ଗଞ୍ଜାମର ୧୦୬୫୩ ଚାଷୀ ଧାନ ବିକି ପାରିଲେନି

ଛତ୍ରପୁର,୯ା୪(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଚଳିତ ବର୍ଷ ୧୦ ହଜାର ୬୫୩ ଜଣ ପଞ୍ଜୀକୃତ ଚାଷୀ ଧାନ ବିକିବାରୁ ବଞ୍ଚତ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖରେ ଗଞ୍ଜାମ ଜିଲାରେ ଧାନ କିଣା ପ୍ରକ୍ରିୟା ସରିଛି। କିନ୍ତୁ ଧାନ କିଣା ଲକ୍ଷ୍ୟ ପୂରଣ କରିବାରେ ପ୍ରଶାସନ ଫେଲ୍‌ ମାରିଛି। ସୂଚନାଯୋଗ୍ୟ, ଗତ ୨୦୨୧-୨୨ରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଗଞ୍ଜାମ ଜିଲାର ୨୬ ହଜାର ୩୪୩ ଜଣ ଚାଷୀ ଧାନ ବିକି ପାରିନଥିଲେ। ଠିକ୍‌ ସମୟରେ ଧାନ କିଣା ଟାର୍ଗେଟ ଆସୁନଥିବା, ଟୋକେନ୍‌ ଲ୍ୟାପ୍ସ ହେବା ଏବଂ ପ୍ରଥମ ପର୍ଯ୍ୟାୟରୁ ବଡ ଚାଷୀମାନଙ୍କ ଠାରୁ ଧାନ କିଣାଯାଉଥିବାରୁ ବହୁ ଛୋଟ ଚାଷୀ ନିଜ ଧାନ ବିକିପାରିନାହାନ୍ତି। ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏସବୁ କାରଣ ଦର୍ଶାଇ ଏହାକୁ ଦାୟୀ କରିଛନ୍ତି। ଏପରିକି ୨୦ଟି ପ୍ୟାକ୍ସ ଓ ମହିଳାସଂଘ ଆଦୌ ଧାନ କିଣିନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ୩୬୫ ପ୍ୟାକ୍ସ, ୧୦୪ ଏସ୍‌ଏଚ୍‌ଜି ଓ ଗୋଟିଏ ପାଣି ପଞ୍ଚାୟତ ପକ୍ଷରୁ ଜିଲାର ୧ ଲକ୍ଷ ୨୦ ହଜାର ୫୮୪ ଜଣ ଚାଷୀଙ୍କ ଠାରୁ ୫୧ଲକ୍ଷ ୨୬ ହଜାର ୫୩.୬୨ କ୍ୟୁଇଣ୍ଟାଲ ଧାନ କିଣାଯାଇପାରିଥିଲା। ସରକାରଙ୍କୁ ଧାନ ବିକିବା ପାଇଁ ଚଳିତ ବର୍ଷ ଗଞ୍ଜାମ ଜିଲାର ୧ ଲକ୍ଷ ୩୧ ହଜାର ୨୩୮ଜଣ ଚାଷୀ ଅନଲାଇନ୍‌ରେ ପଞ୍ଜୀକୃତ ହୋଇଥିଲେ। ଏହି ଧାନ କିଣା ପ୍ରକିୟାରେ ଜିଲାର ୩୬୪ ମିଲର ମଧ୍ୟ ସାମିଲ ହୋଇଥିଲେ। ଆହୁରି ଜଣାଯାଇଛି ଯେ ପ୍ୟାକ୍ସକୁ ଦିଆଯାଇଥିବା ଲକ୍ଷ୍ୟ ଅନୁସାରେ ୧ ଲକ୍ଷ ୯ ହଜାର ୫୬ ଜଣ ଚାଷୀଙ୍କ ଠାରୁ ଧାନ କିଣିବା କଥା। ମାତ୍ର ପ୍ୟାକ୍ସଗୁଡିକ ୯୯ ହଜାର ୮୮୩ ଜଣ ଚାଷୀଙ୍କ ଠାରୁ ୪୨ ଲକ୍ଷ ୮୭ ହଜାର ୬୨୭.୪୩ କ୍ୟୁଇଣ୍ଟାଲ ଧାନ କିଣିପାରିଥିଲେ। ସେହିପରି ୧୦୪ ମହିଳା ସଂଘଗୁଡିକୁ ୨୨ ହଜାର ୭୪ ଜଣ ଚାଷୀଙ୍କଠାରୁ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଥିଲା। ସେଥିରୁ ୨୦ ଜହାର ୫୯୪ଜଣ ଚାଷୀଙ୍କ ଠାରୁ ୮ ଲକ୍ଷ ୩୪ ହଜାର ୯୮୧.୩୬ କ୍ୟୁଇଣ୍ଟାଲ ଧାନ କିଣାଯାଇଛି। ଗୋଟିଏ ପାଣି ପଞ୍ଚାୟତକୁ ୧୦୭ ଜଣ ଚାଷୀଙ୍କ ଠାରୁ ଧାନ କିଣିବାକୁ ଲକ୍ଷ୍ୟ ଦିଆଯାଇଥିଲା । ସେଥିରୁ ୧୦୬ ଜଣ ଚାଷୀଙ୍କ ଠାରୁ ୩ ହଜାର ୪୦୯.୧୫ କ୍ୟୁଇଣ୍ଟାଲ ଧାନ କିଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri