ଅଚଳ ଚଳଚ୍ଚିତ୍ର ଜଗତ

ଓଡ଼ିଆ ଚଳଚ୍ଚିତ୍ର ଅବସ୍ଥା ଏବେ ସଙ୍ଗିନ ଆଡ଼କୁ ଗତିକରୁଛି। କେବଳ ଟିଭି ଚ୍ୟାନେଲଗୁଡ଼ିକ ନିଜ ନିଜର ଚଳଚ୍ଚିତ୍ର ମାଧ୍ୟମରେ ହୋହଲ୍ଲା ଜାରି ରଖିଛନ୍ତି। ଏପରି ଅଚଳ ଅବସ୍ଥା ପାଇଁ ଆମେ ନିଜକୁ ପ୍ରଥମରୁ ଦାୟୀ କରିନେବା ଠିକ୍‌ ହେବ। ଅନେକ ପ୍ରଯୋଜକ ଅଛନ୍ତି, ଯେଉଁମାନେ କି ଚଳଚ୍ଚିତ୍ରକୁ ବ୍ୟବସାୟ ନ ଭାବି ଫୂର୍ତ୍ତି କରିବା ଉଦ୍ଦେଶ୍ୟରେ ଆସନ୍ତି, ଆଉ କେହି କେହି ଅନ୍ୟାନ୍ୟ ବ୍ୟବସାୟରୁ ଅର୍ଥ ବିନିଯୋଗ କରି ଜଣେ ପ୍ରଯୋଜକ ଭାବେ ସମାଜରେ ପ୍ରତିଷ୍ଠିତ ହେବା ଲକ୍ଷ୍ୟ ନେଇ କାର୍ଯ୍ୟ କରନ୍ତି। ଖୁବ୍‌ କ୍ୱଚିତ୍‌ ପ୍ରଯୋଜକ ସଂସ୍ଥା ଅଛି, ଯେଉଁମାନଙ୍କ ଚଳଚ୍ଚିତ୍ର କରିବାକୁ ପେସାଦାର ଭାବ ନେଇ ସେମାନେ ମଇଦାନରେ ରୁହନ୍ତି। ପ୍ରଯୋଜକ ବସନ୍ତ ନାୟକ, ଅମିୟ ପଟ୍ଟନାୟକ, କେଶବ ରାଉତ, ବାସୁଦେବ ତ୍ରିପାଠୀ, ସୁବାସ ରାଉତ, ବିରଞ୍ଚତ୍ ମିଶ୍ର ଓ ଫେଲୁ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ଅନ୍ୟତମ।
ଉପରୋକ୍ତ ପ୍ରଯୋଜକମାନେ ଯାହା କରନ୍ତି ପ୍ରଯୋଜନା କ୍ଷେତ୍ରରେ ସେ ଦିଗରେ ଅନେକ କଳାକାର, ଟେକ୍ନିସିଆନ୍‌ ଉପକୃତ ହୁଅନ୍ତି। ବୁଝାମଣାଭିତ୍ତିରେ ପ୍ରଯୋଜକମାନେ କାର୍ଯ୍ୟ କରିଥିଲେ ପ୍ରଯୋଜନାଗତ କ୍ଷତି ହୁଅନ୍ତା ନାହିଁ। ପରସ୍ପର ପରସ୍ପରଙ୍କ ମଧ୍ୟରେ ଅହଂ ଭାବରୁ ହିଁ ପ୍ରଯୋଜନାରେ କୌଣସି ନା କୌଣସି କ୍ଷେତ୍ରରେ କ୍ଷତି ପହଞ୍ଚାଇଛି। ସମନ୍ବୟ ରକ୍ଷାକରି ପ୍ରଯୋଜନା କ୍ଷେତ୍ରରେ ଆରମ୍ଭରୁ ଶୃଙ୍ଖଳିତ ହୋଇଥିଲେ ଓଡିଆ ଚଳଚ୍ଚିତ୍ରଗୁଡିକୁ ପରବର୍ତ୍ତୀ ପିଢିମାନେ ଠିକ ମାର୍ଗରେ ପରିଚାଳନାରେ ପରିଚାଳିତ ହୋଇଥାନ୍ତେ। ନୂଆ ଓଡ଼ିଆ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକରୁ ଅକସ୍ମାତ୍‌ ଆସି ଅଚାନକ ଚାଲିଯିବା ଏହା ପ୍ରଯୋଜନା ପାଇଁ ଶୁଭଖବର ନୁହେଁ। ପ୍ରେକ୍ଷାଳୟ କମି କମି ଯାଉଥିବା ବେଳେ ୭୦ଟି ପ୍ରେକ୍ଷାଳୟ ମଧ୍ୟରୁ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଯୋଜନା ପାଇଁ ବିନିଯୋଗ କରିବା ଦୂରଦୃଷ୍ଟିବିହୀନ ଦୃଷ୍ଟିଭଙ୍ଗୀ ବୋଲି ବିବେଚନା କରାଯିବ। ଅଳ୍ପ ବ୍ୟୟରେ ଚଳଚ୍ଚିତ୍ର ବ୍ୟବସାୟ ନିମନ୍ତେ କେବଳ ଟିଭି ଚ୍ୟାନେଲଗୁଡିକ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ପରିସ୍ଥିତି ପାଇଁ ଚଳଚ୍ଚିତ୍ର ନିଗମ ଦୃଢ଼ ପଦକ୍ଷେପ ନେବା ଜରୁରୀ।
ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗିନ ପରିସ୍ଥିତି କେବେ ସୁଧୁରିବ ତାହା ସମୟ ହିଁ କହିବ। ଆମେ କେବଳ ବର୍ଷକୁ ବର୍ଷ ତାଲିକା ଦେଇ ସଂଖ୍ୟା ମାଧ୍ୟମରେ ଆଗ ଓ ପୂର୍ବ ବର୍ଷର ତାଲିକା ଅନୁପାତ ଦେଖି ସମୀକ୍ଷା ଆଉ କେତେଦିନ। ଆମ ଚଳଚ୍ଚିତ୍ର ଶିଳ୍ପର ଅବସ୍ଥା ସମ୍ପର୍କରେ ଉଚ୍ଚସ୍ତରୀୟ ଆଲୋଚନାର ଆବଶ୍ୟକତା ରହିଛି। ପଦବୀ ମୋହରେ ଠିକ୍‌ କଥା ସରକାରଙ୍କ ପାଖରେ ଉପସ୍ଥାପିତ ନ କରିବା ଯୋଗୁ ଆମେ ଦିଗହରା ହୋଇ ବୁଲୁଛୁ। କେବଳ ଭିନ୍ନ ଭିନ୍ନ ସମୟରେ ଓଡିଆ ଚଳଚ୍ଚିତ୍ର ସମ୍ପର୍କରେ ବାହାସ୍ଫୋଟ କଥା କହି ନିଜର ଅସ୍ତିତ୍ୱ ବଞ୍ଚାଇବା ବ୍ୟତୀତ ଅନ୍ୟ ଉପାୟ ନାହିଁ। ୭୧ ବର୍ଷର ପରିପକ୍ୱତା ଥିବା ଚଳଚ୍ଚିତ୍ର ଜଗତ କେବଳ ପ୍ରଯୋଜକମାନଙ୍କ ଚିତ୍ର ନିଶା ଯୋଗୁ ବର୍ଷକୁ ବର୍ଷ କିଛି ଚଳଚ୍ଚିତ୍ର ଦର୍ଶକ ଦର୍ଶନ କରୁଛନ୍ତି। ଲାଭ ଅପେକ୍ଷା କ୍ଷତି ଅଧିକ। ସେଇ କ୍ଷତାକ୍ତ ଅବସ୍ଥାକୁ ସମ୍ଭାଳି ନେଇ ପ୍ରଯୋଜନାର ଛାପ ଧରି ନିଜ ନିଜର ଅପରିପକ୍ୱତାର ପରିଚୟ ବଖାଣିବା ସାର ହେଉଛି। ଓଡ଼ିଆ ଚଳଚ୍ଚିତ୍ରର ସାମଗ୍ରିକ ଉଦ୍ୟମ ପାଇଁ ପ୍ରଯୋଜକ, ଟେକ୍ନିସିଆନ ଓ କଳାକାରମାନେ ଏକତ୍ର ହେବା ଜରୁରୀ ହୋଇପଡିଛି। ଶିଳ୍ପ ବିଭାଗ ପକ୍ଷରୁ ଯଦି ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ନୀତିଗତ ନିଷ୍ପତ୍ତି ପ୍ରକାଶ ନ ପାଏ, ତେବେ ଓଡ଼ିଆ ଚଳଚ୍ଚିତ୍ରର ଅଡୁଆ ପରିସ୍ଥିତି ସେଭଳି ଲାଗି ରହିବ। କେବଳ ଚଳଚ୍ଚିତ୍ର ରିଲିଜ୍‌ ଦିନ ନାମ ପଢ଼ି ସଂଖ୍ୟା ଗଣିବା ସାର ହେବ। ଭଲ ସିନେମା ଆଉ ଶୁଭମୁକ୍ତି ହେବ, ଏ ଆଶା ନିରର୍ଥକ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri