Odisha Elections 2024

ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍‌ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ ପରେ ବି ଏହି ଦାବି ପୂରଣ ହୋଇନି। ଫଳରେ ଗୁରୁବାର ବିଭିନ୍ନ ଦାବି ନେଇ ଶ୍ରମିକମାନେ ପୁନର୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ। ପରେ ଓକିଲ ପି.ଧର୍ମା ରେଡ୍ଡୀଙ୍କ ନେତୃତ୍ୱରେ ରିପ୍‌ ପ୍ଲାଣ୍ଟର ଶ୍ରମିକମାନଙ୍କ ଦାବି ପୂରଣ ଲାଗି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପୂରଣ ଲାଗି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି। ଦାବିଗୁଡ଼ିକ ମଧ୍ୟରେ ସମସ୍ତ ଶ୍ରମିକମାନଙ୍କୁ ଆଇଆର୍‌ଇ କମ୍ପାନୀ ଓ୍ବେଲଫର ରେଟ୍‌ ଅନୁସାରେ ପ୍ରାପ୍ୟ ପ୍ରଦାନ, ୨ ବର୍ଷର ବକେୟା ବୋନସ ପ୍ରଦାନ, ବିନା କାରଣରେ କାମରୁ ବାହାର କରିବା ହେବ ନାହିଁ, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସ୍ଥାନୀୟଙ୍କୁ ନିଯୁକ୍ତି ଆଦି ରହିଛି। ପୂର୍ବରୁ ଜାନୁୟାରୀରେ ଆନ୍ଦୋଳନ କରିବାରୁ ଆଇଆର୍‌ଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଶ୍ରମିକଙ୍କ ଏକ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା। ଉକ୍ତ ଦାବିଗଡ଼ିକ ପୂରଣ ନେଇ ଆଲୋଚନା ହେବା ପରେ ଜାନୁୟାରୀ ୧୮ରେ ଆଇଆର୍‌ଇ କମ୍ପାନୀ କର୍ତ୍ତୃପକ୍ଷ ଏହା ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ପୂରଣ ହୋଇନି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri