ଭାରତକୁ ୫୦୦ ବର୍ଷ ପୁରାତନ ପ୍ରଭୁ ବଜରଙ୍ଗବାଲୀଙ୍କ ମୂର୍ତ୍ତି ଫେରାଇଲା ଅଷ୍ଟ୍ରେଲିଆ…

ନୂଆଦିଲ୍ଲୀ,୨୫।୪ : ତାମିଲନାଡୁର ଏକ ମନ୍ଦିରରୁ ଚୋରି ହୋଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରାୟ ୫୦୦ ବର୍ଷ ପୁରୁଣା ପ୍ରତିମାକୁ ଭାରତ ଫେରାଇ ଦେଇଛି। ଏହାକୁ ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି। ଏହି ସମ୍ପର୍କରେ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ କିଶାନ ରେଡ୍ଡୀ ଟୁଇଟ କରି ସୂଚନା ଦେଇ କହିଛନ୍ତି, ଭାରତ ସରକାର ଦେଶର ସମସ୍ତ ମୂଲ୍ୟବାନ ସାମଗ୍ରୀ ଫେରାଇ ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ଟୁଇଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।

ଚୋଳ ସମୟର ଚତୁର୍ଦ୍ଦଶ ଶତାବ୍ଦୀର ବିଷ୍ଣୁ ମନ୍ଦିରରୁ ଭଗବାନ ବଜରଙ୍ଗବାଲୀଙ୍କ ଧାତୁ ମୂର୍ତ୍ତି ଚୋରି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ,ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ୨୫୧ ପୁରାତନ ସାମଗ୍ରୀ ସ୍ବଦେଶ ଫେରାଇ ଅଣାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରେ କହିଛନ୍ତି ଆମର ଅମୂଲ୍ୟ ଐତିହ୍ୟକୁ ଘରକୁ ଫେରାଇ ଆଣିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ।

ଖବର ଅନୁଯାୟୀ, ୯ ଏପ୍ରିଲ ୨୦୧୨ରେ ଆରିୟାଲୁର ଜିଲାର ଭେଲୁର ଗାଁର ଭାରାଦାରାଜା ପେରୁମାଲ ମନ୍ଦିରରୁ ଶ୍ରୀଦେବୀ ଏବଂ ଭୂଦେବୀଙ୍କ ପ୍ରତିମା ସହିତ ଏହି ପ୍ରତିମା ଚୋରି ହୋଇଥିଲା। ମାର୍ଚ୍ଚ ୨୦୧୪ରେ ଏହି ପ୍ରତିମୂର୍ତ୍ତି ଅଷ୍ଟ୍ରେଲିଆର ଜଣେ କ୍ରେତାଙ୍କୁ ନିଲାମ କରାଯାଇଥିଲା। ଅନୁସନ୍ଧାନ ପରେ ମୂର୍ତ୍ତିର ପରିଚୟ ମିଳିଥିଲା। ଏହି ପ୍ରସଙ୍ଗରେ ଆମେରିକାର ହୋମଲ୍ୟାଣ୍ଡ ସୁରକ୍ଷା ଦ୍ୱାରା ତାମିଲନାଡୁ ଆଇଡଲ ୱିଙ୍ଗକୁ ସହାୟତା କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନ୍ୟୁୟର୍କରେ ଅବସ୍ଥିତ ନିଲାମ ହାଉସରେ ନିଲାମ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ଚୋରି ହେବା ବିଷୟରେ ସେମାନେ ଅବଗତ ନୁହଁନ୍ତି ବୋଲି ଅଷ୍ଟ୍ରେଲୀୟ କ୍ରେତାମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri