‘ରାଜ୍ୟରେ ସରକାର ଗଢ଼ିବେ କୃଷକ’

ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍‌ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍‌ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ ସୋମବାର ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ହାତରେ ବ୍ୟାନର, ପ୍ଲାକାର୍ଡ ଓ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ରାଜ୍ୟ ସରକାର ଚାଷୀଙ୍କ ପାଇଁ ମାସକୁ ୫ହଜାର ଟଙ୍କାର ପେନ୍‌ସନ କାହିଁକି ଲାଗୁ କରୁନାହାନ୍ତି, ଟାଟା ପାୱାରର ଗ୍ରାହକ ଶୋଷଣରେ ଓଡ଼ିଶା ସରକାର ନୀରବ କାହିଁକି ବୋଲି ଆନ୍ଦୋଳନକାରୀ ଚାଷୀମାନେ ପ୍ରଶ୍ନ କରିଛନ୍ତି। ବାଟରେ ପୋଲିସ ବ୍ୟାରିକେଡ୍‌ ପକାଇ ବାଟ ଓଗାଳିଥିଲେ ମଧ୍ୟ ଚାଷୀମାନେ ମାନି ନ ଥିଲେ। ବ୍ୟାରିକେଡ୍‌ ଡେଇଁ ଆଗକୁ ଯିବାବେଳେ ପୋଲିସ ଅଟକାଇବାରୁ ମୁହଁାମୁହିଁ ସ୍ଥିତି ଉପୁଜିଥିଲା।
ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ବାର୍ଥରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି। ଏଥର ଓଡ଼ିଶାର ଚାଷୀମାନେ ଜନଆନ୍ଦୋଳନ ଓ ରଣନୀତି ବଦଳାଇବେ। ଚାଷୀମାନେ ଆଉ ଆବେଦନ ଓ ନିବେଦନ ନ କରି ରାଜ୍ୟରେ ନିଜେ ସରକାର ଗଢ଼ିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଏକ କୃଷକ ସରକାର ପ୍ରତିଷ୍ଠା ହେବ। ଭାଜପା, ବିଜେଡି ଆଗାମୀ ଦିନରେ ସରକାର ଗଢ଼ିପାରିବେ ନାହିଁ। ଆମେ ସେଭଳି ନେତୃତ୍ୱ ଓ ମଡେଲ ନେତାଙ୍କ ପାଖରେ ପହଞ୍ଚତ୍ଛୁ, ଯେଉଁମାନେ କି ଚାଷୀଙ୍କ ପାଇଁ ମଡେଲ ଭାବେ କାମ କରିଛନ୍ତି। ଅନ୍ୟପକ୍ଷରେ ଟାଟା ପାୱାର ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଗ୍ରାହକଙ୍କୁ ଶୋଷଣ କରୁଥିବା ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ରାଜ୍ୟର ସଂଗଠିତ ବର୍ଗ ପାଟିତୁଣ୍ଡ କରି ରାଜକୋଷରୁ ଲୁଟ୍‌ କରୁଛନ୍ତି, ଅଥଚ କୃଷିପ୍ରଧାନ ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଜୀବନ ହାରୁଛିି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ କହିଛନ୍ତି। ସେହିପରି ନିମାଇଁ ରାୟ ଓ ରଶ୍ମିରଞ୍ଜନ ସ୍ବାଇଁ କୃଷି ଭିତ୍ତିଭୂମି, କୃଷିଲୋନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷୀରୋଦ ରାଉତ, ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ଯୁବନେତା ବିଶ୍ୱକେଶରୀ ମହାନ୍ତି, ରଣଜିତ ପଟ୍ଟନାୟକ, ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ମଧୁମିତା ସାମଲ, ତ୍ରିଲୋଚନ ପଣ୍ଡା, ଦୀନେଶ ଦାସ, ଅଶ୍ୱିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri