ଅବଧି ସରିଲାଣି, ସରୁନି ନିର୍ମାଣ କାର୍ଯ୍ୟ

ପୋଲସରା,୩ା୪(ଡି.ଏନ.ଏ.): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ୟବସାୟୀମାନଙ୍କ ସୁବିଧା ଲାଗି ୩୯୬.୦୦ଲକ୍ଷରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ଭୂମି ପୂଜନ କରିବା ସହ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। ଟେଣ୍ଡର ପେପରରେ ନିର୍ମାଣ କାର୍ଯ୍ୟର ସମୟସୀମା ଅବଧି ଏକ ବର୍ଷ ରହିଛି, ଯାହାକି ସୂଚନା ଫଳକରେ ଉଲ୍ଲେଖ ରହିଛି। କାର୍ଯ୍ୟାରମ୍ଭ ତାରିଖ ୩୦ା୪ା୨୦୨୧ ରହିଛି ଏବଂ କାର୍ଯ୍ୟ ସମୟସୀମା ୧୨ମାସ ରହିଛି। ଅର୍ଥାତ୍‌ ୩୦ା୪ା୨୦୨୨ରେ ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ସରୁନାହିଁ। ନିର୍ଦ୍ଧାରିତ ସମୟସୀମା ଅବଧିଠାରୁ ୧୧ମାସ ବିତିଲାଣି କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇପାରୁନାହିଁ। ଏହିଭଳି କାର୍ଯ୍ୟ ଦେଖିବାକୁ ମିଳିଛି ପୋଲସରା ସହରରେ। ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କହିଛନ୍ତି, ପ୍ରଶାସନିକ ଅଧିକାରୀଙ୍କ ଅବହେଳା ସାଙ୍ଗକୁ ରବରଷ୍ଟାମ୍ପ ସାଜିଥିବା ନଗରପାଳିକାଙ୍କ ଦାୟିତ୍ୱହୀନତା ଯୋଗୁ ଏହା ବିଳମ୍ବର ମୁଖ୍ୟ କାରଣ। ବ୍ୟବସାୟୀ ହରି ଖଟେଇ କୁହନ୍ତି, ସେହି ସ୍ଥାନରେ ଏନ୍‌ଏସି ଦୋକାନ ଗୃହ ଦେଇଥିଲା। ଆମେ ଦୋକାନ କରି ଚଳିଆସୁଥିଲୁ। ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ଆମକୁ ଉଠାଇଲେ, ଅନ୍ୟତ୍ର ସ୍ଥାନାନ୍ତର ହୋଇ ଦୁଃଖ କଷ୍ଟରେ ଦୋକାନ ଚଳାଉଛୁ। ଠିକାଦାର ଓ ଏନ୍‌ଏସି ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ତୁରନ୍ତ ଏହି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ସମ୍ପାଦନ କରି ବ୍ୟବସାୟୀମାନଙ୍କୁ ତୁରନ୍ତ ଥଇଥାନ କରନ୍ତୁ ବୋଲି କହିଥିଲେ। ପୋଲସରା ସହର ହେଉଛି ଏହି ଅଞ୍ଚଳର ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ବଜାର ଉପରେ ୨୬ ପଞ୍ଚାୟତର ପ୍ରାୟ ୧୩୬ ଗୋଟି ଗ୍ରାମର ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଛନ୍ତି। ଅନ୍ୟପକ୍ଷରେ ଏନ୍‌ଏସିର ଯନ୍ତ୍ରୀ ଚିତ୍ରସେନ ରେଡ୍ଡି କୁହନ୍ତି, ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁ କିଛି ସମୟ ବିଳମ୍ବ ଘଟିଛି। ଠିକ ସମୟରେ ନିର୍ମାଣ କାର୍ଯ୍ୟ ନ ସରିଲେ ଫାଇନ କରାଯିବ ବୋଲି କହିଥିଲେ। ପ୍ରଶାସନ ଯଦି ଏହି ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପାଦନ ଦିଗରେ ଦୃଷ୍ଟି ନ ଦିଏ ତା’ହେଲେ ଆଗାମୀ ଦିନରେ ପ୍ରଶାସନକୁ ଉଚିତ ଜବାବ ଦିଆଯିବ ବୋଲି କେତେଜଣ ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri