Posted inଜାତୀୟ

କେଜରିଓ୍ବାଲଙ୍କ କାର୍ଯ୍ୟର ଶ୍ରେୟ ନେଉଛନ୍ତି ଉପରାଜ୍ୟପାଳ: ଏଏପିର ଅଭିଯୋଗ…

ନୂଆଦିଲ୍ଲୀ,୯।୪ : ଆମ ଆଦମୀ ପାର୍ଟି ଦିଲ୍ଲୀର ଉପରାଜ୍ୟପାଳଙ୍କୁ କଡ଼ା ସମାଲୋଚନା କରିଛି। ଖବରଦାତାଙ୍କ ସହ କଥାବାର୍ତ୍ତା କରି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି , ଆପଣ ଗତ କିଛି ଦିନ ଧରି ଦେଖୁଥିବେ ଉପରାଜ୍ୟପାଳ ବିନୟ କୁମାର ସାକସେନା ଦିଲ୍ଲୀ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦେଖିବା ପାଇଁ ପହଞ୍ଚୁଛନ୍ତି ଏବଂ ପରେ ଏକ ଲମ୍ବା ପ୍ରେସ ବିଜ୍ଞପ୍ତି ଦେଉଛନ୍ତି। ଏଭଳି କରି ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି। ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି।
ଏଏପି ନେତା କହିଛନ୍ତି, ଏହା କିପରି ଉପରାଜ୍ୟପାଳଙ୍କର କାମ ହୋଇପାରିବ? ସେ ଜାଣିଶୁଣି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି? ଏହା ଆମ ତଥା ଆମର ମୁଖ୍ୟମନ୍ତ୍ରୀଙ୍କ ମହାନତା ଥିଲା, ସେ ଦିଲ୍ଲୀ ସରକାର, ଦିଲ୍ଲୀ ଜଳ ବୋର୍ଡ ଏବଂ ବନ୍ୟା ବିଭାଗ ଦ୍ୱାରା କରାଯାଉଥିବା କାର୍ଯ୍ୟ ବୁଲି ଦେଖିବା ପାଇଁ ଉପରାଜ୍ୟପାଳଙ୍କୁ ଅନୁମତି ଦେଇଥିଲେ। ଉପରାଜ୍ୟପାଳ ଆମକୁ କହୁଛନ୍ତି ଯଦି କୌଣସି ମନ୍ତ୍ରୀ ମୋ କାମର ଶ୍ରେୟ ନେବାକୁ ଚାହାଁନ୍ତି, ତେବେ ସେ ନେଇ ପାରନ୍ତି। ଉପରାଜ୍ୟପାଳ ନିଜ କାର୍ଯ୍ୟର ସୀମା ବାହାରେ ଥିବା କାମ କରୁଛନ୍ତି।

ଡିଗ୍ରୀ ସମ୍ପର୍କରେ ଉପରାଜ୍ୟପାଳ ଦେଇଥିବା ବିବୃତ୍ତି ଉପରେ ସେ କହିଛନ୍ତି ଯେ ଆମେ ତାଙ୍କୁୁ କହିବାକୁ ଚାହୁଁ ଅଧ୍ୟୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡିଗ୍ରୀ ଅର୍ଥ ଖର୍ଚ୍ଚ ହୋଇଥିବାର ଏକ ରସିଦ ବୋଲି କହିବା ହାସ୍ୟାସ୍ପଦ । ଆଇଆଇଟି ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ କହିବା ଦୂର ଦୃଷ୍ଟିର ଅଭାବ। ମୁଁ ଉପରାଜ୍ୟପାଳଙ୍କଠାରୁ ଜାଣିବାକୁ ଚାହେଁ ତାଙ୍କର କେତେଜଣ ସଚିବ ଡିଗ୍ରୀ ବିନା ଅଛନ୍ତି? ସେମାନେ ଡିଗ୍ରୀ ଥିବା ଲୋକଙ୍କୁ କାହିଁକି ନିଯୁକ୍ତି ଦେଇଛନ୍ତି? ଡିଗ୍ରୀ ବିନା ରାସ୍ତାରେ ବୁଲୁଥିବା ଲୋକଙ୍କୁ ନିଯୁକ୍ତ କରୁଛନ୍ତି କି? ଆମର ସଚିବଙ୍କର ଏକ ଡିଗ୍ରୀ ରହିବା ଉଚିତ, ଯେଉଁ ଡାକ୍ତରମାନେ ଚିକିତ୍ସା କରିବେ, ସେମାନଙ୍କର ଡିଗ୍ରୀ ରହିବା ଆବଶ୍ୟକ। କିନ୍ତୁ ଡିଗ୍ରୀର ବିନା ମୁଖ୍ୟମନ୍ତ୍ରୀ ମଧ୍ୟ କାର୍ଯ୍ୟ କରିପାରିବେ, ଡିଗ୍ରୀ ବିନା ପ୍ରଧାନମନ୍ତ୍ରୀ ବି ରହିପାରିବେ, ଏହାକୁ ମନା ନାହିଁ।

ସମସ୍ତ କାର୍ଯ୍ୟ ଦିଲ୍ଲୀ ସରକାର କରୁଛନ୍ତି, କିନ୍ତୁ ଉପରାଜ୍ୟପାଳ ସେଠାକୁ ଯାଇ ଡିଣ୍ଡିମ ପିଟୁଛନ୍ତି ଯେ, ଏହା ମୁଁ କରିଛି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସୌରଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ରାଜ୍ୟରେ ବଢ଼ିଚାଲିଛି ପ୍ରଦୂଷଣ ମାତ୍ରା, ଲୋକେ ଅଣନିଃଶ୍ୱାସୀ

ଭୁବନେଶ୍ୱର,୨୯ା୧୨(ରବିନାରାୟଣ ଜେନା): ରାଜ୍ୟରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ଏହାକୁ ନେଇ ଜନସାଧାରଣ ଏବେ ବହୁବିଧ ସମସ୍ୟାରେ ପଡ଼ିଲେଣି। କେଉଁଠି ଯକ୍ଷ୍ମା ଭଳି ରୋଗ...

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri