ମହାବଳ ବାଘର ନୀରକ୍ଷଣ ପାଇଁ ଲାଗିଥିବା ୨ଟି ଟ୍ରାପ କ୍ୟାମେରା ଚୋରି

କେନ୍ଦୁଝର, ୧୬ା୫ (ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ପୁଣି ୨ ଟି ଟ୍ରାପ କ୍ୟାମେରା ଚୋରି ହୋଇଛି। ଏନେଇ ଘଟଗାଁ ଥାନାରେ ରିପୋର୍ଟ ହୋଇଛି। ଘଟଗାଁ ଫରେଷ୍ଟର ଜତିନ୍ଦ୍ର ସାହୁ ଘଟଣାର ତଦନ୍ତ ପାଇଁ ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲର କାଦବାହାଳି ଉତ୍ତର ବିଟ ଅଞ୍ଚଳରେ ଏହି ଚୋରି ହୋଇଛି। ତେବେ ଚୋରି କରିଥିବା ଲୋକଙ୍କୁ ଖୁବଶୀଘ୍ର ଠାବ କରାଯିବ ବୋଲି ବନ ବିଭାଗ କହିଛି । ଏଠାରେ ସୂଚନଯୋଗ୍ୟ ଯେ, ପୂର୍ବରୁ କିଛି ମାସ ତଳେ ଏଭଳି ଏକ କ୍ୟାମେରା ଚୋରି ହୋଇଥିଲେ ହେଁ ଚୋର ଧରା ପଡି ନ ଥିବା ବେଳେ ଏଭଳି ଆଉ ଏକ ଚୋରି ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ପ୍ରକାଶ ଯେ, ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିବିଧି ଜାଣିବା ପାଇଁ ମୋଟ ୫୫ଟି ଟ୍ରାପ କ୍ୟାମେରା ଲାଗିଛି । ଟ୍ରାପ କ୍ୟାମେରା ପ୍ରତି ୧୫ ଦିନରେ ଥରେ ଖୋଲି ଯାଞ୍ଚ କରାଯାଉଛି । ତେବେ ଯାଞ୍ଚ ସମୟରେ ୨ଟି ନ ଥିବା ଜଣାପଡିଥିଲା । ଏଥିପୂର୍ବରୁ ମାର୍ଚ୍ଚ ମାସ ୯ ତାରିଖରେ ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡୋ ବିଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘର ଗତିବିଧି ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୦ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ଭୁବନେଶ୍ୱରରୁ ଏକ ସ୍ବତନ୍ତ୍ର ଟିମ୍‌ ଆସି ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ ଲଗାଇଥିଲେ । ତେବେ ଏହି ୧୦ଟି ଟ୍ରାପ କ୍ୟାମେରା ମଧ୍ୟରୁ ପାଟଣା ରେଞ୍ଜର ଅଟେଇ ସଂରକ୍ଷିତ ଜଙ୍ଗଲରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ନଜରକୁ ଆସିବା ପରେ ପାଟଣା ଫରେଷ୍ଟର ଚିତ୍ତରଞ୍ଜନ ପରିଡା ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଅଟେଇ ସଂରକ୍ଷିତ ଜଙ୍ଗଲର ରୋହିଣୀଦୁମା ଏବଂ ବଡପିଛୁଳାରେ ୨ଟି ଟ୍ରାପ କ୍ୟାମେରା ଚୋରି ହୋଇଥିବା ବନ ବିଭାଗ ଜାଣିବା ପରେ ଏତଲା ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରଙ୍କୁ ଠାବ କରିବାରେ ପୋଲିସ ଏବଂ ବନ ବିଭାଗ ବିଫଳ ହୋଇଛି । ଏହାପରେ ପୁଣି ଏକ ଟ୍ରାପ କ୍ୟାମେରା ଚୋରି ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଛି । ଘଟଗାଁ ରେଞ୍ଜ ଦେଓବନ୍ଧ ସେକ୍ସନ ବାରବାଙ୍କ ସଂରକ୍ଷିତ କୁଆଝରଣ ଘାଟି ଅଣ୍ଡରପାସ ନିକଟରେ ଗତ ୮ତାରଖରେ ଗୋଟିଏ ଟ୍ରାପ କ୍ୟାମେରାକୁ କେହି ଭାଙ୍ଗି ଦେଇଥିବା ଜଣାପଡିଛି । ଭାଙ୍ଗି ଯାଇଥିବା ଟ୍ରାପ କ୍ୟାମେରା ବନ ବିଭାଗ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ଜଙ୍ଗଲ ଭିତରେ ପଶି ଟ୍ରାପ କ୍ୟାମେରା ଚୋରି କରିଛି ସେ ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସଂରକ୍ଷିତ ଜଙ୍ଗଲ ଭିତରେ ପଶିବା ମନା ଥିବାବେଳେ କେହି ଶିକାରୀ ଅଟେଇ ଜଙ୍ଗଲରେ ଶିକାର କରିବାକୁ ଯାଇ ଧରା ପଡିିବା ଭୟରେ ଟ୍ରାପ କ୍ୟାମେରା ଚୋରୀ କରିଥିବା ଅନୁମାନ କରାଯାଉଛି । ଜଙ୍ଗଲରେ ପାଦଚଲା ପେଟ୍ରୋଲିଂ ଠିକ ଭାବରେ କରାଯାଉ ନ ଥିବାରୁ ଏବଂ ଜଙ୍ଗଲରେ ବାହାର ଲୋକଙ୍କ ପ୍ରବେଶ ହେଉଛି । ବନ ବିଭାଗ କ୍ୟାମେରାର ସୁରକ୍ଷା ଦେଇ ପାରୁ ନ ଥିବାବେଳେ ମହାବଳ ବାଘର ସୁରକ୍ଷା କିପରି କରିବ ତାହା ଏବେ ଆଲୋଚନାର ବିଷୟ ହୋଇଛି । ବାଘକୁ ୨୪ ଘଣ୍ଟିଆ ନିରିକ୍ଷଣ କରିବାକୁ ଜଣେ ଏସିଏଫଙ୍କ ନେତୃତ୍ୱରେ ୫ଜଣିଆ ଟିମ ଗଠନ କରାଯାଇଛି । ପାଟଣା ଏବଂ ଘଟଗାଁ ରେଞ୍ଜର କର୍ମଚାରୀମାନେ ଏହାକୁ ସହଯୋଗ କରୁଛନ୍ତି । ଏତେ ସବୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଟ୍ରାପ କ୍ୟାମେରା ଚୋରି ବନ ବିଭାଗର ଢିଲା ପେଟ୍ରୋଲିଂକୁ ପଦାରେ ପକାଇଛି । ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ସହ ଏକ କଲାରାପତରିଆ ବାଘ ରହିଥିବାବେଳେ ଏହି ଘଟଣା ପରେ ବାଘର ସୁରକ୍ଷା ନେଇ ପରିବେଶବିତ୍‌ମାନ ଚିନ୍ତାପ୍ରକଟ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri