେ ଭାରତ ଅଂଶଗ୍ରହଣ କରୁଛି। ଭାରତ ପରିବେଶ ଅନୁକୂଳ ଜୀବନଶୈଳୀକୁ ସ୍ବୀକୃତି ଦେବା ପାଇଁ ଆଗକୁ ଆସିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri