ବିଶ୍ୱ ମହାମାରୀ ତାଲିକାରୁ ହଟିଲା କରୋନା

ଜେନେଭା, ୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଶୁକ୍ରବାର କୋଭିଡ୍‌-୧୯କୁ ବିଶ୍ୱ ମହାମାରୀ ତାଲିକାରୁ ହଟାଇଦେଇଛି। କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଲଗାତର କମିବା ଯୋଗୁ ଡବ୍ଲ୍ୟୁଏଚ୍‌ଓ ଏହି ନିଷ୍ପତ୍ତି ନେଇଛି। ତିନିବର୍ଷ ଭିତରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୋଟ ୭ ନିୟୁତ ଲୋକଙ୍କ ମୃତ୍ୟୁ ଘଟିଥିବା ଡବ୍ଲ୍ୟୁଏଚ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ କରୋନା ଭୂତାଣୁ ଦ୍ୱାରା ଲୋକେ ସଂକ୍ରମିତ ହେବାର ଡର ରହିଛି। ଏଚ୍‌ଆଇଭି ଭଳି କୋଭିଡ୍‌ ମଧ୍ୟ ଏକ ମହାମାରୀ ସ୍ଥିତିରେ ରହିବ। ବହୁ ଆଶାରେ କୋଭିଡ୍‌-୧୯କୁ ବୈଶ୍ୱିକ ମହାମାରୀ ତାଲିକାରୁ ହଟାଯାଉଥିବା ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡା. ଟେଡ୍ରୋସ୍‌ ଆଧାନୋମ ଘେବ୍ରେୟେସସ୍‌ କହିଛନ୍ତି। କୋଭିଡ୍‌ ମହାମାରୀ ତାଲିକାରୁ ହଟାଯିବା ସତ୍ତ୍ୱେ ସଂକ୍ରମଣ ଭୟ କମିନାହିଁ। ଭାଇରସ୍‌ ଏବେ ମଧ୍ୟ ବାୟୁମଣ୍ଡଳରେ ଉପସ୍ଥିତ ରହିଛି। ଏହାର ସଂକ୍ରମଣରେ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିବା ସହ ଏହାର ଗୁଣବତ୍ତାରେ ପରିବର୍ତ୍ତନ ଦେଖାଯିବ ବୋଲି ଘେବ୍ରେୟେସସ୍‌ କହିଛନ୍ତି। ୨୦୨୦ ଜାନୁୟାରୀରେ ଡବ୍ଲ୍ୟୁଏଚ୍‌ଓ କୋଭିଡ୍‌-୧୯କୁ ବୈଶ୍ୱିକ ମହାମାରୀ ଭାବେ ଘୋଷଣା କରିଥିଲା। କରୋନା ମୁକାବିଲା ପାଇଁ ଟିକା ଏକମାତ୍ର ଅସ୍ତ୍ର ପାଲଟିଛି। କାରଣ ଏହାକୁ ସମ୍ପୂର୍ଣ୍ଣ ଭଲ କରିବାର ଉପାୟ ଏବେ ସୁଦ୍ଧା ବୈଜ୍ଞାନିକମାନେ ଖୋଜି ବାହାର କରିପାରି ନାହାନ୍ତି। ଆମେରିକା,ବ୍ରିଟେନ୍‌ ଭଳି ଅନେକ ଦେଶ ବର୍ତ୍ତମାନ କୋଭିଡ୍‌ ସହିତ ଜିଇବା ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷେ ଗୁଡ଼ିଏ ଦେଶରେ କରୋନା ଟିକା ଅଦ୍ୟାବଧି ଉପଲବ୍ଧ ହୋଇପାରି ନାହିଁ। କରୋନାକୁ ସଂକ୍ରମଣକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିବ। ଅନେକ ସମୟରେ ନୂଆ ମହାମାରୀର ଆଗମନରେ ହିଁ ପୂର୍ବ ମହାମାରୀ ଶେଷ ହୋଇଯାଏ ବୋଲି ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri