ଶିକ୍ଷକ ବାପ, ପୁଅଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୨୫ା୪: ବ୍ରହ୍ମପୁର ପୋଲିସ ଏକ ଆନ୍ତଃରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ କାରବାରର ପର୍ଦ୍ଦାଫାଶ କରିଛି। ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ର଼୍ୟାକେଟକୁ ଧରିଛି। ଏହି ର଼୍ୟାକେଟର ମାଷ୍ଟରମାଇଣ୍ଡ ଶିକ୍ଷକ, ତାଙ୍କ ଡାକ୍ତରୀ ପଢୁଆ ପୁଅଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ୱର ଗ୍ରାମର ଦୈତାରି ବେହେରା(୫୨), ତାଙ୍କୁ ସହଯୋଗ କରୁଥିବା ତାଙ୍କ ଡାକ୍ତରୀ ପଢୁଥିବା ପୁଅ ଅମୃତ ପ୍ରସାଦ ବେହେରା (୨୫), ଢେଙ୍କାନାଳ ଜିଲା ଟାଉନ ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ (୩୯) ଓ କଟକ ମଙ୍ଗଳାବାଗ ଥାନା ଅଞ୍ଚଳର କିଶୋର କୁମାର ବେହେରା(୫୨)। ମାମଲା ନମ୍ବର ୧୧୩/୨୩ରେ ଗିରଫ ପରେ ଏମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ଦୈତାରି ଖଲ୍ଲିକୋଟ ବ୍ଲକ ଦେବୀଝର ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିଲେ, କିନ୍ତୁ କୌଣସି କାରଣ ପାଇଁ ନିଲମ୍ବିତ ହୋଇଛନ୍ତି।
ପ୍ରକାଶ ଯେ, ପ୍ରଶାନ୍ତ କୁମାର ସାହୁ ଢେଙ୍କାନାଳରେ ଏକ ଜେରକ୍ସ ସେଣ୍ଟର୍‌ ଖୋଲିଥିଲେ। ସେ ସେହି ଦୋକାନରେ କମ୍ପ୍ୟୁଟର ଦ୍ୱାରା ନକଲି ସାର୍ଟିଫିକେଟ୍‌ ପ୍ରସ୍ତୁତ କରୁଥିଲେ। କିଶୋର କୁମାର ବେହେରା ସାର୍ଟିଫିକେଟ୍‌ ପ୍ରସ୍ତୁତ ପାଇଁ ଆବଶ୍ୟକ କାଗଜ କଟକରୁ ପଠାଉଥିଲେ ବୋଲି ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ବିପୁଳ ପରିମାଣର ମାଟ୍ରିକ୍‌ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍‌, ଧନ୍ଦାମୂଳକ ଶିକ୍ଷା, ଇଞ୍ଜିନିୟରିଂ, ହୋମିଓପାଥି ଡାକ୍ତରୀ ସାର୍ଟିଫିକେଟ୍‌, ଏପରିକି ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜର ବିଏଡ୍‌ ସାର୍ଟିଫିକେଟ୍‌, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ ଆଦି ଜବତ କରାଯାଇଛି। ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଲୋଗୋ, ଅଧିକାରୀଙ୍କ ଷ୍ଟାମ୍ପ, କମ୍ପ୍ୟୁଟର, ହାର୍ଡଡିସ୍କ ଓ ପ୍ରିଣ୍ଟର୍‌ ଆଦି ପୋଲିସ ଜବତ କରିଛି। ସେହିପରି ଦୈତାରିଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୋଲିସ ଫ୍ରିଜ୍‌ କରିଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗୋଷାଣୀନୂଆଗଁା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରୁଥିବା ମନୋରଞ୍ଜନ ଗୌଡ଼ ଅଭିଯୁକ୍ତ ଦୈତାରିଙ୍କ ସହଯୋଗରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ବିଏଡ୍‌ ପାଇଁ ତାଙ୍କ ସ୍ତ୍ରୀଙ୍କ ନାମ ଲେଖାଇଥିଲେ। ୨୦୧୯ରେ ତାଙ୍କର ବିଏଡ୍‌ ପାଠ୍ୟକ୍ରମ ଶେଷ ହୋଇଥିଲା। କିନ୍ତୁ ସାର୍ଟିଫିକେଟ୍‌ ଦେବା ପରିବର୍ତ୍ତେ ସେ ନାନା ବାହାନା କରୁଥିଲେ। ମନୋରଞ୍ଜନ ନିଜେ ବିଶ୍ୱବିଦ୍ୟାଳୟ ଯାଇ ସାର୍ଟିଫିକେଟ୍‌ ଆଣିବାକୁ କହିବାରୁ, ଦୈତାରି ଏହାକୁ ବାରଣ କରିବା ସହ ୪ଟି ସେମିଷ୍ଟର ପରୀକ୍ଷାଫଳ ଓ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଦେଇଥିଲେ। ଏସବୁ ବାବଦରେ ମନୋରଞ୍ଜନଙ୍କଠାରୁ ସେ ଲକ୍ଷାଧିକ ଟଙ୍କା ନେଇଥିଲେ। କିନ୍ତୁ ଏହି ସାର୍ଟିଫିକେଟକୁ ନେଇ ସନ୍ଦେହ ହେବାରୁ ମନୋରଞ୍ଜନ ଗୁଣ୍ଠୁରରେ ଥିବା ବିଶ୍ୱବିଦ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ବୁଝିବାରୁ, ତାଙ୍କ ସ୍ତ୍ରୀଙ୍କ ପ୍ରଥମ ଓ
ତୃତୀୟ ସେମିଷ୍ଟର ପରୀକ୍ଷାଫଳ ସ୍ଥଗିତ (ଉଇଥ୍‌ହେଲ୍ଡ) ହୋଇଛି। ତାଙ୍କୁ ଯେଉଁ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଦିଆଯାଇଛି ତାହା ନକଲି। ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri