ଋଣ ନାଁରେ ଠକେଇ କରି ବ୍ୟାଙ୍କ କର୍ମଚାରୀ ଗିରଫ

ଫୁଲବାଣୀ ଅଫିସ,୬।୪: ଫୁଲବାଣୀ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ଋଣ ନାଁରେ ଠକେଇ ଘଟଣାରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କର୍ମଚାରୀ ଜଣକ ହେଲେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ତତ୍କାଳୀନ ଡେପୁଟି ମ୍ୟାନେଜର ତଥା ଫିଲ୍ଡ ଅଫିସର ଆଶୁତୋଷ ଆଚାର୍ଯ୍ୟ। ଇଓଡବ୍ଲ୍ୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୧/୨୨ ମସିହାରେ ଆଶୁତୋଷ ନିଜ ପଦବୀର ଦୂରପଯୋଗ କରି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପ୍ରାୟ ୮ କୋଟି ଟଙ୍କାର ଋଣ ବେଆଇନ ଭାବେ ମଞ୍ଜୁର କରିଥିଲେ। ଏହାପରେ ଏ ସମସ୍ତ ଋଣ ଅର୍ଥକୁ ସେ ନିଜ ସମ୍ପର୍କୀୟମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିଲେ। ସୂଚନାଯୋଗ୍ୟ, ଅଭିଯୁକ୍ତ ଆଶୁତୋଷ ୫୯ଜଣଙ୍କ ନାମରେ ସରକାରୀ ଚାକିରିଆମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ୍ସପ୍ରେସ କ୍ରେଡିଟ ଲୋନ ମଞ୍ଜୁର କରିଥିଲେ। ଯାହାର ପରିମାଣ ରହିଥିଲା ୬ କୋଟି ୭୭ଲକ୍ଷ ୩୦ହଜାର ଟଙ୍କା। ସେହିଭଳି ସେ ୨୬ଜଣଙ୍କ ନାମରେ ୯୯ଲକ୍ଷ ୮୨ହଜାର ୭୯୫ ଟଙ୍କାର ପେନସନ ଋଣ ମଞ୍ଜୁର କରିଥିଲେ। ଏହିଭଳି ଭାବେ ସମୁଦାୟ ୮କୋଟି ୧ଲକ୍ଷ ୮୭ହଜାର ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ଯାହାକି ପରବର୍ତ୍ତୀ ସମୟରେ ଆଶୁତୋଷ ନିଜ ଘରଲୋକଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ପରେ ଋଣ ମଞ୍ଜୁର କରାଯାଇଥିବା ବ୍ୟକ୍ତିମାନେ ସରକାରୀ ଚାକିରିଆ କିମ୍ବା ପେନସନଭୋଗୀ ନ ଥିବା ଜଣାପଡ଼ିଥିଲା। ଏନେଇ ଅଭିଯୋଗ ହେବାରୁ ଆଶୁତୋଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ପରେ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖାରେ ଏନେଇ ୧୪/୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ତଦନ୍ତରୁ ଘଟଣାର ସତ୍ୟତା ଜଣାପଡ଼ିବା ପରେ ଆଶୁତୋଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri