୧୨୫ ଏସି, ୨ ଲିଫ୍ଟ ଅଚଳ

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ସୀମା ଟପିଛି। ଜିଲା ସ୍ବାସ୍ଥ୍ୟସେବାର ପ୍ରମୁଖ ପ୍ରତିଷ୍ଠାନ ବୋଲାଉଥିବା ଏହି ମେଡିକାଲରେ ୧୨୫ ଏସି ଏବଂ ୨ ଲିଫ୍ଟ ଅଚଳ ହୋଇପଡ଼ିଛି। ୮୦ ଷ୍ଟାବିଲାଇଜର ମଧ୍ୟ ଖରାପ ହୋଇଯାଇଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ରୋଗୀ, ସମ୍ପର୍କୀୟ ସନ୍ତୁଳି ହେଉଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଅପାରଗତା ପଦାରେ ପଡ଼ିଛି।
ଢେଙ୍କାନାଳ ଜିଲାବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ୨୦୧୮ ମେ’ ୨୬ରେ ଦକ୍ଷିଣକାଳୀ ରୋଡ୍‌ରେ କାର୍ଯ୍ୟକ୍ଷମ ହୋଇଥିଲା ଜିଲା ମୁଖ୍ୟ ଚିକିତ୍ସାଳୟ। ୭ ମହଲା ବିଶିଷ୍ଟ ଏହି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୫୦ କୋଟି ଟଙ୍କା। ହେଲେ କାର୍ଯ୍ୟକ୍ଷମ ହେବା ଦିନରୁ ଅଧିକାଂଶ ସମୟ ଏହା ବିବାଦ ଘେରରେ ରହି ଆସିଛି। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୨୭ ଏସି ଲାଗିଥିଲା। ତେବେ ରୋଗୀସେବା ପାଇଁ ଉଦ୍ଦିଷ୍ଟ ୧୭୫ଟି ଏସିରୁ ୧୨୫ଟି ଅଚଳ ହୋଇପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ପ୍ରସୂତି ବିଭାଗରେ ୪ଟି, ଆଉଟ୍‌ଡୋରରେ ୩ଟି, ମେଡିସିନ୍‌ ବଣ୍ଟନ ପ୍ରକୋଷ୍ଠରେ ଗୋଟିଏ, ଇଞ୍ଜେକ୍ସନ ଦିଆଯିବା ଲାଗି ଉଦ୍ଦିଷ୍ଟ ପ୍ରକୋଷ୍ଠରେ ଗୋଟିଏ ଏବଂ ୧୫ଟି କ୍ୟାବିନ୍‌ରେ ଏସି କାମ କରୁନାହିଁ। ଏ ନେଇ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ କର୍ତ୍ତୃପକ୍ଷ ଚେତୁନାହାନ୍ତି। ନିମ୍ନମାନର ଷ୍ଟାବିଲାଇଜର ଲଗାଯାଇଥିବାରୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା କେତେଜଣ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି। ସେହିପରି ହସ୍ପିଟାଲରେ ଥିବା ୪ ଲିଫ୍ଟ ମଧ୍ୟରୁ ୨ଟି କାମ କରୁନାହିଁ। ଲିଫ୍ଟ ବାରମ୍ବାର ଖରାପ ହେଉଥିବା ବେଳେ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଏଭଳି ଅବ୍ୟବସ୍ଥା ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଏ ସମ୍ପର୍କରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ମେଡିକାଲ) ଡା. ଜୟକୃଷ୍ଣ ନାୟକ କୁହନ୍ତି, ଅଚଳ ଏସିଗୁଡ଼ିକର ମରାମତି କାର୍ଯ୍ୟ ଜିଇଡି ପକ୍ଷରୁ ଆରମ୍ଭ ହୋଇଛି। ହସ୍ପିଟାଲ ୭ମହଲା ହୋଇଥିବାରୁ ଲମ୍ବା ଶିଡିରେ ଚଢ଼ି ଏସି ମରାମତି ପାଇଁ ସମୟ ଲାଗୁଛି। ଷ୍ଟାବିଲାଇଜରଗୁଡ଼ିକ ମଧ୍ୟ ମରାମତି କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri