Posted inUncategorized

ଆତ୍ମବିଶ୍ୱାସ

”ଆତ୍ମବିଶ୍ୱାସକୁ ଦୃଢ଼ କରିବାକୁ ହେଲେ କେତୋଟି କଥାକୁ ଗୁରୁତ୍ୱ ଦେବା ଦରକାର। କାରଣ ଏହା ଏଭଳି ଏକ ପ୍ଲାଟ୍‌ଫର୍ମ, ଯାହାକୁ ଆଧାରକରି ଜଣେ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇପାରିବ।“

ପୁରୁଷ ହୁଅନ୍ତୁ ଅବା ମହିଳା, ଜୀବନରେ ସଫଳତାର ସ୍ବାଦ ଚାଖିବାକୁ କିମ୍ବା କୌଣସି କ୍ଷେତ୍ରରେ ନିଜକୁ ଆଗେଇନେବାକୁ ଗୋଟିଏ କଥା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର। ତାହା ହେଲା ଆତ୍ମବିଶ୍ୱାସ। ଯଦି ଏହା ଦୃଢ଼ ରହିଲା ତେବେ ସୁଚିନ୍ତିତ ଯୋଜନା ସହ ଜଣେ ନିଜ ଲକ୍ଷ୍ୟପଥରେ ଆଗେଇପାରିବ। ହେଲେ ଏଭଳି କହିବା ଏବଂ ତାହାକୁ କାମରେ ରୂପାୟିତ କରିବା ଦୁଇଟି ଭିନ୍ନ କଥା। କେତେଜଣ ମହିଳା ଅଛନ୍ତି ଯେଉଁମାନେ ନିଜ ଆତ୍ମବିଶ୍ୱାସ ଉପରେ ଭରସା କରିପାରନ୍ତି ନାହିଁ। ଫଳରେ ସେମାନେ ନିଜ ଜୀବନର ଚଲାବାଟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହାକୁ ମଜଭୁତ କରିବାକୁ ହେଲେ କେତୋଟି ବିଷୟ ପ୍ରତି ଧ୍ୟାନଦେବା ନିହାତି ଦରକାର। ଜାଣନ୍ତୁ ସେ ସମ୍ପର୍କରେ…
ବେଶଭୂଷା : ନିଜ ପରିଚୟର ଅନ୍ୟ ଏକ ମାଧ୍ୟମ ହେଲା ବେଶଭୂଷା। ଆପଣ ପିନ୍ଧିଥିବା ପୋଷାକ ହିଁ ଆପଣଙ୍କ ପର୍ସନାଲିଟିକୁ ପ୍ରକାଶ କରିଥାଏ। ତେଣୁ ସବୁବେଳେ ନିଜକୁ ମ୍ୟାଚିଂ କଲା ଭଳି ଡ୍ରେସ୍‌ ପିନ୍ଧନ୍ତୁ। ଏଭଳି ପୋଷାକ ପିନ୍ଧନ୍ତୁ ନାହିଁ, ଯାହାକୁ ଦେଖି ଅନ୍ୟମାନଙ୍କ ମନରେ ଭିନ୍ନ ଧାରଣା ଆସିବ। ମନେକରନ୍ତୁ ଆପଣ ଏକ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି। ତେଣୁ ଏହି ସମୟରେ ନିଜର ଡ୍ରେସ୍‌କୋଡ୍‌ ସେହିଭଳି ହେବା ଦରକାର। କାରଣ ଏହା ଜୁରି ସଦସ୍ୟଙ୍କୁ ଯେଭଳି ପ୍ରଭାବିତ କରିବା ଦରକାର, ଯାହାକୁ ନେଇ ସେମାନେ ଆପଣଙ୍କୁ ପ୍ରଶଂସା ମଧ୍ୟ କରିପାରନ୍ତି। ଅନ୍ୟପକ୍ଷରେ ନିଜର ଆତ୍ମବିଶ୍ୱାସ ବଢ଼ାଇବାରେ ବେଶଭୂଷା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
କଥାବାର୍ତ୍ତା ଶୈଳୀ: କଥାରେ ଅଛି-କହିବ ମଧୁର ବଚନ, କହି ତୋଷିବ ଜନମନ। ତେଣୁ ଆପଣଙ୍କର କଥାବାର୍ତ୍ତା ଶୈଳୀ ଉପରେ ଅନେକ କିଛି ନିର୍ଭର କରିଥାଏ। କାହା ସହ କିପରି କଥା ହେଲେ ତାହା ଆପଣଙ୍କ ସମ୍ମାନକୁ ଆହୁରି ପ୍ରଶଂସିତ କରିବ ତାହା ଚିନ୍ତା କରିବା ଦରକାର। ଏଥିଲାଗି ଯେଉଁ ଜିନିଷର ଆବଶ୍ୟକତା ରହିଛି ତାହା ହେଲା ଆତ୍ମବିଶ୍ୱାସ। କାରଣ ଏହାକୁ ଆଧାରକରି ଆପଣ ଦମ୍ଭର ସହ କଥା ହୋଇପାରିବେ। ଥରେ ମନରେ ଆତ୍ମବିଶ୍ୱାସ ଦୃଢ଼ ହୋଇଗଲେ ତାହା ଆପଣଙ୍କୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାଏ। ଆଉ ଏକ କଥା-ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ନିଜର ଭାବଭଙ୍ଗୀ ପ୍ରତି ନଜର ଦେବାକୁ ଭୁଲନ୍ତୁ ନାହିଁ।
ଦୋଛକିରେ ପଡ଼ନ୍ତୁ ନାହିଁ: ବେଳେ ବେଳେ ମଣିଷ ଏଭଳି ସ୍ଥିତିରେ ପଡ଼ିଯାଏ ଯେ ସେତେବେଳେ ମନ ଭିତରେ ବିଭିନ୍ନ ପ୍ରକାର ନେଗେଟିଭ ପ୍ରଶ୍ନ ଉଙ୍କି ମାରିଥାଏ। ତେଣୁ କୌଣସି କ୍ଷେତ୍ରରେ ଆଗେଇବା ପୂର୍ବରୁ ଦୋଛକିରେ ପଡ଼ନ୍ତୁ ନାହିଁ। ପ୍ରଥମେ ସେ ନେଇ ନିଜ ମନରେ ଆତ୍ମବିଶ୍ୱାସ ଦୃଢ଼ କରନ୍ତୁ। ଏହା ଏଭଳି ଦୃଢ଼ ହେବା ଦରକାର, ଯାହା ଆଗକୁ ଆଗେଇବା ସମୟରେ ଆପଣଙ୍କ ପଛରେ ଛାଇ ପରି ଠିଆ ହୋଇଥିବ। ମନରେ ଯଦି କିଛି ନେଗେଟିଭ ପ୍ରଶ୍ନ ଆସୁଛି, ତେବେ ତାହାକୁ ତୁରନ୍ତୁ ସମାଧାନ କରନ୍ତୁ। ତାହାକୁ ନେଇ ଅଡୁଆରେ ପଡ଼ିଲେ ତାହା ଆତ୍ମବିଶ୍ୱାସକୁ ପ୍ରଭାବିତ କରିବା ଯଥେଷ୍ଟ ସମ୍ଭାବନା ରହିଛି।
ଭୁଲ୍‌କୁ ଡରନ୍ତୁ ନାହିଁ: ବେଳେବେଳେ କେତେଜଣ ମହିଳା କିଛି ଭୁଲ୍‌ ହୋଇଯିବ ଭାବି ନୂଆ କିଛି କରିବାକୁ ଡରିଥାନ୍ତି। ଫଳରେ ସେମାନଙ୍କର ଆତ୍ମବିଶ୍ୱାସର ମୂଳଦୁଆ ଦୋହଲି ଯାଇଥାଏ। ଯଦି କିଛି ଭୁଲ୍‌ କରିଛନ୍ତି ତେବେ ତାହାର ସମାଧାନ ଚିନ୍ତା କରନ୍ତୁ। ଭୁଲ୍‌କୁ ନେଇ ଡରିଗଲେ ଆପଣ ତାହାର ଜାଲରେ ଛନ୍ଦି ହୋଇଯିବେ ଆଉ ଗୋଟିଏ ଗୋଟିଏ ସ୍ଥାନରେ ସେମିତି ସ୍ଥାଣୁ ଭଳି ଠିଆ ହୋଇଥିବେ। ତେଣୁ ଭୁଲ୍‌କୁ ଏକ ବୋଝ ନ ଭାବି ତାହା କବଳରୁ ନିଜକୁ ଦୂରେଇ ନିଅନ୍ତୁ ଏବଂ ଆତ୍ମବିଶ୍ୱାସ ଦୃଢ଼କରି ନିଜ ଲକ୍ଷ୍ୟ ପଛରେ ଆଗାନ୍ତୁ।
ଚିନ୍ତାଧାରା: କେବେ କେବେ ଅନ୍ୟକୁ କପି କରିବା ଦ୍ୱାରା ନିଜ ଭିତରେ ଥିବା ୟୁନିକ୍‌ ପର୍ସନାଲିଟିକୁ ହରାଇବାକୁ ପଡ଼ିଥାଏ। ସବୁବେଳେ ନିଜକୁ ଏଭଳି ଗଢ଼ି ତୋଳନ୍ତୁ ଯାହାଦ୍ୱାରା ଆପଣଙ୍କୁ ଅନ୍ୟମାନେ ପ୍ରଶଂସା କରିବେ। ନିଜେ ଏଭଳି କିଛି ଚିନ୍ତା କରନ୍ତୁ। ଫଳରେ ଅନ୍ୟମାନେ ଏହାଦ୍ୱାରା ପ୍ରେରଣା ପାଇପାରିବେ। ତେଣୁ ସେହି ଅନୁସାରେ ନିଜ ଚିନ୍ତାଧାରାକୁ ସକାରାତ୍ମକ କରନ୍ତୁ ଏବଂ ଆତ୍ମବିଶ୍ୱାସ ମଧ୍ୟ ଦୃଢ଼ କରନ୍ତୁ।
ଲଢ଼ିବା ଶିଖନ୍ତୁ : କେବେ କେବେ ହାରିବାର ଭୟ ଓ ଲୋକଙ୍କ ଆଲୋଚନା ଡରରେ ମହିଳାମାନେ ନିଜ ଆତ୍ମାର କଥା ଶୁଣି ନ ଥାନ୍ତି । ଫଳରେ ନିଜ ଭିତରେ ସେମାନେ ଭୟର ବାତାବରଣ ସୃଷ୍ଟି କରିଥାଆନ୍ତି ଏବଂ ତାହାକୁ ଭାବି ଭାବି ଚିନ୍ତାରେ ପଡ଼ିଯାଆନ୍ତି। ତେଣୁ ସବୁବେଳେ ମନରେ ଲଢ଼ିବା ମନୋଭାବ ରଖନ୍ତୁ । ହେଲେ ଏହି ଭାବନା ସକାରାତ୍ମକ ହେବା ଦରକାର ଏବଂ ଅନ୍ୟମାନଙ୍କର ବ୍ୟକ୍ତିତ୍ୱ ଉପରେ ଆଞ୍ଚ ନ ଆଣିବା ଦରକାର। ଯଦି କୌଣସି କଥାକୁ ନେଇ ମନରେ ଡର ରହିବ ତେବେ ଆପଣଙ୍କ ଯୋଜନା ଅଡୁଆ ତଡୁଆ ହୋଇଯିବ। ତେଣୁ ମନରୁ ଏଭଳି ଭୟ ଦୂର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri