ବନ୍ଦକୁ ସମର୍ଥନ, ଜୀବନଯାତ୍ରା ବ୍ୟାହତ

ବରଗଡ଼ ଅଫିସ୍‌,୨୦।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଅନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ବୁଧବାର ୧୨ଘଣ୍ଟିଆ(ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ) ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲେ। ଏହାକୁ ବରଗଡ଼ ଜିଲାର ସୋହେଲା ଏବଂ ଅମ୍ବାଭୋନା ବ୍ଳକ ଭୁକ୍ତା ବ୍ୟତୀତ ଅନ୍ୟ ସବୁଠି ସ୍ବତଃସ୍ପୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଦୋକାନ, ବଜାର ଖୋଲି ନଥିବାବେଳେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଫଳରେ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ସେହିବରି ବରଗଡ଼ କଚେରୀ ବ୍ୟତୀତ ଅନ୍ୟ ସରକାରୀ, ବେସରକାରୀ ଦପ୍ତର, ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ କାର୍ଯ୍ୟାଳୟ ବନ୍ଦ ଯୋଗୁ ସରକାରୀ, ବେସରକାରୀ ଅନୁଷ୍ଠାନ କାର୍ଯ୍ୟ ବ୍ୟାହତ ହୋଇଥିଲା।
ସକାଳୁ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା, ସଦସ୍ୟବୃନ୍ଦ ବରଗଡ଼ ସହର ଗାନ୍ଧିଛକରେ ପହଞ୍ଚିଥିଲେ। ସେଠାରେ ସହର ମୁଖ୍ୟରାସ୍ତା ଉପରେ ବସିଥିଲେ। ଫଳରେ ରାସ୍ତା ଅବରୋଧ ହୋଇଯାଇଥିଲା। ସେହିପରି ରାସ୍ତା ଉପରେ ଟାୟାର ଜଳାପୋଡ଼ା ମଧ୍ୟ ଦେଖିବାକୁ ମିଳିଥିବାବେଳେ ବାଇକ୍‌ ଯୋଗେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଥିଲା। ନିଧୁବନ ବିହାରୀ ପ୍ରସାଦ ପଣ୍ଡା, ଆଶୁତୋଷ ରଥ, ସଞ୍ଜୀବ ମେହେର, ଟିକୁ ବନଛୋର ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସମେତ ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ସାମିଲ ଥିଲେ ।
ପଦ୍ମପୁରରେ ବନ୍ଦ ପାଳନ ସଫଳ ହୋଇଛି । ଭେଉଁରିଆ ଛକ ସମେତ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନର କର୍ମୀମାନେ ରାସ୍ତା ଉପରେ ବସିଥିଲେ । ପାଇକମାଳ ଏବଂ ଝାରବନ୍ଧରେ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ସେହିପରି ଗାଡ଼ି ଚଳାଚଳ ବନ୍ଦ ଥିଲା । ତେବେ ସୋହେଲାରେ ବନ୍ଦର ପ୍ରଭାବ ପଡ଼ି ନଥିଲା। ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡ଼ିକ ଖୋଲାଥିଲା। ତେବେ ସୋହେଲା ଦେଇ କମ୍‌ ସଂଖ୍ୟକ ଗାଡ଼ି ଚଳାଚଳ କରୁଥିଲା। ଗାଇସିଲେଟ, ବରପାଲି, ଅତାବିରା ବ୍ଲକରେ ମଧ୍ୟ ଦୋକାନ, ବଜାର ସମେତ ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ଭଟଲିରେ ମଧ୍ୟ ବନ୍ଦ ଅନୁଭୂତ ହୋଇଥିଲା। ଗୋଡ଼ଭଗାରେ ଭାଜପା ଜିଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ପ୍ରହଲ୍ଲାଦ ଉର୍ମା, ବିଦ୍ୟା ପ୍ରଧାନ, ରାଜ ଅଗ୍ରୱାଲ, ସୌରଭ ଭୋଇ, ବିଶ୍ୱ ହିନ୍ଦୁ ପରିଷଦ ଅତାବିରା ସଭାପତି ଭୁବନେଶ୍ୱର ମହାକୁର, ଜିଲା ସହ ସମ୍ପାଦକ ନିତ୍ୟାନନ୍ଦ ନାୟକ, ଚନ୍ଦ୍ରଶେଖର ପ୍ରଧାନ ଏବଂ ଅତାବିରାରେ ବଜରଙ୍ଗ ଦଳର ପରମେଶ୍ୱର ପଟେଲ, ଅଶ୍ୱିନୀ ମେହେର, ଭାଜପା ନଗର ସଭାପତି ସୁରେନ୍ଦ୍ର ସୱାଇଁ, ରାଜ୍ୟ କୃଷକ ସଂଗଠନ ସଭାପତି ବୀରେନ୍ଦ୍ର କର ବନ୍ଦ ପାଳନରେ ଯୋଗଦେଇଥିଲେ l ତେବେ ଅମ୍ବାଭୋନା ବ୍ଲକର ଅମ୍ବାଭୋନାରେ ଦୋକାନ ବଜାର ବନ୍ଦ ଥିବାବେଳେ ଏହି ବ୍ଲକର ଭୁକ୍ତାରେ ବନ୍ଦର ପ୍ରଭାବ ପଡ଼ି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି...

ଅନୁକୂଳ ହେଲା ରଥକାଠ, ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ

ପୁରୀ,୧୦।୫: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଏଥିସହ...

ଭାଜପାର ମୋଟର ସାଇକେଲ ରାଲି

କେସିଙ୍ଗା,୧୦।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବୋରିଙ୍ଗପଦର ଠାରୁ ସହରର ବଗାଡ଼ ଯାଏ ଭାଜପାର ମୋଟର ସାଇକେଲ ରାଲି ଟାଉନ ସଭାପତି ମଗନ ସିନ୍ଦୁରଙ୍କ...

ଜଙ୍ଗଲରେ ନିଆଁ ଲଗାଇ ପୋଡୁ ଚାଷ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା

ଦାରିଙ୍ଗବାଡ଼ି,୧୦।୫(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନିଆଁ ଲିଭିବାର ନାଁ ଧରୁନି। କେତେବେକେ ଶିକାର ଉଦ୍ଦେଶ୍ୟରେ ତ କେତେବେଳେ ପୋଡୁ ଚାଷ ପାଇଁ...

କ୍ରିକେଟ ଖେଳୁଥିବା ବେଳେ ଟଳିପଡିଲେ ଯୁବକ, ଅଂଶୁଘାତ ଆଶଙ୍କା

ବ୍ରହ୍ମପୁର,୧୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ଖଲ୍ଲିକୋଟ କଲେଜ ଖେଳପଡ଼ିଆରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଖେଳୁଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ଅଖିମୁଠି

କେନ୍ଦୁଝର,୧୦।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ କେନ୍ଦୁଝର ସରକାରୀ ଫାର୍ମରେ ଜିଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ ହୋଇଯାଇଛି । କୃଷି ଓ କୃଷକଙ୍କ...

ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା

ଦେଓଗାଁ,୧୦।୫(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଦେଓଗାଁ କଲେଜ ଛକରେ ଶୁକ୍ରବାର ଏକ ହାଇୱା ଚାପାରେ ଜଣେ ସାଇକେଲ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ...

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri