ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭ

ଭଞ୍ଜନଗର,୩।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିରେ ବିଭିନ୍ନ ସମୟରେ ବିଭିନ୍ନ କାମରେ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ରବିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏନଏସି ପାଇଁ ୧୦ଟି କାମର ଟେଣ୍ଡର ଗତ ୨୧ ତାରିଖରେ ବାହାରିଛି । ଆସନ୍ତା ୫ ତାରିଖରେ ଟେଣ୍ଡର ପେପର ଖୋଲିବ। ଏହାପୂର୍ବରୁ କେତେକ ୱାର୍ଡ଼ରେ କାମ ଆରମ୍ଭ ହୋଇଛି, ଯାହାକି ବେନିୟମ। ପୂର୍ବତନ କାଉନସିଲର ଯତୀନ ପାତ୍ର ବେଲଗୁଣ୍ଠା ଏନ୍‌ଏସିର ଏହି କାମରେ ଟେଣ୍ଡର ଫିକ୍ସିଂ ହୋଇଥିବା ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ସେ ରବିବାର ବିଭାଗୀୟ ଉଚ୍ଚ ପଦାଧିକାରଙ୍କ ପାଖକୁ ମୋବାଇଲ ଫୋନରେ କାମ ଚାଲିଥିବା କେତେକ ରାସ୍ତାର ଫଟୋ ପଠାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହାପରେ କାମ ବନ୍ଦ ହୋଇଥିବା ଆଲୋଚନା ହେଉଛି। ପ୍ରକାଶଯେ ବେଲଗୁଣ୍ଠା ଏନଏସି ଟେଣ୍ଡର ନୋଟିସ୍‌ ନଂ ୬୫୨ରେ ଗତ ୨୧ ତାରିଖରେ ୧୦ଟି କାମ ପାଇଁ ଇ-ଟେଣ୍ଡର ବାହାରିଥିଲା । ଆସନ୍ତା ୪ ତାରିଖ ୧୧ଟା ସୁଧା ଟେଣ୍ଡର ପେପର ପକାଇବା ଏବଂ ୫ ତାରିଖ ୧୧ଟାରେ ଟେଣ୍ଡର ପେପର ଖୋଲାଯିବାର ତାରିଖ ଧାର୍ଯ୍ୟ ଥିଲା। ଏହାପରେ ଠିକାଦାରଙ୍କ ସହ କାର୍ଯ୍ୟର ଚୁକ୍ତି ପରେ କାମ ଆରମ୍ଭ ହେବ । ସମସ୍ତ କାମ ୯୦ ଦିନ ମଧ୍ୟରେ ଶେଷ କରିବା ବ୍ୟବସ୍ଥା ଅଛି । ସି କ୍ଲାସ ଏବଂ ତାଠାରୁ ଅଧିକ ଲାଇସେନ୍ସ ଥିବା ଠିକାଦାର ଉକ୍ତ କାମ ପାଇଁ ଟେଣ୍ଡର ପେପର ପକାଇ ପାରିବେ । ୱାର୍ଡ଼ ନଂ ୬ର ୩ଟି କାମ, ୱାର୍ଡ଼ ନଂ ୧ର ଗୋଟିଏ କାମ, ୱାର୍ଡ଼ ନଂ ୯, ୧୧, ୧୨ର ଗୋଟିଏ ଲେଖଁାଏ କାମ ଏହିଭଳି ୧୦ଟି କାମର ଟେଣ୍ଡର ବାହାରିଛି । କିନ୍ତୁ ବଡ଼ଦାଣ୍ଡ, ଜିଟି ହାଇସ୍କୁଲ ରାସ୍ତା ଗାର୍ଡ଼ ୱାଲ୍‌ କାମ, ଭଗବତପାଟଣା ରାସ୍ତା ସମେତ ଅନେକ କାମ ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭକୁ ନେଇ ବିବାଦ ଦେଖାଦେଇଛ, ଯାହାର ନିରପେକ୍ଷ ତଦନ୍ତ କରି ପାଇଁ ଯତିନ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷେ ଏନେଇ ଏନଏସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କହିଛନ୍ତି, ଟେଣ୍ଡର ପେପର ଖୋଲିବା ପୂର୍ବରୁ କୈଣସି କାମ ଆରମ୍ଭ ହୋଇଥିବା ଖବର ଆମ ନଜରରେ ନାହିଁ। ଯଦି କୈଣସି ବ୍ୟକ୍ତି ମନଇଛା କାମ କରୁଥିବେ ସେଥିପାଇଁ ସେ ନିଜେ ଦାୟୀ ରହିବେ। ଜିଟି ହାଇସ୍କୁଲ, ଭଗବତପାଟଣା ରାସ୍ତା କାମ ପୂର୍ବରୁ ହୋଇଥିଲା, ତାହା ଅଧାରେ ଅଛି । ଯେଉଁମାନେ ଅଭିଯୋଗ କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ପାତ୍ର ଏଠାରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୧୪୪ ଧାରା ଜାରିକଲେ ଜିଲାପାଳ

କୋରାପୁଟ,୧୧ା୫(ଅମିତାଭ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଶନିବାର ସନ୍ଧ୍ୟା ୬ଟାରୁ କୋରାପୁଟ ଜିଲା ବ୍ୟାପି ୧୪୪ ଧାରା ଜାରି...

ପ୍ରଚାରର ଶେଷ ଦିନରେ ଦମ୍‌ ଦେଖାଇଲେ ଲଳିତା

କେସିଙ୍ଗା,୧୧ା୫(ତୁମେଶ୍ୱର ସାହୁ): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନର ଶେଷଦିନରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜୋନ୍‌ ନଂ-୩ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର...

ଧାରୁଆ କାତିରେ କାଟି ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ପୁତୁରା

ଏମ୍‌ଭି-୭୯,୧୧ା୫(ଭିକି ବାରିକ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ...

କୋକସରା ବ୍ଲକ: ୧୦୨ ବୁଥ୍‌ରେ ମତଦାନ କରିବେ ୯୧,୩୭୬ ଭୋଟର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ନିର୍ବାଚନ କ୍ଷେତ୍ରର ଧର୍ମଗଡ଼ ବିଧାନସଭାରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପ୍ରଚାରର ଆଜି ଶେଷଦିନ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ...

ଭାଲୁ ଆକ୍ରମଣରେ ୩ ଗୁରୁତର

କୋକସରା,୧୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଖଇରଭା ଗ୍ରାମର ଦୁଇ ଜଣ ବୃଦ୍ଧା ଫଗନି ରାଉତ (୫୫) ଓ ତୁଳସା...

ଜୁନାଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, କହିଲେ ବିକାଶ ପାଇଁ…

ଭବାନୀପାଟଣା/ଜୁନାଗଡ଼,୧୧ା୫(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): ଆସନ୍ତା ୧୩ ତାରିଖ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି ଜିଲାରେ ଅନୁଷ୍ଠିତ ହେବ। ଶନିବାର ପ୍ରଚାରର ଶେଷଦିନରେ ଜୁନାଗଡ଼ରେ...

ବାଇକ୍‌ ଧକ୍କାରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ଉମରକୋଟ,୧୧ା୫: ନିର୍ବାଚନ ଡ୍ୟୁଟିକୁ ଆସିଥିବା ବେଳେ ଶନିବାର ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବୁଥ୍‌ ସମ୍ମୁଖରେ ବସ୍‌ରୁ ଓହ୍ଲାଇବା ବେଳେ ଏକ ବାଇକ୍‌...

ଓଲଟିଲା ପୋଲିଂ ପାର୍ଟି ବସ୍‌

ଚିକିଟି,୧୧ା୫: ନିର୍ବାଚନ ଡ୍ୟୁଟିକୁ ଶନିବାର ଯାଉଥିବା ବେଳେ ଗଞ୍ଜାମ ଜିଲା ଚିକିଟି ବ୍ଲକ ପିତାତଳି ନିକଟରେ ଏକ ପୋଲିଂ ପାର୍ଟି ବସ୍‌ ଭାରସାମ୍ୟ ହରାଇ ଓଲଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri